ହାତରୁ ମେହେନ୍ଦି ଲିଭିନି, ହେଲେ ପୁଣି ଥରେ ବାହାହେବେ ପ୍ରିୟଙ୍କା, କାହିଁକି ?

ମୁମ୍ବାଇ : ଦେଶୀ ଗର୍ଲ ବିଦେଶୀ ବରକୁ ବାହାହେବାର ହେବାର ଦିନ କେଇଟା ହୋଇଛି । ହାତରୁ ମେହେନ୍ଦି ଲିଭିନି । ଏମିତିକି ଭୋଜି ଭାତର ମାହୋଲ ବି ସରିନିି । ହେଲେ ପୁଣି ଥରେ ବାହାହେବାକୁ ନିମନ୍ତ୍ରଣ ଆସିଲାଣି । ହଁ ଆପଣ ଠିକ ଭାବୁଛନ୍ତି ଆମେ କହୁଛି ଡିସେମ୍ବର ୧ରେ ବାହା ହୋଇଥିବା ପ୍ରିୟଙ୍କା ଚୋପ୍ରାଙ୍କ କଥା । ନିଜ ବିଦେଶୀ ବନ୍ଧୁଙ୍କୁ ଦୁଇ ଦୁଇଟି ରୀତିନୀତିରେ ବାହାହେବା ପରେ ପୁଣି ଥରେ ବାହା ହେବାକୁ ନିମନ୍ତ୍ରଣ ଆସିଛି । କଣ ଆପଣ ଆଉ କଣ ଭାବୁଛନ୍ତି କି ? ନା ଆପଣ ଯାହା ଭାବୁଛନ୍ତି ତାହା ନୁହେଁ ତାଙ୍କ ସ୍ୱାମୀ ନିକକୁ ପୁଣି ଥରେ ବିଭାହ କରିବାକୁ ପ୍ରସ୍ତାବ ଆସିଛି ।

ତେବେ ପୁଣି ଥରେ ବିବାହ କରିବାକୁ ଯଦିଓ ପ୍ରିୟଙ୍କା କିମ୍ବା ନିକ୍‌ ମନସ୍ତ କରି ନାହାନ୍ତି ତଥାପି ସେମାନଙ୍କୁ ନିମନ୍ତ୍ରଣ କରାଯାଇଛି । ଥରେ ହିନ୍ଦୁ ଏବଂ ଥରେ ଖ୍ରୀଷ୍ଟିଆନ୍‌ ରୀତିନୀତିରେ ବିବାହ କରିସାରିବା ପରେ ତୃତୀୟ ଥର ବିବାହ କରିବାକୁ ଚିନ୍ତା କରୁଛନ୍ତି ପ୍ରିୟଙ୍କା-ଜୋନ୍‌ସ ।
ତେବେ ଦୁବାଇର ବୁର୍ଜଖଲିଫାରେ ବିବାହ କରିବା ପାଇଁ ନିମନ୍ତ୍ରଣ ଆସିଛି । ସୂଚନା ଅନୁଯାୟୀ ଇମାର ଦୁବାଇ ନିଜର ଅଫିସିଆଲ ଟ୍ୱିଟର ସାଇଟରେ ଏକ ପୋଷ୍ଟ ସେୟାର କରିଛି । ପୋଷ୍ଟ ମାଧ୍ୟମରେ ପ୍ରିୟଙ୍କା-ନିକ୍‌ଙ୍କୁ ଦୁନିଆର ସବୁଠୁ ବଡ଼ ଟାଓ୍ୱାର ବୁର୍ଜଖଲିଫାରେ ବିବାହ କରିବା ପାଇଁ ନିମନ୍ତ୍ରଣ କରାଯାଇଛି ।
ବିବାହର ସମସ୍ତ ଖର୍ଚ୍ଚ କମ୍ପାନୀ ତରଫରୁ କରାଯିବ । ଏବଂ ଏହି ବିବାହ ମାଧ୍ୟମରେ ପ୍ରିୟଙ୍କା ଏବଂ ନିକ୍‌ଙ୍କ ପ୍ରେମ କାହାଣୀ ଦୁନିଆକୁ ଜଣାଇବାକୁ ଚାହୁଁଥିବା ଏହି ପୋଷ୍ଟରେ ଦର୍ଶାଯାଇଛି । ତେବେ ଏନେଇ ପ୍ରିୟଙ୍କା କିମ୍ବା ନିକ୍‌ଙ୍କ ପକ୍ଷରୁ କୌଣସି ପ୍ରତିକ୍ରୀୟା ମିଳିପାରିନି । ବିବାହ ପରେ ପ୍ରିୟଙ୍କା ନିଜ ନାମ ପରିବର୍ତ୍ତନ କରିଛନ୍ତି ।