ମୁକେଶ ଅମ୍ବାନୀଙ୍କ ଝିଅ ଇଶା ଅମ୍ବାନୀଙ୍କ ବାହାଘରରେ ଡ୍ୟାନ୍ସ କରିବେ ବଲିଉଡ ହିରୋଇନ ପ୍ରିୟଙ୍କା ଚୋପ୍ରା,ଚାଲିଛି ପ୍ରାକ୍ଟିସ

ମୁମ୍ବାଇ :  ବିଶିଷ୍ଟ ଶିଳ୍ପ ପତି ମୁକେଶ ଅମ୍ବାନୀଙ୍କ ଝିଅ ବାହାଘରକୁ ନେଇ ସବୁଠି ଚର୍ଚ୍ଚା । କେତେବେଳେ ତିନି ଲକ୍ଷ ଟଙ୍କିଆ ନିମନ୍ତ୍ରଣ ପତ୍ରକୁ ନେଇ ତ ପୁଣଇ କେତେବେଳେ ବାହାଘର ପରେ ଇଶାଙ୍କ ରହିବାକୁ ତିଆରି ହେଉଥିବା ୪୫୦ କୋଟିର ବଙ୍ଗଳାକୁ ନେଇ । ଏବେ ଇଶାଙ୍କ ବାହାଘରରେ ଡ୍ୟାନ୍ସକୁ ନେଇ ଚାଲିଛି ଚର୍ଚ୍ଚା । ବଲିଉଡ ହିରୋଇନି ପ୍ରିୟଙ୍କା ଚୋପ୍ରା ବାହାଘରରେ ନାଡିବେ ବୋଲି କୁହାଯାଉଛି ।

ନିକଟରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ପୂର୍ବତନ ମିସ ୱାର୍ଲଡ ତଥା ବଲିଉଡ ଷ୍ଟାର ପ୍ରିୟଙ୍କା ଚୋପ୍ରା ଏବଂ ନିକ ଜୋନ୍ସ ଜ୍ଝ ପ୍ରିୟଙ୍କା ନିଜର ବିବାହ ଯୋଧପୁରରେ ଆୟୋଜନ କରୁଥିବା ଜଣାପଡିଛି ଜ୍ଝ ଏତିକିବେଳେ ଭାରତର ସବୁଠାରୁ ଧନୀ ମୁକେଶ ଅମ୍ବାନୀ ମଧ୍ୟ ଏକ ସ୍ପେସିଆଲ ଆୟୋଜନ କରୁଛନ୍ତି ଜ୍ଝ ଆସନ୍ତା ଡିସେମ୍ବର ୧୨ ତାରିଖରେ ମୁକେଶ ଅମ୍ବାନୀଙ୍କ ଅଲିଅଳି ଝିଅ ଇଶା ଅମ୍ବାନୀ ବିଜନେସ ଟାଇକୁନ ଆନନ୍ଦ ପିରାମଲଙ୍କ ସହ ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି ଜ୍ଝ ଏହି ବର୍ଷର ଏହା ସବୁଠାରୁ ସ୍ୱତନ୍ତ୍ର ବାହାଘର ହେବାର କଳ୍ପନା କରାଯାଉଛି ଜ୍ଝ ନିକଟରେ ଇଶା ଏବଂ ଆନନ୍ଦଙ୍କ ନିର୍ବନ୍ଧ ଇଟାଲୀର ଲେକ କୋମୋ ଠାରେ ଅନୁଷ୍ଠିତ ହୋଇଥିଲା ଜ୍ଝ ତେବେ ବିବାହ ମଧ୍ୟ ଇଟାଲୀରେ ହେବ ବୋଲି ଜଣାପଡିଛି ଜ୍ଝ ବିବାହ ପୂର୍ବର ରୀତିନୀତି ଡିସେମ୍ବର ୮ ଏବଂ ୯ ତାରିଖରେ ଇଣ୍ଡିଆରେ ହେବ ଏବଂ ବିବାହ ୧୨ ତାରିଖରେ ତାଙ୍କ ମୁମ୍ବାଇ ସ୍ଥିତ ଘରେ ହେବା

ତେବେ ବିବାହର ଇଶାଙ୍କ କିଛି ଘନିଷ୍ଠ ବନ୍ଧୁ ଡ୍ୟାନ୍ସ ପରଫର୍ମ କରିବାର ଆୟୋଜନ ହୋଇଛି ଜ୍ଝ ଏହା ଏକ ଗୃପ ଡ୍ୟାନ୍ସ ପରଫରମାନ୍ସ ଜ୍ଝ ତେବେ ଏହି ଗୃପ ଡ୍ୟାନ୍ସରେ ଇଶାଙ୍କ ବନ୍ଧୁଙ୍କ ସହ ପ୍ରିୟଙ୍କା ଚୋପ୍ରା ମଧ୍ୟ ପରଫର୍ମ କରିବେ ବୋଲି ଜଣାପଡିଛି ଜ୍ଝ କିନ୍ତୁ ପ୍ରିୟଙ୍କା କୌଣସି ସୋଲୋ ପରଫରମାନ୍ସ କରିବେ ନାହିଁ ଜ୍ଝ ସୂଚନା ଅନୁଯାୟୀ ଏଥିପାଇଁ ପ୍ରିୟଙ୍କା ଏବଂ ଇଶାଙ୍କ ଘନିଷ୍ଠ ବନ୍ଧୁମାନେ ପ୍ରାକ୍ଟିସ ମଧ୍ୟ ଆରମ୍ଭ କରିସାରିଛନ୍ତି ଜ୍ଝ
ଇଶା ଅମ୍ବାନୀଙ୍କ ବିବାହ ପାଇଁ ଏକ ଗ୍ରାଣ୍ଡ ପାର୍ଟିର ଆୟୋଜନ ହେଉଥିବା ଜଣାପଡିଛି ଜ୍ଝ ପୁରା ବଲିଉଡ ଇଣ୍ଡଷ୍ଟ୍ରି ଏହି ଗ୍ରାଣ୍ଡ ବାହାଘରରେ ସାମିଲ ହେବା ପାଇଁ ଆଶା କରିଛନ୍ତି ଜ୍ଝ