କ୍ୟାନସରେ ପୀଡିତ ସୋନାଲି ପୁଅର ଜନ୍ମ ଦିନରେ ଭିଡିଓ ସେୟାର କରି ଜଣାଇଲେ ଶୁଭେଛା

ମୁମ୍ବାଇ : ବଲିଉଡ ଅଭିନେତ୍ରୀ ସୋନାଲି ବିନ୍ଦ୍ରେ କ୍ୟାନସରରେ ପୀଡିତ ହୋଇ ଛିକିତ୍ସିତ ହେଉଛନ୍ତି । ନିଜ ପିଲା ପରିବାରଠୁ ଦୂରରେ ଏବେ ସୋନାଲି । ଆଜି ହେଉଛି ସୋନାଲି ବିନ୍ଦ୍ରେଙ୍କ ପୁଅର ଜନ୍ନ ଦିନ । ୧୩ ବର୍ଷ ବୟସରେ ପାଦ ଦେଇଛି ସୋନାଲିଙ୍କ ପୁଅ । ସବୁ ବର୍ଷ ନିଜ ପୁଅର ଜନ୍ମ ଦିନକୁ ଧୂମ ଧାମରେ ପାଳୁଥିବା ସୋନାଲି କିନ୍ତୁ ଏଥର ପୁଅ ପାଖରେ ନାହାନ୍ତି । ତଥାପି ମନ ଦୁର୍ବଳ କରି ନାହାନ୍ତି ସୋନାଲି । ପୁଅର ଜନ୍ମ ଦିନରେ ଭିଡିଓ ଓ ଫଟୋ ସେୟାର କରି ଶୁଭେଛ୍ଚା ଜଣାଇଛନ୍ତି । ସୋନାଲିଙ୍କ ମାର ମମତା ଓ ହୃଦୟର ଭାଷାକୁ ବୁଝି ଏବେ ସବୁଠି ଚର୍ଚ୍ଚା ଚାଲିଛି ।

ମେରା ସୁରଜ, ମେରା ଚନ୍ଦା, ମେରା ତାରା ଓ ମେରା ପୂରା ଆସମାନ ଗୀତ ମଧ୍ୟ ସେୟାର କରିଛନ୍ତି । ଆଜି ୧୩ ବର୍ଷ ବୟସରେ ପାଦ ଦେଇଛନ୍ତି ସୋନାଲିଙ୍କ ପୁଅ । ତେଣୁ ଏହି ଭିଡିଓ ସେୟାର କରି ସେ ନିଜର ସ୍ନେହ ଦେଖାଇଛନ୍ତି । ପୀଡିତ ସୋନାଲି ବେନ୍ଦ୍ରେ ଏବେ ନ୍ୟୁୟର୍କରେ ଚିକିତ୍ସିତ ହେଉଛନ୍ତି । ସୋନାଲୀଙ୍କ ପୁଅ ରଣବୀର କିଛିଦିନ ପୂର୍ବରୁ ନିଜ ମା’ଙ୍କ ସହିତ ଛୁଟି  କଟାଇ ମୁମ୍ବାଇ ଫେରିଆସିଥିଲେ ।

ଏହା ହେଉଛି ପ୍ରଥମ ଜନ୍ମଦିନ, ଯେଉଁଥିରେ କି ସୋନାଲି ପୁଅଠାରୁ ଦୂରରେ ଅଛନ୍ତି । ଏହାପୂର୍ବରୁ ସୋନାଲି ଏକ ବୁକ୍ ଷ୍ଟୋରରୁ ବହି କିଣୁଥିବାର ନଜର ଆସିଥିଲେ । କ୍ୟାନସରର ଚିକିତ୍ସା କରାଉଥିବାରୁ ସୋନାଲି ଏବେ ଲଣ୍ଡା ହୋଇଛନ୍ତି । ସୋନାଲୀଙ୍କୁ ଦେଖିବା ପାଇଁ ରିତିକ ରୋଶନ ଓ ତାଙ୍କ ପତ୍ନୀ ସୁଜାନ ନ୍ୟୁୟର୍କ ଯାଇଥିଲେ । ଏହି ତିନିଜଣ ମିଶି ଏକ କାଫେରେ ଫ୍ରେଣ୍ଡସିପ ଡେ’ ସେଲିବ୍ରେଟ କରୁଥିବାର ନଜର ଆସିଥିଲେ ।  ଏପରି ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଅନେକ ବଲିଉଡ ଷ୍ଟାର ନ୍ୟୁୟର୍କ ଯାଇ ସୋନାଲିଙ୍କୁ ସାକ୍ଷାତ କରିଛନ୍ତି । ଏହି ଖରାପ ସମୟରେ ତାଙ୍କ ସହ ଥିବାରୁ ସୋନାଲି ଧନ୍ୟବାଦ ଜଣାଇଛନ୍ତି ।