ମୁମ୍ବାଇ : ବଲିଉଡ୍ର କଣ୍ଟ୍ରଭର୍ସି କୁଇନ୍ ରାକ୍ଷୀ ସାୱନ୍ତ ବାହା ହେବେ । ଆସନ୍ତା ଡିସେମ୍ବର ୩୧ରେ ବାହା ହେବେ ବୋଲି ଘୋଷଣା କରିଛନ୍ତି ରାକ୍ଷୀ । ସେ ଦୀପକ କଲାଲ ନାମକ ଜଣେ ବ୍ୟକ୍ତିଙ୍କୁ ବାହା କରିବାକୁ ଯାଉଥିବା କଥା କହିଛନ୍ତି। ପ୍ରଥମେ ରାକ୍ଷୀ ନିଜର ବାହାଘର କଥା ଇନଷ୍ଟାଗ୍ରାମରେ ଉଲ୍ଲେଖ କରିଥିଲେ।
ଏହାପରେ ତାଙ୍କୁ ଯୋଗାଯୋଗ କରାଯିବାରୁ ସେ ଏହା ସତ ବୋଲି କହିଛନ୍ତି । ରାକ୍ଷୀ ବିବାହ କରୁଥିବା ଦୀପକ ଜଣେ ସୋଶାଲ୍ ମିଡିଆ ବ୍ୟକ୍ତିବିଶେଷ। ତାଙ୍କ ବିଷୟରେ ଅଧିକ କିଛି ତଥ୍ୟ ମିଳିପାରି ନାହିଁ। ତେବେ ସେ ଇଣ୍ଡିଆ ଗଟ୍ ଟ୍ୟାଲେଣ୍ଟ୍ରେ ଭାଗ ନେଇଥିଲେ।
ରାକ୍ଷୀ କହିଛନ୍ତି, “ ଏବେ ବଲିଉଡ୍ରେ ସମସ୍ତେ ବାହା ହେଉଛନ୍ତି। ତେଣୁ ମୁଁ ମଧ୍ୟ ବାହାଘର ପାଇଁ ଏହା ଉପଯୁକ୍ତ ସମୟ ବୋଲି ଭାବିଛି। ମୋ ବାହାଘର ଲସ୍ ଆଞ୍ଜେଲ୍ସରେ ହେବ ।
ଏହି ବାହାଘର କାର୍ୟ୍ୟକ୍ରମରେ ବଲିଉଡ୍ର କିଙ୍ଗ ଖାନ୍ ଶାହରୁଖ ଖାନ୍ ଓ କରନ ଜୋହରଙ୍କ ଭଳି ବ୍ୟକ୍ତି ବିଶେଷ ଯୋଗଦେବେ। ବାହାଘର ପରେ ଭାରତର ମଧ୍ୟ କିଛି କାର୍ୟ୍ୟକ୍ରମର ଆୟୋଜନ ହେବ। ମୁଁ ବଲିଉଡ୍ର ସମସ୍ତଙ୍କୁ ନିମନ୍ତ୍ରଣ କରିବି। କିନ୍ତୁ ମୁଁ ଜାଣିନି କେଉଁମାନେ ସବୁ ମୋ ବାହାଘରରେ ଯୋଗଦେବେ। କିନ୍ତୁ ଶାହରୁଖ ଏବଂ କରନନ ଯୋଗେଦେବେ ବୋଲି ମୁଁ ଭଲ ଭାବେ ଜାଣିଛି। ଏମାନଙ୍କ ବ୍ୟତୀତ ଖଲି ମଧ୍ୟ ଲସ୍ ଆଞ୍ଜେଲ୍ସ ଯିବେ।”
ବାହାଘର ପାଇଁ ରାକ୍ଷୀ ମଧ୍ୟ କାର୍ଡ ଛାପି ସାରିଛନ୍ତି। କିନ୍ତୁ ଏହି କାର୍ଡରେ କେତେ ସତ୍ୟତା ରହିଛି, ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇ
କାହିଁକି ଦିପକଙ୍କୁ ଜୀବନସାଥି ଭାବେ ପସନ୍ଦ କଲେ ତାହା ପଚାରାଯିବାରୁ ସେ କହିଛନ୍ତି, ସେ ଜଣେ ଭଲ ମଣିଷ ଏବଂ ମୋର ବହୁତ ଧ୍ୟାନ ରଖନ୍ତି। ଏବେ ସେମିତି ମଧ୍ୟ ସମସ୍ତେ ବିବାହ କରୁଛନ୍ତି ଏଣୁ ମୁଁ ମଧ୍ୟ ଏହାକୁ ସଠିକ୍ ସମୟ ଭାବି ଏହି ନିର୍ଣ୍ଣୟ ନେଇଛି। ଏବେ ସମୟ ଆସିଛି କି ମୁଁ ବାହା ହୋଇଯିବି ଏବଂ ଏହା ସତ କଥା । ମୁଁ ଆଶା କରେ ମୋର ଫ୍ୟାନ୍ସ ମତେ ଟିକେ ସିରିୟର୍ସ ନେବେ।
ଏହା ପୂର୍ବରୁ ମଧ୍ୟ ରାକ୍ଷୀ ଦୁଇଥର ବିବାହ ଭଳି ବଡ଼ ନିଷ୍ପତି ନେଇସାରିଛନ୍ତି। ଯାହାକୁ ପଛରେ ମନା କରିବା ସହ ସଂପର୍କ ଭାଙ୍ଗି ଦେଇଛନ୍ତି। ଏଥର ତାଙ୍କ କଥାରେ କେତେ ସତ୍ୟତା ରହିଛି ତାହା ଦେଖିବା ବାକି ରହିଲା।