ବିଦ୍ୟା ବାଲାନ ଗର୍ଭବତୀ ! ଭିଡ଼ିଓ ଭାଇରାଲ

ମୁମ୍ବାଇ : ଡାର୍ଟି ପିକଚର ଗର୍ଲ ବିଦ୍ୟା ବାଲନ ନିଜର ଅଭିନୟ ପାଇଁ ସୁବେଳେ ଚର୍ଚ୍ଚାରେ ରହିଥାନ୍ତି । ହେଲେ ଏବେ ବିଦ୍ୟା ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଆସିଛନ୍ତି ଚର୍ଚ୍ଚାର ପରିସରକୁ । ଏକ ଭାଇରାଲ ଭିଡିଓକୁ ନେଇ ଚର୍ଚ୍ଚାରେ ଅଛନ୍ତି ବଲିଉଡର ଜଣାଶୁଣା ଅଭିନେତ୍ରୀ ବିଦ୍ୟା ବାଲାନ । ଭାଇରାଲ ହୋିଥିବା ଭିଡିଓରେ ବିଦ୍ୟା ଗର୍ଭବତୀ ଥିବା ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ଏକ ପାର୍ଟିରୁ ଫେରିବାବେଳେ ସୁଟିଂ ହୋଇଥିବା ଏହି ଭିଡିଓକୁ ଦେଖି ବିଦ୍ୟାଙ୍କ ଫ୍ୟାନ ମାନେ ଏମିତି ଚର୍ଚ୍ଚା ଆରମ୍ଭ କରିଛନ୍ତି ।

ସୂଚନା ମୁତାବକ, ଜଣାଶୁଣା ପ୍ରଯୋଜକ ରନି ସ୍କ୍ରୁଓ୍ଵାଲାଙ୍କ ପାର୍ଟିରୁ ଫେରୁଥିବା ସମୟର ଏହି ଭିଡ଼ିଓଟି ଉତ୍ତୋଳନ କରାଯାଇଥିଲା ବୋଲି ଜଣା ପଡ଼ିଛି । ଏହି ଭିଡ଼ିଓରେ ଭୂମି ପେଡ଼୍‍ନେକର ମଧ୍ୟ ନଜର ଆସୁଥିବା ଦେଖା ଯାଇଛି । ଏହି ଭିଡ଼ିଓରେ ବିଦ୍ୟା ଏବଂ ତାଙ୍କ ସ୍ୱାମୀ ଭୂମିଙ୍କୁ ଆଲିଙ୍ଗନ କରିବା ପରେ ନିଜ ଗାଡ଼ି ଆଡ଼କୁ ବଢ଼ୁଛନ୍ତି । ଏହି ସମୟରେ ସେ ନିଜ ଓଢ଼ଣି ସାହାଯ୍ୟରେ ନିଜ ପେଟକୁ ଲୁଚାଇବାକୁ ବାରମ୍ବାର ଚେଷ୍ଟା କରୁଥିବାର ଦେଖିବାକୁ ମିଳିଛି । ବିଦ୍ୟାଙ୍କ ଏଭଳି କାମ ଦେଖିବା ପରେ ତାଙ୍କ ପ୍ରଶଂସକଙ୍କ ମନରେ ବିଦ୍ୟା ଗର୍ଭବତୀ ଥିବା ନେଇ ସନ୍ଦେହ ସୃଷ୍ଟି ହୋଇଛି । ତେବେ ଏ ନେଇ ବିଦ୍ୟା କିଛି କହି ନଥିବା ବେଳେ ପ୍ରକୃତ କଥା କ’ଣ ତାହା ଭବିଷ୍ୟତ ହିଁ କହିିବ ।