ଇଶାରାରେ କହନ୍ତି,ସମ୍ମାନ ଦେଇ ସେକ୍ସ କରିବାକୁ ଚାହାଁନ୍ତି ,ଏମିତି କାହାଁକି କହିଲେ ବଲିଉଡ କୁଇନ ତନୁଶ୍ରୀ

ମୁମ୍ବାଇ : ବଲିଉଡରେ କାଷ୍ଟିଙ୍ଗ କାଉଚକୁ ନେଇ ସବୁବେଳେ ଚର୍ଚ୍ଚା ରହିଛି । ଜଣଙ୍କ ପରେ ଜଣେ ଅଭିନେତ୍ରୀ ଏକଥା କୁ ବୁଲେଇ ବଙ୍କେଇ ସ୍ୱିକାର ବି କରିଛନ୍ତି । ବଲିଉଡରେ କାଷ୍ଟିଙ୍କ କାଉଚର ଆଉ ଏକ ତରିକାର ଖୁଲାସା କରିଛନ୍ତି ବଲିଉଡ ଅଭିନେତ୍ରୀ ତୁନୁଶ୍ରୀ ଦତା । ବଲିଉଡରେ ଅନେକ ଲୋକ ଅଛନ୍ତି ଯେଉଁ ମାନେ ସିଧା ନକିଲେ ବି ଅଭିନେତ୍ରୀ ମାନଙ୍କୁ ଇଶାରାରେ ସବୁ କହନ୍ତି । ସମ୍ମାନ ଦେଇ ସେମାନଙ୍କ ସହ ଶାରୀରିକ ସଂପର୍କ ରଖିବାକୁ ଚାହିଁଥାନ୍ତି । ସିଧା ସଳଖ ନକହି ଅଭିନେତ୍ରୀଙ୍କ ସହ ସେକ୍ସ କରିବାକୁ ବୁଲେଇ ବଙ୍କେଇ ପ୍ରସ୍ତାବ ଦିଅନ୍ତି । ଏମିତି କହି ବଲିଉଡର କାଷ୍ଟିଙ୍ଗ କାଉଚ ଅଭିଯୋଗ ଓ ନୂଆ ତରିକାର ଖୁଲାସା କରିଛନ୍ତି ୨୦୦୩ରେ ମିସ ଇଣ୍ଡିଆ କ୍ରାଉନ ଜିତିଥିବା ବଲିଉଡ ଅଭିନେତ୍ରୀ ତନୁଶ୍ରୀ ଦତା । ଫିଲ୍ମ ‘ଆଶିକ୍‌ ବନାୟା’ ଏବଂ ‘ଚକୋଲେଟ’ ଭଳି ଫିଲ୍ମ କରି ସେ ଲୋକପ୍ରିୟ ହୋଇ ପାରିଥିଲେ । ଅଧିକ ଫିଲ୍ମ କରି ନ ଥିଲେ ମଧ୍ୟ ତାଙ୍କର ଯାଦୁ ଯୁବପିଢ଼ିଙ୍କ ଉପରେ ରହିଥିଲା। ୨୦୧୦ରେ ତାଙ୍କୁ ଶେଷ ଥର ପାଇଁ ପରଦା ଉପରେ ଦେଖିବାକୁ ମିଳିଥିଲା । ଏକ ଖବର କାଗଜରେ ସାକ୍ଷାତକାର ଦେଇ ଏମିତି ଖୁଲାସା କରିଛନ୍ତି ତନୁଶ୍ରୀ । କେବଳ ଏତିକି ନୁହେଁ ତାଙ୍କୁ ମଧ୍ୟ ଜଣେ ନିର୍ଦେଶକ ବୁଲେଇ ବଙ୍କେଇ ପ୍ରସ୍ତାବ ଦେଇଥିବା ସେ ସ୍ୱିକାର କରିଛନ୍ତି ।

ସେ କହିଛନ୍ତି, “ମୁଁ ଏବେ ଆମେରିକାରେ ଅଛି । ଯେଉଁଠି ମୁଁ ବେଳେ ବେଳେ ଫଟୋସୁଟ୍‌ ଇଭେଣ୍ଟ କରୁଛି । ଆମେରିକା ଘରେ କାମ ଚାଲୁଥିବାରୁ ମୁଁ କିଛି ଦିନ ହେବ ମୁମ୍ବାଇ ଆସିଛି । ୩-୪ମାସ ମୁଁ ଏଠାରେ ରହିବି । ଏଠାକୁ ଆସିବା ପରେ ମୋତେ ବହୁତ ଅଫର ଆସୁଛି । କିନ୍ତୁ ମୁଁ ଏ ପର୍ଯ୍ୟନ୍ତ କ’ଣ କରିବି ଭାବି ନାହିଁ । ’ କାଷ୍ଟିଙ୍ଗ କାଉଚ୍‌କୁ ନେଇ ପ୍ରଶ୍ନ ପଚରା ଯିବା ପରେ ସେ କହିଥିଲେ ଇଣ୍ଡଷ୍ଟ୍ରିରେ ଏମିତି ଲୋକ ଅନେକ ଅଛନ୍ତି । ଯେଉଁମାନେ ସମ୍ମାନ ଦେଇ ଶାରୀରିକ ସଂପର୍କ ରଖିବାକୁ ଚାହିଁଥାନ୍ତି । ସେମାନେ ସିଧା ସିଧା ନ କହି ଇଶାରାରେ ସବୁ କିଛି କହିବା ପାଇଁ ଚେଷ୍ଟା କରିଥାନ୍ତି । ଥରେ ମୋତେ ଜଣେ ନିର୍ଦ୍ଦେଶକ କହିଥିଲେ କି କୌଣସି ବି ନିର୍ଦ୍ଦେଶକ ହିରୋଇନ୍‌କୁ ଭଲ ପାଇବା ଦରକାର । ଭଲ ପାଇବା ଥିଲେ ପରଦା ଉପରେ ଚରିତ୍ର ଭଲ ଭାବରେ ନଜର ଆସିଥାଏ । ଯାହାକୁ ଶୁଣି ମୁଁ ମନେ ମନେ ହସିଥିଲି । ଏଭଳି ଲୋକ ମୋ ଜୀବନରେ ଅନେକ ଆସିଛନ୍ତି । କିନ୍ତୁ ସିଧା ସିଧା ମୋ ଆଗରେ କେହି ବି ସେଭଳି ଡ଼ିମାଣ୍ଡ ରଖି ନାହାନ୍ତି।”