ସୋନମଙ୍କ ଫ୍ୟାନ୍ସଙ୍କ ପାଇଁ ଏକ ଖୁସିଖବର । ଖୁବଶୀଘ୍ର ବିବାହ କରିବେ ବଲିଉଡ୍ ବିୟୁଟି ତଥା ଅନୀଲ କପୁରଙ୍କ ଲାଡଲୀ ସୋନମ କପୁର । ଏଥିପାଇଁ ସବୁ ପ୍ରସ୍ତୁତି ମଧ୍ୟ ଶେଷ ହୋଇଛି । ବୟଫ୍ରେଣ୍ଡ ଆନନ୍ଦ ଆହୂଜାଙ୍କୁ ବିବାହ କରିବେ ସୋନମ । ମେ’ ମାସ ୮ ତାରିଖରେ ମୁମ୍ବାଇରେ ବିବାହ ପାଇଁ ଘୋଷଣା କରିଛନ୍ତି କପୁର ଫ୍ୟ୍ୟାମିଲି । ତେବେ କପୁର ଖାନ୍ଦାନରଏହା ହେଉଛି ଦ୍ୱିତୀୟ ପୀଢିର ପ୍ରଥମ ବାହାଘର । ବେଶ୍ ଧୁମଧାମରେ ବିବାହ ପାଇଁ ସମସ୍ତ ଆୟୋଜନ କରାଯାଇଛି । ପ୍ରଥମେ ଉଦୟପୁରରେ ବିବାହ ପାଇଁ ସ୍ଥିର ହୋଇଥିବା ବେଳେ ଉଭୟ କପୁର ଓ ଆହୂଜା ପରିବାର କିନ୍ତୁ ଶେଷରେ ମୁମ୍ବାଇରେ ବିବାହ କରିବାକୁ ସ୍ଥିର କରିଛନ୍ତି । ସୋନମ-ଆନନ୍ଦଙ୍କ ବିବାହ ମାଉସୀ କବିତା ସିଂହଙ୍କ ବାନ୍ଦ୍ରାସ୍ଥିତ ହେରିଟେଜ୍ ହଭେଲିରେ ସଂପନ୍ନ ହେବ । ଯେଉଁଥିରେ ମେହେନ୍ଦି, ସଙ୍ଗୀତ୍ ଏବଂ ବିବାହ ଆଦି ତିନୋଟି ବଡ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । କେବଳଏତିକି ନୁହେଁ ଏହି ତିନୋଟି ଇଭେଣ୍ଟ ତିନୋଟି ଭିନ୍ନଭିନ୍ନ ସ୍ଥାନରେ ଅନୁଷ୍ଠିତ ହେବ । ଖବର ଅନୁସାରେ ସଙ୍ଗୀତ ସେରେମୋନୀ ସୋନମଙ୍କ ଘନିଷ୍ଠ ବନ୍ଧୁ ସୁଂଯକ୍ତା ନାୟରଙ୍କ ଫାଇଭଷ୍ଟାର ହୋଟେଲରେ ଅନୁଷ୍ଠିତ ହେବ । ଯେଉଁଥିରେ ନାଚଗୀତ ପାଇଁ କୋରିଓଗ୍ରାଫି କରିବେ ଫାରହାଖାନ୍ । ହେଲେ ବିବାହର କିିଛି ଦିନ ପୂର୍ବରୁ ବାପା ଅନୀଲ କପୁର ମାଆ ସୁନୀତା କପୁର, କରନ ଜୋହର, ଅର୍ଜୁନ କପୁର ମଧ୍ୟ ନୃତ୍ୟ ପରିବେଷଣ କରିବେ । କିନ୍ତୁ ଏତେ ବଡ ବିବାହ ପାଇ ଁଛପା ହେବନି କାର୍ଡ । କାରଣ ଉଭୟ ସୋନମ ଓ ଆନନ୍ଦ କାଗଜ ସଂରକ୍ଷଣରେ ବିଶ୍ୱାସ ରଖନ୍ତି । ବିବାହରେ ଛପା ହେଉଥିବା କାର୍ଡଦ୍ୱାରା ଖାଲିଟାରେ କାଗଜ ନଷ୍ଟ ହେଉଥିବାରୁ କାର୍ଡ ଛାପିବାକୁ ପରିବାରକୁ ମନାକରି ଦେଇଛନ୍ତି । ଇ-ଇନଭାଇଟ୍ କରି ସମସ୍ତ ବନ୍ଦୁ ଓ ପରିଜନଙ୍କୁ ନିମନ୍ତ୍ରଣ କରାଯିବାକୁ ସ୍ଥିର କରାଯାଇଛି ।