ଭୁବନେଶ୍ଵରରେ ସୋନମ କପୁର

ଭୁବନେଶ୍ଵର: ବଲିଉଡ ଅଭିନେତ୍ରୀ ସୋନମ କପୁର ଆଜି ଭୁବନେଶ୍ବର ପହଞ୍ଚିଛନ୍ତି। ପ୍ରଥମ ଥର ଓଡ଼ିଶା ମାଟିରେ ତାଙ୍କୁ ଦେଖି ତାଙ୍କ ଫ୍ୟାନ୍ସ ବହୁତ ଖୁସି ଅଛନ୍ତି । ଭୁବନେଶ୍ବରରେ ପହଞ୍ଚିବା ପରେ ବିମାନ ବନ୍ଦର ପରିସରରେ ଜମିଥିଲା ଫ୍ୟାନ୍ସଙ୍କ ଭିଡିଓ ।

ତେବେ ଏକ ଗହଣା ଦୋକାନର ଉଦଘାଟନ ଉତ୍ସବରେ ଯୋଗ ଦେବାକୁ ସେ ଏଠାକୁ ଆସିଛନ୍ତି । ତାଙ୍କୁ ଏକ ସ୍ଵତନ୍ତ୍ର ସୁରକ୍ଷା ଭିତରେ କର୍ଡନ କରିନିଆଯାଇଛି । ପ୍ରଥମଥର ଭୁବନେଶ୍ବର ଆସିଥିବାରୁ ଖୁସି ମଧ୍ୟ ପ୍ରକାଶ କରିଛନ୍ତି ସୋନମ ।

ନିକଟରେ ତାଙ୍କର ବହୁ ଚର୍ଚ୍ଚିତ ଫିଲ୍ମ ‘ଦ ଜୋୟା ଫ୍ୟାକ୍ଟର’ର ଟ୍ରେଲର ରିଲିଜ ହୋଇଥିଲା । ଯେଉଁଥିରେ ତାଙ୍କ ସହ ସାଉଥର ଲୋକପ୍ରିୟ ଅଭିନେତା ଦିଲକର ସଲମାନ ନଜର ଆସିଛନ୍ତି । ଫିଲ୍ମଟି ଏକ ବାସ୍ତବଧର୍ମୀ କାହାଣୀକୁ ନେଇ ଆଧାରିତ । ‘ଦ ଜୋୟା ଫ୍ୟାକ୍ଟର’ ଚଳିତ ମାସ ୨୦ରେ ରିଲିଜ ହେବାକୁ ଯାଉଛି।