ସୁଇମିଂ ପୁଲରେ କାହିଁକି ବ୍ଲାକ୍ ବିକିନି ପିନ୍ଧଲେ ସମୀତା

ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ଭଉଣୀ ତଥା ଅଭିନେତ୍ରୀ ସମିତା ସେଟ୍ଟୀଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା । ଅଭିନୟ ପାଇଁ ଏଭଳି ଚର୍ଚ୍ଚା ସାଉଁଟି ନାହାନ୍ତି ସମିତା । ଅସଲ କଥା ହେଉଛି, ସୁଇମିଂପୁଲ୍ରେ ବ୍ଲାକ୍ ବିକିନି ପିନ୍ଧିବାକୁ ନେଇ ଚାଲିଛି ଏଭଳି ଚର୍ଚ୍ଚା । ଆପଣ ଜାଣନ୍ତି, ଅଳ୍ପ କେତୋଟି ହିନ୍ଦୀ ଫିଲ୍ମରେ ଅଭିନୟ ପରେ ଆଉ ଦେଖିବାକୁ ମିଳୁନାହାନ୍ତି ସମିତା । ଯେଉଁ କେତୋଟି ହିନ୍ଦୀ ଫିଲ୍ମରେ ଅଭିନୟ ବି କଲେ, ଦର୍ଶକଙ୍କ ମନକୁ ଛୁଇଁବାରେ ସଫଳ ହେଲେନି । ବାଧ୍ୟ ହୋଇ ଛୋଟ ପରଦା ଆଡ଼େ ମୁହାଁଇଛନ୍ତି ସମିତା ।

ଲୋକପ୍ରିୟ ରିୟଲିଟି ଶୋ’ ‘ଖତରୋଁ କେ ଖିଲାଡ଼ି’ର ନବମ ସିଜନ୍ ଜରିଆରେ ଛୋଟ ପର୍ଦ୍ଦାକୁ ଫେରିବେ ସମିତା । ବର୍ତ୍ତମାନ ଆର୍ଜେଣ୍ଟନାରେ ଏହି ଶୋ’ର ଶୁଟିଂ ଚାଲିଛି ଓ ସେଥିପାଇଁ ବ୍ୟସ୍ତ ଅଛନ୍ତି ସମିତା । ଏମିତିରେ ‘ଖତରୋଁ କେ ଖିଲାଡ଼ି’ ଏଭଳି ଏକ ଶୋ’; ଯେଉଁଥିରେ ସେଲିବ୍ରିଟିମାନେ ଖୁବ୍ କଷ୍ଟକର ଷ୍ଟଣ୍ଟ ଦିଅନ୍ତି । ଏହା ଜରିଆରେ ତାଙ୍କର ସାହସ ଏବଂ ବାହାଦୁରୀ ପ୍ରମାଣିତ ହୋଇଥାଏ । ତେବେ ଶୁଟିଂଠାରୁ ଭିନ୍ନ, ନିଜ ପାଇଁ କିଛି ସମୟ ବାହାର କରି ସମିତା ଇନ୍ଷ୍ଟାଗ୍ରାମ୍ରେ ଏକ ଫଟୋ ପୋଷ୍ଟ କରିଛନ୍ତି । ସୁଇମିଂ ପୁଲ୍ରେ ଗାଧୋଇ ବାହାରକୁ ବାହାରୁଥିବା ସମିତା ପରିଧାନ କରିଛନ୍ତି କଳା ବିକିନି । ଯାହା ତାଙ୍କର ସୌନ୍ଦର୍ଯ୍ୟକୁ ବହୁଗୁଣିତ କରୁଛି । ସମିତାଙ୍କ ଏଭଳି ଫଟୋ ଆଉ ଯାହା କରୁ ନ କରୁ ବେଶ୍ ଚର୍ଚ୍ଚା ସାଉଁଟିଛି ।

ଖୁବ୍ ଶୀଘ୍ର ‘ଖତରୋଁ କେ ଖିଲାଡ଼ି’ର ନୂଆ ସିଜନ୍ ପ୍ରସାରିତ ହେବ । ଏଥିରେ କମେଡିଆନ୍ ଭାରତୀ ସିଂ, ତାଙ୍କର ସ୍ୱାମୀ ହର୍ଷ, ପୁନିତ ପାଠକ, ଅଲ୍ଲୀ ଗୋନି, ଜୈନ୍ ଇମାମ୍, ଜସ୍ମିନଙ୍କ ଭଳି ସେଲିବ୍ରିଟି ଦେଖିବାକୁ ମିଳିବେ ।