ଦୀପିକାଙ୍କ ରାସ୍ତାରେ ସିଂହଳୀ ସୁନ୍ଦରୀ

ମମ୍ବାଇ : ବଲିଉଡର ଲୋକପ୍ରିୟ ନାୟିକାଙ୍କ ମନ ଆଉ ବଲିୁଢରେ ନାହିଁ । ସେଥିଲାଗି କିଛି ଦିନ ହେଲା ତାଙ୍କ ଫିଲ୍ମୀ ଆଉ ପରଦାରେ ଦେଖିବାକୁ ମିଳୁନି । କୁହାଯାୁଛି ଜାକଲିନଙ୍କ ମନ ଆଇଟମ ମନ୍ୱର କରିବାକୁ । ସେଥିଲାଗି ସେ ବଲିଉଡ ଛାଡି ଆଇଟମ ସଙ୍ଗ ପଛରେ ମାତିଛନ୍ତି । ଜାକଲିନ୍‍ ଫଣ୍ଣାଡିଜ୍‍ ବଲିଉଡ ଛାଡି କନ୍ନଡ ସିନେମାରେ ଡେବ୍ୟୁ କରିବାକୁ ଅଣ୍ଟା ଭିଡିଛନ୍ତି । ସେଥିଲାଗି ନିଜକୁ ଏକ୍ସପୋଜ କରି ଆଇଟମ୍‍ ସଙ୍ଗ ପାଇଁ ହଁ ବି ମାରିଛନ୍ତି । ନିକଟରେ ବାଙ୍ଗଲୁରୁରେ ଗୀତ ସୁଟିଂ ଆରମ୍ଭ ହୋଇଛି ।
ଏଭଳି ଆଇଡିଆ ଜାକଲିନ ଦୀପିକା ପାଦୁକୋନ ଠୁ ଶିକ୍ଷିଛନ୍ତି । କାହିଁକି ନା ଦୀପିକା ମଧ୍ୟ ପୂର୍ବରୁ ଏହି ବାଟ ଆପଣାଇ କନ୍ନଡ ଫିଲ୍ମୀରେ ଡେବ୍ୟୁ କରିଥିଲେ । ଏବେ ସେଇ ରାସ୍ତାରେ ଯାୁଛନ୍ତି ଜାକଲିନ୍‍ ।

୨୦୦୯ରେ ସିଂହଳୀ ସୁନ୍ଦରୀ ଜାକଲିନ୍‌ ଫର୍ଣ୍ଣାଣ୍ଡିଜ୍‌ ‘ଆଲ୍ଲାଦିନ୍‌’ ଫିଲ୍ମ ଜରିଆରେ ବଲିଉଡରେ ପ୍ରବେଶ କରିଥିଲେ। ଏହାପରେ ସେ ରୟ, ଜେଣ୍ଟଲମ୍ୟାନ୍‌, କିକ୍‌ , ‘ଜୁଡଓ୍ଵା-୨’ ଏବଂ¸ରେସ୍‌ -ଥ୍ରି ଆଦି ସିନେମାରେ ନାୟିକା ଭୂମିକା ନିଭାଇ ଚର୍ଚ୍ଚାରେ ରହିଛନ୍ତି।
ଆଜିକାଲି ବଲିଉଡରେ ଦେଖିବାକୁ ମିଳୁ ନାହିଁ। ସେ ମୁମ୍ବାଇରେ ବି ନାହାନ୍ତି ବେଶ୍‌ କିଛି ଦିନ ହେବ। ଏଣେ ସିଦ୍ଧାର୍ଥ ମାଲହୋତ୍ରାଙ୍କ ସହିତ ଜାକଲିନଙ୍କର ପ୍ରେମ ସଂପର୍କ ବି ଜମିଲାନି। ଏଭଳି ସମୟ ରେ କୁଆଡ଼େ ଗଲେ ବୋଲି ଚର୍ଚ୍ଚା ହେଉଛି।
ମିଳିଥିବା ଖବର ଅନୁଯାୟୀ ଜାକଲିନ୍‌ ଫର୍ଣ୍ଣାଡିଜ୍‌ କନ୍ନଡ ସିନେମାରେ ଡେବ୍ୟୁ କରୁଛନ୍ତି। ବଲିଉଡ ଓ କନ୍ନଡ ଫିଲ୍ମ ମଧ୍ୟରେ ସଂପର୍କ ବେଶ୍‌ ପୁରୁଣା। ଜୁହି ଚାଓ୍ଵାଲାଙ୍କଠାରୁ ଆରମ୍ଭ କରି ଦୀପିକା ପାଦୁକୋନଙ୍କପାଇଁ ଅନେକ ଟପ୍‌ ହିରୋଇନ୍‌ କନ୍ନଡ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରିଛନ୍ତି।

ସଂପ୍ରତି ଜାକଲିନ୍‌ ଏକ କନ୍ନଡ ସିନେମାରେ ଆଇଟମ୍‌ ନମ୍ବର କରୁଥିବାର ଜଣାଯାଇଛି। ଏହି ଫିଲ୍ମର ଟାଇଟଲ୍‌ ହେଲା ‘ସୀତାରାମା କଲ୍ୟାଣ’ । ଏଥିରେ କନ୍ନଡ ଅଭିନେତା ନିଖିଲ କୁମାର ନାୟକ ଭୂମିକାରେ ଅଛନ୍ତି। ଏବେ ଜାକଲିନ୍‌ ବେଙ୍ଗଲୁରୁରେ ସେହି ଆଇଟମ୍‌ ଗୀତର ସୁଟିଂରେ ବ୍ୟସ୍ତ ଥିବା କୁହାଯାଉଛି। ତେବେ ଏସଂପର୍କରେ ନିଜେ ଜାକଲିନ୍‌ ଫର୍ଣ୍ଣାଣ୍ଡିଜ୍‌ କୌଣସି ସୂଚନା ଦେଇ ନାହାନ୍ତି।