ସ୍ୱାମୀଙ୍କଠାରୁ ଅଲଗା ହେବେ ଦିୟା ମିର୍ଜା

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ ଦିୟା ମିର୍ଜାଙ୍କୁ ନେଇ ଏକ ଆଶ୍ଚର୍ଯ୍ୟ କଲା ଭଳି ଖବର ସାମ୍ନାକୁ ଆସିଛି । ସେ କରିଥିବା ଟୁଇଟ୍‌କୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ଆରମ୍ଭ ହୋଇଛି । ଟୁଇଟ୍‌ କରି ନିଜର ୧୧ବର୍ଷ ବିବାହକୁ ଭାଙ୍ଗିବାକୁ ଯାଉଥିବା ଜଣାଇଛନ୍ତି ଦିୟା । ଉଭୟ ଦିୟା ଓ ତାଙ୍କ ସ୍ୱାମୀ ସାହିଲ ସାଙ୍ଘା ପରସ୍ପର ସହ ଆଲୋଚନା କରି ଏଭଳି ନିଷ୍ପତ୍ତି ନେଇଥିବା ଲେଖିଛନ୍ତି ଦିୟା । ତେବେ ସେମାନେ କାହିଁକି ଅଲଗା ହେବାକୁ ନିଷ୍ପତ୍ତି ନେଲେ, ସେ ନେଇ କିଛି ସୂଚନା ଦେଇ ନାହାନ୍ତି।

୫ ବର୍ଷ ତଳେ ଅକ୍ଟୋବର ୧୮ ତାରିଖରେ ଦିଆ ଓ ସାହିଲ ବାହା ହୋଇଥିଲେ। ଦିଲ୍ଲୀରେ ଉଭୟଙ୍କ ପରିବାର ଲୋକଙ୍କ ଉପସ୍ଥିତିରେ ଏହି ବାହାଘର ହୋଇଥିଲା। ତେବେ ସେମାନଙ୍କ ସଂପର୍କ ଆହୁରି ପୁରୁଣା ଥିଲା। ସେମାନେ ବାହାଘରର ୬ ବର୍ଷ ପୂର୍ବରୁ ପରସ୍ପରକୁ ଜାଣିଥିଲେ ଓ ସଂପର୍କରେ ଥିଲେ।