ସାହିଦ-କିଆରା କରିବେ ଉର୍ବଶୀ ଡ୍ୟାନ୍ସ

ବହୁଚର୍ଚ୍ଚିତ ଗୀତ ‘ଉର୍ବଶୀ…ଉର୍ବଶୀ’ରେ ପ୍ରଭୁଦେବାଙ୍କ ଆଇକନିକ୍ ଡ୍ୟାନ୍ସ ଶୈଳୀ କଥା ସମସ୍ତଙ୍କର ମନେଥିବ । ତାମିଲ ଫିଲ୍ମ ‘କାଧାଲାନ୍’ର ଏହା ସୁପର୍ହିଟ୍ ଗୀତ ଥିଲା । ଏଥିରେ ନଗ୍ମା ଏବଂ ପ୍ରଭୁଦେବାଙ୍କ ନୃତ୍ୟଶୈଳୀ ଦର୍ଶକଙ୍କ ହୃଦୟ ଜିତିଥିଲା ସେତେବେଳେ । ଏବେ ଏହି ଲୋକପ୍ରିୟ ଗୀତର ପୁନଃନିର୍ମିତ ସଂସ୍କରଣ ଆସିବାକୁ ଯାଉଛି । ୟୋ ୟୋ ହନି ସିଂହ ଏକ ମ୍ୟୁଜିକ୍ ଭିଡିଓ ମାଧ୍ୟମରେ ଏହାକୁ ଏକ ନିଆରା ଶୈଳୀରେ ତିଆରି କରିବାକୁ ଯାଉଛନ୍ତି । ଏଥିପାଇଁ ବଲିଉଡ୍ ଚକୋଲେଟ୍ ବୟ ସାହିଦ କପୁର ଏବଂ ତନୁପାତଳୀ କିଆରା ଆଡ୍ଭାନୀଙ୍କୁ ଫାଇନାଲ୍ କରାଯାଇଛି । ନୃତ୍ୟକୁ ସଞ୍ଜୟ ସେଟ୍ଟି କୋରିଓଗ୍ରାଫ୍ କରିବେ । ଫିଲ୍ମ ସିଟିରେ ଗୀତ ଦୃଶ୍ୟର ଶୁଟିଂ ହେବ ବୋଲି ଜଣାପଡ଼ିଛି । ୧୯୯୪ ମସିହାର ଏହି ଲୋକପ୍ରିୟ ଗୀତର ଓରିଜିନାଲ୍ରେ କେବଳ ରିମିକ୍ସକୁ ସ୍ଥାନ ଦିଆଯାଇଛି । ତେବେ ଇଣ୍ଡଷ୍ଟ୍ରିରେ ଏତେ ଦକ୍ଷ ନୃତ୍ୟଶିଳ୍ପୀ ଥାଉ ଥାଉ ଏଭଳି ଗୀତରେ ଡ୍ୟାନ୍ସ ପାଇଁ କିଆରାଙ୍କୁ ବାଛିବା ପଛରେ ରହିଛି ଏକ ବଡ଼ କାରଣ । ଖୁବ୍ କମ୍ ଦିନ ମଧ୍ୟରେ କିଆରା ବି’ଟାଉନ୍ରେ ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନ ତିଆରି କରିସାରିଛନ୍ତି, ଏକଥା କାହାକୁ ଅଛପା ନାହିଁ । ଏହା କେବଳ ତାଙ୍କ ନୃତ୍ୟଶୈଳୀ ପାଇଁ ସମ୍ଭବ ହୋଇପାରିଛି । ସେ ଜଣେ ଉଚ୍ଚାକୋଟୀର ନୃତ୍ୟଶିଳ୍ପୀ ଏଥିରେ ଦ୍ୱିମତ ନାହିଁ । ନିକଟରେ ‘ଲଷ୍ଟ ଷ୍ଟୋରିଜ୍’ରେ କିଆରାଙ୍କ ଅଭିନୟ କୋରିଓଗ୍ରାଫର୍ ସଞ୍ଜୟଙ୍କୁ ବେଶ୍ ପସନ୍ଦ ଆସିଥିଲା । ଆଉ ସାହିଦ୍ ତ ଏମିତିରେ ଜଣେ ଦକ୍ଷ ଅଭିନେତା ସାଙ୍ଗକୁ ଡ୍ୟାନ୍ସର୍ ମଧ୍ୟ । ତେଣୁ ଉଭୟଙ୍କୁ ଏହି ମ୍ୟୁଜିକ୍ ଭିଡିଓରେ ସ୍ଥାନିତ କରିବାକୁ କିଏ ବା ନ ଚାହିଁବେ । ଦ୍ଭ