କ୍ୟାଟ୍ରିନାଙ୍କ ପିଲାର ବାପା ପାଇଁ ଚାହୁଁଛନ୍ତି ବଲିଉଡର କେଉଁ ହିରୋ ପଢନ୍ତୁ ପୁରା ଖବର..

ମୁମ୍ବାଇ : ପ୍ରେମ ଆଉ ବିବାହକୁ ନେଇ ସବୁବେଳେ ଚର୍ଚ୍ଚାରେ ଥାନ୍ତି ବଲିଉଡର ଗ୍ଲାମର ଗର୍ଲ କ୍ୟାଟ୍ରିନା କୈଫ । ଅନେକ ଫ୍ୟାନ ତ ତାଙ୍କ ପାଇଁ ଦିବାନ ପାଲଟିଛନ୍ତି । କେବଳ ପ୍ୟାନ କାହିଁକି ବଲିଉଡର ଅନେକ ହିରୋ ବି ଚାହୁଁଛନ୍ତି କ୍ୟାଟ୍ରିନାଙ୍କ ପିଲାର ବାପା ହେବାକୁ । ଏମିତି ଜମେ ବଲିଉଡର ହିରୋଙ୍କୁ ନେଇ ଏବେ ଚର୍ଚ୍ଚା ଯୋର ଧରିଛି ,ଯିଏ ଚାହିଁଛନ୍ତି କ୍ୟାର୍ଟିନାଙ୍କ ପିଲାର ବାପା ହେବାକୁ । ସଲମାନଙ୍କ ସହ ରୋମାନ୍ସ ବ୍ରେକଅପ ପରେ ପୁଣି ଥରେ ଭାଇଜାନଙ୍କୁ କ୍ୟାଟ ବାହାହେବେ ବୋଲି ଖବର ଉଠୁଥିବାବେଳେ ବଲିଉଡର ଆଉଜଣେ ହିରୋ କ୍ୟାଟଙ୍କ ପିଲାରର ବାପା ହେବାକୁ ଚାହିଁବା ବି ଟାଉନରେ ଚର୍ଚ୍ଚାକୁ ଯୋର କରିଛି । ଏହି ଚକୋଲେଟ ହିରୋ ହେଉଛନ୍ତି କାର୍ତିକ ଆୟାନ ।

ପ୍ୟାର୍‌କା ପଞ୍ଚନାମା ଏବଂ ସୋନୁକି ଟିଟୁ କି ସ୍ୱିଟି ଭଳି ହିଟ୍‌ ଫିଲ୍ମ ଦେଇଥିବା ଅଭିନେତା କାର୍ତ୍ତିକ ଆର୍ୟନ ମଧ୍ୟ କ୍ୟାଟ୍ରିନାଙ୍କ ପାଇଁ ପାଗଳ ବୋଲି ଜଣାପଡ଼ିଛି । ଖାଲି ସେତିକି ନୁହେଁ, ସେ କ୍ୟାଟ୍ରିନାଙ୍କ ପିଲାର ବାପା ହେବାକୁ ଚାହୁଁଛନ୍ତି ବୋଲି ମଧ୍ୟ କହିଛନ୍ତି ।

ଏକ ସାକ୍ଷାତକାରରେ ସେ କାହା ପିଲାର ବାପା ହେବାକୁ ଚାହୁଁଛନ୍ତି ବୋଲି ପଚରା ଯାଇଥିଲା ।

ଯାହାର ଉତ୍ତରରେ ସେ ଟିକେ ବି ସମୟ ନଷ୍ଟ ନ କରି କାଟ୍ରିନାଙ୍କ ନାଁ ନେଇଥିଲେ । କ୍ୟାଟ୍ରିନାଙ୍କ କଥା କହିବାର ଶୈଳୀ କାର୍ତ୍ତିକ୍‌ଙ୍କ ଖୁବ୍‌ ପସନ୍ଦ । ତେଣୁ ସେ ଏପରି ଚାହୁଁଥିବା କହିଛନ୍ତି । କାର୍ତ୍ତିକ୍‌ଙ୍କୁ ଶେଷ ଥର ପାଇଁ ସୋନ୍‌କି ଟିଟୁ କି ସ୍ୱିଟି ଫିଲ୍ମରେ ଦେ ଖିବାକୁ ମିଳିଥିଲା ।