ମୁମ୍ବାଇ: ସୁଶାନ୍ତ ସିଂହଙ୍କ ପରେ ବିହାରରୁ ଆସି ମୁମ୍ବାଇରେ ସଂଘର୍ଷ କରୁଥିବା ଆଉ ଜଣେ ଉଦୀୟମାନ ଅଭିନେତାଙ୍କ ମୃତ୍ୟୁ ହୋଇଛି। ସେ ହେଲେ ୨୬ ବର୍ଷୀୟ ଟିଭି କଳାକାର ଅକ୍ଷତ ଉତ୍କର୍ଷ। ମୁମ୍ବାଇର ଅନ୍ଧେରୀରେ ରହୁଥିବା ଫ୍ଲାଟ୍ରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି। ଉତ୍କର୍ଷ ଫାସୀ ଲଗାଇ ଆତ୍ମହତ୍ୟା କରିଥିବା କୁହାଯାଉଛି। ଉତ୍କର୍ଷଙ୍କ ମୂଳଘର ବିହାର ମୁଜାଫରପୁରରେ।
ଶବ ବ୍ୟବଚ୍ଛେଦ ପରେ ଅକ୍ଷତଙ୍କ ମୃତଦେହକୁ ପରିବାର ଲୋକଙ୍କୁ ଫେରାଇ ଦେଇଛି ପୁଲିସ। ତେବେ ପୁଅ ଅତ୍ମହତ୍ୟା କରିନି ବରଂ ତାର ହତ୍ୟା ହୋଇଛି ବୋଲି କହିବା ସହିତ ମୁମ୍ବାଇ ପୁଲିସ୍ ଠିକ୍ ଭାବରେ ତଦନ୍ତ କରିନାହିଁ ବୋଲି ଅଭିଯୋଗ ଆଣିଛନ୍ତି ପରିବାର ଲୋକେ।
ଅକ୍ଷତ ମୁମ୍ବାଇ ଆସି ଟିଭ ଇଣ୍ଡଷ୍ଟ୍ରୀରେ କାମ କରୁଥିଲେ। ଖବରପାଇ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ପାରିପାର୍ଶ୍ୱିକ ସ୍ଥିତିକୁ ଦେଖି ୨ ଦିନ ପୂର୍ବରୁ ସେ ଆତ୍ମହତ୍ୟା କରିଥିବା ପୋଲିସ୍ ଅନୁମାନ କରୁଛି। ଘର ଭିତରୁ କୌଣସି ସୁଇସାଇଡ୍ ନୋଟ୍ ମିଳିନାହିଁ।
ପୂର୍ବରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବହୁତ ଖରାପ ଥିଲା। ପରେ ସୁସ୍ଥ ହୋଇ ପୁଣିଥରେ ଅଭିନୟ ଜଗତକୁ ଫେରିଥିଲେ। ସେ ‘ୟେ ରିସ୍ତେ ହେଁ ପ୍ୟାର୍ କେ’ ସିରିଅଲ୍ରେ ଅଭିନୟ କରୁଥିଲେ। ଏହି ସିରିଅଲ୍ରେ ସେ କୁହୁର ବାପା ଭୂମିକାରେ ଅଭିନୟ କରୁଥିଲେ।