ତାମିଲନାଡୁ ବଏଲର୍ ବିସ୍ଫୋରଣ: ମୃତକଙ୍କ ପରିବାରକୁ କ୍ଷତିପୂରଣ ବାବଦରେ ମିଳିବ ୩ଲକ୍ଷ ଟଙ୍କା

ଚେନ୍ନାଇ: ଆଜି ତାମିଲନାଡୁର ନେଭେଲି ଲିଗ୍‌ନାଇଟର ଦୁଇ ନମ୍ବର ପ୍ଲାଣ୍ଟରେ ବଏଲର୍ ବିସ୍ଫୋରଣ ହେବାରୁ ଅନ୍ୟୂନ ୬ଜଣ କର୍ମଚାରୀଙ୍କର ମୃତ୍ୟୁ ଘଟିବା ସହ ଅନ୍ୟ ୧୭ଜଣ ଆହତ ହୋଇଥିଲେ। ଏବେ ଆହତମାନଙ୍କୁ ଏନ୍‌ଏଲ୍‌ସି ଲିଗ୍‌ନାଇଟ୍ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହି ଘଟଣା ପରେ ଏବେ ମୁଖ୍ୟମନ୍ତ୍ରୀ ଏମ ଏଡ୍ଡାପଡି କେ ପଲାନିସ୍ଵାମୀ ମୃତକଙ୍କ ପରିବାରକୁ କ୍ଷତିପୂରଣ ଆକାରରେ ୩ଲକ୍ଷ ଟଙ୍କା ଦେବା ପାଇଁ ଘୋଷଣା କରିଛନ୍ତି । ଏହା ସହ ଯେଉଁମାନେ ଗୁରୁତର ଆହତ ହୋଇଛନ୍ତି ସେମାନଙ୍କ ପାଇଁ ୧ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରାଯାଇଥିବା ବେଳେ ସାମାନ୍ୟ ଆଘାତ ପାଇଥିବା ଲୋକଙ୍କୁ ୫୦,୦୦୦ ଟଙ୍କା ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ବିସ୍ଫୋରଣର କାରଣ ଜଣାପଡ଼ିନଥିବା ବେଳେ ଆଜି ସକାଳେ କର୍ମଚାରୀମାନେ ପ୍ଲାଣ୍ଟ୍‌ ଚଳାଇବା ଆରମ୍ଭ କରିବା ବେଳେ ବିସ୍ଫୋରଣ ଘଟିଥିଲା । ପ୍ରଥମେ ଦୁଇଜଣ ମୃତ୍ୟବରଣ କରିଥିବା ନେଇ ଖବର ମିଳିବା ପରେ ଧୀରେ ଧୀରେ ମୃତ୍ୟୁସଂଖ୍ୟା ବଢି ୬ରେ ପହଞ୍ଚିଥିଲା । ଏବେ ଆହତ ମାନଙ୍କୁ ଏନ୍‌ଏଲ୍‌ସି ଲିଗ୍‌ନାଇଟ୍ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା ଚାଲୁ ରହିଛି ।