୫୦ ଲୋକଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ିଲା

ନୂଆଦିଲ୍ଲୀ: ସୋମବାର ଦିନ ପଶ୍ଚିମବଙ୍ଗର ପୂର୍ବ ମେଦିନାପୁର ଜିଲ୍ଲା ଅନ୍ତର୍ଗତ ରୂପନାରାୟଣ ନଈରେ ୫୦/୬୦ ଜଣ ଲୋକଙ୍କୁ ନେଇ ଯାଉଥିବା ଗୋଟାଏ ଡଙ୍ଗା ବୁଡ଼ି ଯାଇଛି।

ମହିଷାଦୋଳ ଏବଂ ତାମଲୁକ ଥାନା ପୁଲିସ ଉଦ୍ଧାର କାର୍ଯ୍ୟ ଚଳାଇଛି। ଏ ପର୍ଯ୍ୟନ୍ତ ପ୍ରାୟ ୨୨ ରୁ ୨୪ ଜଣ ଲୋକଙ୍କୁ ଉଦ୍ଧାର କରାଯାଇଛି। ଅନ୍ୟ ନିଖୋଜ ଯାତ୍ରୀଙ୍କୁ ଉଦ୍ଧାର କରିବାକୁ ଉଦ୍ଧାରକାରୀ ଦଳ ଉଦ୍ୟମ ଚଳାଇଛନ୍ତି।