ଡଙ୍ଗା ବୁଡ଼ି ୩ନିଖୋଜ

ମାଲକାନଗିରି:ମାଲକାନଗିରି ବାଲିମେଳା ଜଳଭଣ୍ଡାରରେ ଏକ ଅଘଟଣ ଘଟିଛି । ଡଙ୍ଗା ବୁଡ଼ି ଯାଇ ୩ଜଣ ନିଖୋଜ ହୋଇଯାଇଥିବା ସୂଚନା ମିଳିଛି । 

ସୂଚନା ମୁତାବକ, ମାଲକାନଗିରି ଜିଲ୍ଲା ବାଲିମେଳା ଜଳଭଣ୍ଡାର ଆମ୍ବିଳିବେଢା ନିକଟରେ ପାଣିରେ ଆଜି ଏକ ଡଙ୍ଗା ବୁଡ଼ି ଯାଇଛି । ଡଙ୍ଗାଟି ନାକାମାଗୁଡୁରୁ ତୋଟାଗୁଡ଼ା ଯିବା ବାଟରେ ଏହି ଅଘଟଣ ଘଟିଛି । ଏହି ଡଙ୍ଗାରେ ୪ଜଣ ଯାତ୍ରୀ ଯାଉଥିଲେ । ଏଥିରୁ ଜଣେ ଯାତ୍ରୀ ପହଁରି ପହଁରି କୂଳରେ ଲାଗିଛନ୍ତି । କିନ୍ତୁ ଏବେ ସୁଦ୍ଧା ୩ଜଣ ଯାତ୍ରୀ ନିଖୋଜ ରହିଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକେ ପହଂଚି ବୁଡ଼ି ରହିଥିବା ଯାତ୍ରୀଙ୍କୁ ଉଦ୍ଧାର କରିବାକୁ ପ୍ରୟାସ ଜାରି କରାଯାଇଛି ।