ମାସ୍କ ଓ ଗ୍ଲୋବସ୍ ନ ପିନ୍ଧିଲେ ସଫେଇ କର୍ମଚାରୀଙ୍କୁ ଉପସ୍ଥାନ ମନା

ବ୍ରହ୍ମପୁର: ଯଦି ସଫେଇ କର୍ମଚାରୀ ମାସ୍କ ଓ ଗ୍ଲୋବସ୍ ନ ପିନ୍ଧିବେ ତେବେ ସେମାନଙ୍କୁ ଉପସ୍ଥାନ ଦିଆଯିବ ନାହିଁ ବୋଲି ବ୍ରହ୍ମପୁର ମହାନଗର ନିଗମର କମିସନର ଚକ୍ରବର୍ତୀସିଂହ ରାଠୋର କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ,‘ଯଦି ଆମେ ସହରର୪ ଲକ୍ଷ ଲୋକଙ୍କ ଯତ୍ନ ନେଇପାରିବା, ତେବେ ଆମେ ନିଶ୍ଚିତ ଭାବରେ ଆମର ୧୪୦୦ କର୍ମଚାରୀଙ୍କ ଯତ୍ନ ନେଇପାରିବା |’

ଏବେ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ସଫେଇ କର୍ମଚାରୀମାନଙ୍କୁ ମାସ୍କ ଏବଂ ଗ୍ଲୋବସ୍ ଦିଆଯାଉଛି। ବ୍ରହ୍ମପୁର ନଗର ନିଗମ ପାଖରେ ଯଥେଷ୍ଟ ପରିମାଣରେ ମାସ୍କ ଏବଂ ଗ୍ଲୋବସ୍ ଥିବା ଜଣାଯାଇଛି। ଏହାକୁ ନେଇ ସଫେଇ କର୍ମଚାରୀମାନଙ୍କ ଭିତରେ ସଚେତନତା ଦେଖିବାକୁ ମିଳୁଛି।