ବିଏମସି ଯୋଗାଇବ ମୋବାଇଲ ଭ୍ୟାନ୍ ଓ ହୋମ ଡେଲିଭର ସୁବିଧା

ଭୁବନେଶ୍ୱର: ଗତକାଲି ଗୋଟିଏ ଦିନରେ ଭୁବନେଶ୍ୱରରେ ୧୮ଜଣ କରୋନା ପଜିଟିଭ ବାହାରିଥିବାବେଳେ ବିଏମସି ପକ୍ଷରୁ ଲୋକଙ୍କ ସୁରକ୍ଷା ପାଇଁ ନିୟମକୁ କଡାକଡି କରାଯାଉଛି ।

ଏବେ ବିଏମ୍‌ସି ପକ୍ଷରୁ ଅତ୍ୟାବଶ୍ୟକ ସାମଗ୍ରୀ ଘରେ ପହଂଚାଇବା ପାଇଁ ବ୍ୟବସ୍ଥା କରାଯାଇଛି। ବିଭିନ୍ନ ସଂସ୍ଥା ଦ୍ୱାରା ମୋବାଇଲ୍ ଭ୍ୟାନ୍ ଓ ହୋମ୍ ଡେଲିଭରି ସୁବିଧା ଯୋଗାଇ ଦିଆଯିବ। ଏଥିସହ ଡେଲି ମାର୍କେଟ୍ ପାଇଁ ୬୭ଟି ୱାର୍ଡରେ ୬୮ଟି ନୂଆ ସ୍ଥାନ ଚିହ୍ନଟ କରାଯାଇଛି। ଏହି ଚିହ୍ନଟ ସ୍ଥାନ ବ୍ୟତୀତ ବ୍ୟବସାୟୀମାନେ ଅନ୍ୟ କୌଣସି ସ୍ଥାନରେ ବସିପାରିବେନି। ଏସବୁ ସ୍ଥାନରେ ସାମାଜିକ ଦୂରତ୍ୱ ବଜାୟ ରଖିବାକୁ କୁହାଯାଇଛି। ଆଉ ଯଥା ସମ୍ଭବ ଘରୁ ନ ବାହାରିବା ପାଇଁ ଲୋକଙ୍କୁ ବିଏସ୍‌ସି ପକ୍ଷରୁ ଅପିଲ୍ କରାଯାଇଛି।