ବମିଖାଲରେ ୩ଜଣ ପଜିଟିଭ୍ ବାହାରିବାରେ ପରେ ହେଲା ସିଲ

ଭୁବନେଶ୍ୱର: ଗତକାଲି ଭୁବନେଶ୍ୱର ବମିଖାଲରେ ୩ଜଣ କରୋନା ପଜିଟିଭ ବାହାରିବା ପରେ ବିଏମସି ପକ୍ଷରୁ ଉକ୍ତ ଅଂଚଳକୁ ସିଲ କରିଦିଆଯାଇଛି । ଏହାଦ୍ୱାରା କୌଣସି ବ୍ୟକ୍ତି ବମିଖାଲ୍‌ ଭିତରକୁ ପ୍ରବେଶ ଓ ପ୍ରସ୍ଥାନ କରିପାରିବେ ନାହିଁ।

ଏକାମ୍ର ସିନେମା ହଲ୍‌ଠାରୁ ଝାରପଡ଼ା କେନାଲ ରୋଲ୍‌ ସିଲ୍ କରାଯାଇଛି। ସେହିପରି ଝାରପଡ଼ା କେନାଲ ରୋଡ୍‌ଠାରୁ ଝାରପଡ଼ା ଦୁର୍ଗା ମଣ୍ଡପ, ଝାରପଡ଼ା ଦୁର୍ଗା ମଣ୍ଡପଠାରୁ କଟକ-ପୁରୀ ରୋଡ୍‌ ନିକଟ ଡିସିବି ବ୍ୟାଙ୍କ ଛକ, କଟକ-ପୁରୀ ରୋଡ୍ ଡିସିବି ବ୍ୟାଙ୍କ ଛକ ଠାରୁ ଏକାମ୍ର ହଲ୍‌ କାଫେ କଫି ଡେ ପର୍ଯ୍ୟନ୍ତ ସିଲ୍‌ କରିଛି ବିଏମ୍‌ସି। ଏହି ଅଂଚଳରେ ଆସନ୍ତାକାଲି ଅଗ୍ନିଶମ ବିଭାଗ ପକ୍ଷରୁ ରାସାୟନିକ ପଦାର୍ଥ ସିଂଚନ କରାଯିବ। ଏହାଛଡ଼ା ଘରକୁ ଘର ବୁଲି ଆଶା କର୍ମୀ ସମସ୍ତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିବ ବୋଲି ଜଣାପଡ଼ି ନାହିଁ।

ସୂଚନାରୁ ପ୍ରକାଶ, ଆଜି ବମିଖାଲ୍‌ ଅଂଚଳରୁ ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।