ମୁମ୍ବାଇ: ଏଥର ବୃହନ ମହାନଗର ନିଗମ(ବିଏମସି) କର୍ମଚାରୀମାନେ ନିଜ କ୍ୟାଂଟିନରେ ୧୦ ଟଙ୍କାରେ ମଧ୍ୟାହ୍ନ ଭୋଜନର ଲାଭ ଉଠାଇପାରିବେ । ଯେଉଁଥିରେ ସେମାନେ ଭାତ, ଡାଲି ଓ ୨ଟି ତରକାରି ଖାଇପାରିବେ । ବିଏସିର କର୍ମଚାରୀଙ୍କ ସମେତ ଏଠାକୁ ଆସୁଥିବା ଅଗନ୍ତୁକ ମଧ୍ୟ ଏହାର ସୁବିଧା ପାଇପାରିବେ । ତେବେ ଏହି ଥାଳି ପାଇଁ ୫୦ ଟଙ୍କା ଖର୍ଚ୍ଚ ହେଉଥିବାବେଳେ ଏଥିରୁ ୪୦ ଯଭ୍କା ମହାରାଷ୍ଟ୍ର ସରକାର ବହନ କରିବେ ବୋଲି ଜଣାପଡିଛି ।
ମହାରାଷ୍ଟ୍ରର ଅନ୍ୟ କାର୍ଯ୍ୟାଳୟଗୁଡ଼ିକରେ ମଧ୍ୟ ଏଭଳି ଯୋଜନା ଆରମ୍ଭ କରିବାକୁ ରାଜ୍ୟ ସରକାର ଚିନ୍ତା କରୁଛନ୍ତି । ସୂଚନା ଅନୁସାରେ ଖୁବ୍ ଶୀଘ୍ର ଏହି ଯୋଜନା ମହାରାଷ୍ଟ୍ରର ଅନ୍ୟ ୫ଟି ସହରରେ ମଧ୍ୟ କାର୍ଯ୍ୟକାରୀ ହେବ ।