ସିଲ ହେଲା ପଟିଆ ବିଗ୍ ବଜାର ସପିଂ ମଲ୍‌

ଭୁବନେଶ୍ୱର: ଆଜି ଭୁବନେଶ୍ୱରର ପଟିଆରେ ଥିବା ବିଗ୍ ବଜାର ସପିଂ ମଲ୍ କୁ ସିଲ୍ କରାଯାଇଥିବା ଜଣାପଡିିଛି ।  ପାର୍କିଂ ସମସ୍ୟା, ଅଗ୍ନି ନିରାପତ୍ତା ବ୍ୟବସ୍ଥା ନ ଥିବା ଓ ବିଡିଏ ଗାଇଡଲାଇନର ଉଲ୍ଲଂଘନ କରାଯାଇ ଏହାର ନିର୍ମାଣ କରାଯାଇଥିବାରୁ ଏହି ସପିଂ ମଲକୁ ଭୁବନେଶ୍ୱର ମହାନଗର ନିଗମ (ବିଏମସି)ପ କ୍ଷରୁ ଏହି ସିଲ କରାଯାଇଥିବା ସୂଚନା ମିଳିଛି । ବିଏମସି କମିସନର୍ ଓ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ସିଲ୍ କାର୍ଯ୍ୟ ଚାଲିଥିଲା ।

ବିଗ୍ ବଜାର ବନ୍ଦ ରହିଥିବା ବେଳେ ଗେଟରେ ତାଲା ଝୁଲୁଥିବାର ଦେଖିବାକୁ ମିଳିଛି । ପରିମଳ, ଅଗ୍ନି ନିର୍ବାପନ ବ୍ୟବସ୍ଥା ଓ ପାର୍କିଂ ସମସ୍ୟାକୁ ନେଇ ବିଏମସି ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବାର ସୂଚନା ମିଳିଛି । ପାର୍କିଂ ପାଇଁ ଜାଗା ନ ଥିବାରୁ ଅନେକ ସମୟ ରାଜଧାନୀର ଅନେକ ରୁଟରେ ଟ୍ରାଫିକ ଜାମ୍ ଲାଗି ରହେ। ପଟିଆ ଅଂଚଳରେ ବିଗ୍‌ ବଜାର ମଲ୍ ବି ଏଭଳି ଅସୁବିଧା ଲାଗି କେତେକାଂଶରେ ଦାୟୀ ବୋଲି କୁହାଯାଉଛି। ଏ ନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି ।