ଡୁମୁଡୁମା କଣ୍ଟେନମେଣ୍ଟ ଜୋନ ଘୋଷଣା

ବନେଶ୍ୱର: ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ଜିଲ୍ଲାରେ ପ୍ରବେଶ କରିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । କରୋନାର ଗତିରେ ଓଡ଼ିଶା ଫେରନ୍ତା ପ୍ରବାସୀମାନେ ସାମିଲ ହେବା ଫଳରେ ନିଆଁରେ ଘିଅ ଢାଳିବା ସଦୃଶ ମହାମାରୀ ବ୍ୟାପିରେ ଲାଗିଛି । ପ୍ରବାସୀମାନେ ଏବେ କରୋନା ଭୂତାଣୁକୁ ସାଙ୍ଗରେ ଆଣି ଆସିଥିବାରୁ ସେମାନଙ୍କୁ କିଭଳି ଠିକଣା ସମୟରେ ଚିହ୍ନଟ କରାଯିବ ଓ ସଙ୍ଗରୋଧରେ ଶୃଙ୍ଖଳିତଭାବେ ରଖାଯିବ ତାହା ରାଜ୍ୟ ସରକାରଙ୍କ ପାଇଁ କଷ୍ଟକର ବ୍ୟାପାର ହୋଇଛି ।

ଏହାରି ଭିତରେ ଏକ ବଡ଼ ଖବର ଆସିଛି । ତାହା ହେଲା ଭୁବନେଶ୍ୱରର ଡୁମୁଡୁମା ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନଭାବେ ଘୋଷଣା କରାଯାଇଛି । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏହି ଘୋଷଣା କରାଯାଇଛି । ସୁବାସ ନଗର ବସ୍ତିରୁ ଏକାଧିକ ପଜିଟିଭ ମିଳିବା ପରେ ଡୁମୁଡୁମା ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନଭାବେ ଘୋଷଣା କରାଯାଇଛି । କୌଣସି ଟ୍ରାଭେଲ ହିଷ୍ଟ୍ରି ନଥାଇ ମଧ୍ୟ ସେଠାରୁ ଏକାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଡୁମୁଡୁମା ହନୁମାନ ମନ୍ଦିରରୁ ପ୍ଲଟ ନଂ ୩୨୩ ଯାଏଁ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି । ଏହାଛଡ଼ା ପ୍ଲଟ ନଂ ୩୨୩ରୁ ପ୍ଲଟ ନଂ ୨୬୧ ଓ ୨୫୮ ଯାଏଁ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି । ପ୍ଲଟ ନଂ ୨୬୨ ଓ ୨୫୮ରୁ ହନୁମାନ ମନ୍ଦିର ଯାଏଁ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି । ସମ୍ପୃକ୍ତ ଅଞ୍ଚଳରେ କଣ୍ଟେନମେଣ୍ଟ ପାଇଁ ଜାରି ସମସ୍ତ କଟକଣା ଲାଗୁ ହେବ । ସବୁ ଅଫିସ ବନ୍ଦ ରହିବ । ଲୋକମାନଙ୍କୁ ଘରେ ରହିବାକୁ ନିଦେ୍ର୍ଧଶ ଦିଆଯାଇଛି ।