ସମାଜ’ ପକ୍ଷରୁ ରକ୍ତଦାନ ଶିବିର

ଭୁବନେଶ୍ବର:ଗୋପବନ୍ଧୁ ଜ୍ୟୋତି ରାଜ୍ୟ ପରିକ୍ରaମାର ଉଦ୍‌ଯାପନୀ ଦିବସରେ ‘ସମାଜ’ ଭୁବନେଶ୍ବର ସଂସ୍କରଣ ପକ୍ଷରୁ ସାମ୍ବାଦିକ ଭବନଠାରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ସୋମବାର ଅନୁଷ୍ଠିତ ହୋଇଯାଇଛି। ପଞ୍ଚାୟତିରାଜ, ନଗର ଉନ୍ନୟନ ଓ ଆଇନ ମନ୍ତ୍ରୀ ପ୍ରତାପ ଜେନା ଶିବିରକୁ ଉଦ୍‌ଘାଟନ କରିଥିବାବେଳେ  ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସଭାପତି ତଥା ସମାଜ ପରିଚାଳନା ମଣ୍ଡଳୀର ଅଧ୍ୟକ୍ଷ ଦୀପକ ମାଲବ୍ୟ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଏଚ୍‌ଡିଏଫ୍‌ସି ବ୍ୟାଙ୍କ ପକ୍ଷରୁ ଶିବିର ପରିଚାଳନାରେ ସହଯୋଗ କରାଯାଇଥିଲା। ଏଥିରେ ସମାଜର କାର‌୍ୟ୍ୟକାରୀ ମୁଖ୍ୟ ପରିଚାଳକ ପ୍ରିୟବ୍ରତ ମହାନ୍ତି, ବ୍ୟୁରୋ ମୁଖ୍ୟ ସମରେନ୍ଦୁ ଦାସ, ବିଜ୍ଞାପନ ପରିଚାଳକ ସଞ୍ଜୟ ମିଶ୍ର ପ୍ରମୁଖ ଯୋଗଦେଇଥିଲେ।  ଛାତ୍ର ବିଜେଡି ରାଜ୍ୟ ସଭାପତି ରାଣାପ୍ରତାପ ପାତ୍ର ଓ ବିଭିନ୍ନ ସଂଗଠନର ଛାତ୍ରନେତା  ଯୋଗଦେଇଥିଲେ।  ବ୍ୟାଙ୍କର ଶାଖା ପରିଚାଳିକା ସ୍ବାତୀ ନନ୍ଦ, ପରିଚାଳକ ରିତେଶ ମହାପାତ୍ର, ନଗର ମୁଖ୍ୟ ଦୀପକ ପଟ୍ଟନାୟକ, ବିପିଓ ମୁଖ୍ୟ ଜ୍ୟୋତି ସ୍ବାଇଁ ଏବଂ ଶାଖା ମୁଖ୍ୟ ସୁଜୟ ଦାସଗୁପ୍ତାଙ୍କ ସହିତ ଉତ୍କଳ ସାମ୍ବାଦିକ ସଂଘ ରାଜ୍ୟ ସଭାପତି ବିଭୁତିଭୂଷଣ କର ଏବଂ କୋଷାଧ୍ୟକ୍ଷ ରାଜେନ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ। ଏଥିରେ ମୋଟ ୫୧ ୟୁନିଟ୍‌ ରକ୍ତ ସଂଗ୍ରହ ହୋଇଥିଲା। ବିଏମ୍‌ସି ହସ୍ପିଟାଲ ରକ୍ତ ଭଣ୍ଡାର ପକ୍ଷରୁ ରକ୍ତ ସଂଗ୍ରହ କରାଯାଇଥିଲା।