ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

ରୋଟାରାକ୍ଟ କ୍ଲବ ଅଫ୍ ଭୁବନେଶ୍ୱର ଉତ୍କଳ ଜୟଦେବ ଏବଂ  କମିଶନରେଟ ପୋଲିସ ର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ

ଭୁବନେଶ୍ୱର : ଆଜି ବାଲିଅନ୍ତା ବ୍ଲକ ଅନ୍ତର୍ଗତ ଉମାଦେଇ ବ୍ରହ୍ମପୁର ଗ୍ରାମ ପଞ୍ଚାୟତ ଅଧିନସ୍ଥ ଯଶୁଆପୁର ଠାରେ ରୋଟାରାକ୍ଟ କ୍ଲବ ଅଫ୍ ଭୁବନେଶ୍ୱର ଉତ୍କଳ ଜୟଦେବ ଏବଂ  କମିଶନରେଟ ପୋଲିସ ର ମିଳିତ ଆନୁକୂଲ୍ୟରେ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ରୋଟାରୀ କ୍ଲବ ଅଫ ଭୁବନେଶ୍ୱର ଉତ୍କଳ ଓ ଇ କ୍ଲବ ପକ୍ଷରୁ ସହଯୋଗ କରିଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଜୟଦେବ ର ବିଧାୟକ ଡଃ ଅରବିନ୍ଦ ଢାଲୀ ଯୋଗ ଦେଇ ରକ୍ତ ଦାନ ଶିବିର କୁ ଉଦଘାଟନ କରିଥିଲେ।

blood donate camp

ଏହି ଅବସରରେ ୫୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ଇ- କ୍ଲବ ର ସଭାନେତ୍ରୀ ଶ୍ରୀମତୀ ରୋଜି ରଥ ପ୍ରଥମେ ରକ୍ତ ଦାନ କରି ଯୁବ ମାନଙ୍କୁ ରକ୍ତ ଦାନ କରିବା ପାଇଁ ଉତ୍ସାହିତ କରିଥିଲେ.ରୋଟାରୀ କ୍ଲବ ଅଫ ଭୁବନେଶ୍ୱର ଉତ୍କଳ ର ସଭାପତି ରୋଟାରିଆନ ଆଶୁତୋଷ ରଥ, ରୋଟାରିଆନ ଜ୍ୟୋତିର୍ବିଦ୍ ଡଃ ପ୍ରମୋଦ ପାତ୍ର, ବିଶିଷ୍ଟ ସମାଜସେବୀ ରୋଟାରିଆନ ଜୟଶ୍ରୀ ମହାନ୍ତି, ରୋଟାରିଆନ ଆଶିଷ ସାହୁ, ରୋଟାରିଆନ ଚିତ୍ତରଞ୍ଜନ ପରିଡା, ଜିଲା ପରିଷଦ ର ସଭ୍ୟ ଅମରେନ୍ଦୁ ପ୍ରସାଦ ପଟ୍ଟନାୟକ, ବିଧାୟକଙ୍କ ପ୍ରତିନିଧି ଅଚ୍ୟୁତାନନ୍ଦ ପାତ୍ର, ବାଲିଅନ୍ତା ବ୍ଲକ ର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆଦିକନ୍ଦ ବେହେରା, ବାଳକଟି ର ଫାଣ୍ଡି ଅଧିକାରୀ ଖାନ୍ ବାବୁ, ସାମାଜସେବି ସଦାଶିବ ଜେନା, ଆଦର୍ଶ ଶିକ୍ଷକ ନାରାୟଣ ବେହେରା ପ୍ରମୁଖ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମ କୁ ରୋଟାରାକ୍ଟ କ୍ଲବ ଅଫ୍ ଭୁବନେଶ୍ୱର ଉତ୍କଳ ଜୟଦେବ ର ସମ୍ପାଦକ ରଞ୍ଜନ କୁମାର ମହାପାତ୍ର, ଶ୍ରୀଲିପ୍ ପ୍ରଧାନ, ଦୀପାଞ୍ଜଳି ନାୟକ, ତପନ କୁମାର ସ୍ଵାଇଁ, ବିଶ୍ୱଜିତ୍ ସାମନ୍ତରାୟ, ପ୍ରକାଶ ପ୍ରଧାନ, ପ୍ରଦୀପ କୁମାର ସ୍ଵାଇଁ, ଦେବେନ୍ଦ୍ର ନାୟକ ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ।