ଶରୀରର ଏମିତି ଭାଗରେ କଳାଜାଇ ଥିଲେ ଅର୍ଥାଭାବ ପଡିପାରେ, ଆପଣଙ୍କ କେଇଁଠି ଅଛି କଳାଜାଇ ?

ପୁରୁଷ ହୁଅନ୍ତୁ କି ମହିଳା । ମଣିଷ ଶରୀରରେ ଥିବା କଳାଜାଇକୁ ନେଇ ଅନେକ ସମୟରେ ଅନେକ କଥା କୁହାଯାଏ । ଶରୀରର ଅନେକ ସ୍ଥାନରେ ଥିବା କଳାଜାଇକୁ ଶୁଭ ଲକ୍ଷଣ ବା ଶୁଭ ସଙ୍କେତ ବୋଲି ଅନେକ ମାନିଥାନ୍ତି । ଏମିତିକି କଳାଜାଇକୁ ନେଇ ପ୍ରେମର ଭଲ ମନ୍ଦ ସହ ମଧ୍ୟ ଯୋଡା ଯାଇଥାଏ । ଆଉ କଳା ଜାଇରୁ ହିଁ ଭାଗ୍ୟ ବଭିଷ୍ୟତ ଜଣା ପଡେ ବୋଲି ପୁରାଣ ଶାସ୍ତ୍ରରେ ରହିଛି । ଏସବୁ କଳାଜାଇ ମଣିଷର ଗଢଣ ସହ ଶରୀରର କେଇଁ ସ୍ଥାନରେ ରହିଛି, ତାର ରଙ୍ଗ କଣ ଓ ଏହାର ଆକାରକୁ ନେଇ ଶାସ୍ତ୍ରରେ କଳନା କରାଯାଇଛି । ହେଲେ ଶାସ୍ତ୍ରରେ ଏକଥା ମଧ୍ୟ ଅଛି ଯେ ଶରୀର କେଉଁ ଭାଗରେ କଳାଯାଇଥିଲେ ତାହା ମଣଇଷର ଆର୍ଥିକ ସ୍ଥିତିକୁ ପ୍ରଭାବ ପକାଏ ବା ଅଭାବ ଆଡକୁ ଟାଣିନିଏ ।

ବାମଗାଲ : ଆପଣ ଅଧିକ ରୋଜଗାର କରୁଛନ୍ତି,ହେଲେ ଆପଣ ସେଭିଙ୍ଗିସ କରି ପାରୁନାହାନ୍ତି । ଅଭାବ ଆପଣଙ୍କ ପିଛା ଛାଡୁନି । ତେବେ ଏବେ ମିରର ଦେଖି ନିଅନ୍ତୁ ଆପଣଙ୍କ ବାମ ଗାଲରେ କଳାଜାଇ ନାହିଁତ । ଯଦି ଆପଣଙ୍କ ବାମ ଗାଲରେ କଳାଜାଇ ଥିବ ତେବେ ଏହା ଆପଣଙ୍କ ଆର୍ଥିକ ଅଭାବର କାରଣ ହୋଇପାରେ ।

ଓଠର ଡାହଣ ପଟ ତଳ ଭାଗରେ : ଆପଣଙ୍କ ଡାହଣ ପଟ ଓଠରେ ଯଦି କଳାଜାଇ ଅଛି,ତେବେ ଆପଣ ଆର୍ଥିକ ସମସ୍ୟାରେ ପଡିବା ସମ୍ଭାବନା ରହିଛି ।
ଆଙ୍ଗୁଠିରେ : ଦେଖନ୍ତୁତ ଆପଣଙ୍କ ବିଶି ଆଙ୍ଗୁଠିରେ କଳାଜାଇ ଅଛି କି ତେବେ ଏହା ଆପଣଙ୍କୁ ଆର୍ଥିକ ସମସ୍ୟା ଆଡକୁ ଟାଣି ପାରେ ।
ବାମ ପାପୁଲି ଓ ବାମଗୋଡ : ଯଦି ଆପଣଙ୍କ ବାମ ପାପୁଲି ଓ ବାମ ଗୋଡରେ କେଉଁଠି ବି କଳାଜାଇ ଅଛି ତେବେ ତାହା ଆପଣଙ୍କ ଆର୍ଥିକ ସ୍ୱଛଳତାକୁ ପ୍ରଭାବିତ କରିବ । ଆପଣ ଅଧିକ ରୋଜଗାର କଲେବି ନିଜ ଖର୍ଚ୍ଚ ଉପରେ ଲଗାମ ଲଗାଇ ପାରିବେନି ।
ଭ୍ରୁଲତା : ଆପଣଙ୍କ ଶରୀରର ବାମ ପଟର ଭ୍ରୁଲତାରେ ଯଦି କଳାଯାଇ ଅଛି ତେବେ ଆପଣ ବିନା କାରଣରେ ଅଧିକ ଖର୍ଚ୍ଚ କରିବେ । ଆପଣଙ୍କୁ ଆର୍ଥିକ ସମସ୍ୟା ଦେଖା ଦେବ ।
( ତେବେ ଏସବୁ ନିର୍ଭର କରିବ କଳାଜାଇର ପ୍ରକୃତ ସ୍ଥାନ ଓ,ସାଇଜ ଓ ରଙ୍ଗ ଉପରେ )