ଗରମ ଦିନେ ବ୍ଲାକ ବ୍ରା ପିନ୍ଧିଲେ କ୍ୟାନସର : ସୋନାଲି ବିନ୍ଦ୍ରେଙ୍କ ସହ ଯୋଡି ଏପରି ଗୁଜବ ମେସେଜ ଭାଇରାଲ, ସତ କଣ ?

ମୁମ୍ବାଇ: ବ୍ଲାକ ବ୍ରା ପିନ୍ଧନ୍ତୁ ନାହିଁ । ରାତିରେ ବ୍ରା ବିନ୍ଧି ଶୋଇବା ଅନୁଚିତ । ପ୍ରତ୍ୟୋକ ଦିନ ବ୍ରା ଧୋଇବା ଜରୁରୀ । ବ୍ଲାକ ବ୍ରା ପିନ୍ଧିଲେ କ୍ୟାନସର ହେବାର ଭୟ ରହିଛି । ଖାସ କରି ଗରମ ଦିନେ ବ୍ଲାକ ବ୍ରା ପିନ୍ଧିଲେ ଗର୍ଭାଶୟ କ୍ୟାନସର ହେବାର ଆଶଙ୍କା ରହିଛି । ମହିଳାଙ୍କ ଅନ୍ତ ବସ୍ତ୍ରକୁ ନେଇ ଏମିତି କିଛି ମେସେଜ ଏବେ ସୋସିଆଲ ମିଡିଆରେ ଭାଇରାଲ  ହେବାରେ ଲାଗିଛି । ଏହାକୁ ନେଇ ସବୁ ସ୍ତରରେ ପ୍ରକାଶ ପାଇଛି । ମେସେଜରେ କେବଳ ଏତିକି ନାହିଁ ଏହାକୁ ବାସ୍ତବ ଢଙ୍ଗରେ ପ୍ରଚାର କରିବାକୁ ଏହା ସହିତ ବଲିଉଡ ଗ୍ଲାମର ଗର୍ଲ ସୋନାଲି ବିନ୍ଦ୍ରେଙ୍କ କ୍ୟାନସର ସହ ଯୋଡା।ାୁଛି । ସୋନାଲି ଏବେ ‘ଗର୍ଭାଶୟ କ୍ୟାନ୍‌ସର’ ରୋଗରେ ପୀଡ଼ିତ ।ସେ ଏବେ ଚିକିତ୍ସିତ ହେଉଛନ୍ତି । ତେଣୁ ତାଙ୍କ ନାଁ ଯୋଡି ଏପରି ମେସେଜ ଭଆଇରାଲ ହେଉଛି । ଏହା ସହ ଏପରି ମେସେଜ ଟାଟା କ୍ୟାନସର ହସପିଟାଲ ପକ୍ଷରୁ ଏହି ମେସଜେ ଜାରି ହୋଇଥିବା କୁହାଯାଇ ଭାଇରାଲ ହେବାରେ ଲାଗିଛି । କିଛି ଲୋକେ ଏହାର ସତ କି ମିଛ ନଜାଣି ଭାଇରାଲ କରିବାରେ ଲାଗିଛନ୍ତି । ବ୍ଲାକ ବ୍ରା ପିନ୍ଧୁଥିବା ଅନେକ ମହିଳାଙ୍କ ଏହି କାରଣରୁ ମୃତ୍ୟୁ ଘଟୁଥିବା ଉକ୍ତ ମେସେଜ୍‌ରେ ସତର୍କ କରାଯାଇଛି। ସେହିପରି ମହିଳାମାନଙ୍କ ଉଦ୍ଦେଶ୍ୟରେ ଏହାର ପ୍ରତିକାର ବ୍ୟବସ୍ଥା ନେଇ ଆଉ କିଛି ବାର୍ତ୍ତା ରହିଛି। କେବଳ ସେତିକି ନୁହେଁ ଏହି ବାର୍ତ୍ତା ଅନ୍ୟକୁ ପଠାଇବାକୁ ମେସେଜ ତେଳେ ଉଲ୍ଲେଖ ରହିଛି । ହେଲେ ଏପରି ଖବରକୁ ଗଣମାଧ୍ୟମରେ ଖଣ୍ଡନ କରିଛନ୍ତି ଟାଟା ମେମୋରିଆଲ ହସ୍ପପିଟାଲ କତ୍ତୃପକ୍ଷ । ଏହା ଏକ ଗୁଜବ । ଏଥିରେ କୈଣସି ସତ୍ୟାସତ୍ୟ ନାହିଁ କି ଟାଟା ମେମୋରିଳ ହସ୍ପିଟାଲରୁ ଏହାକୁ ଜାରି କରାଯାଇ ନାହିଁ । ତେଣୁ ଭାଇରାଲ ନକରିବାକୁ କୁହାଯାଇଛି ।