କରୋନା ଲକ୍ଷଣ ଦେଖାଦେବା ପରେ ଡାକ୍ତରଖାନ​‌ରେ ଭର୍ତି ହେଲେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର

ନୂଆଦିଲ୍ଲୀ: କରୋନା ଭଳି ଲକ୍ଷଣ ଦେଖା ଦେବାରୁ ଡାକ୍ତରଖାନାରେ ଭର୍ତି ହୋଇଛନ୍ତି ବିଜେପି ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର । ମଳିଥିବା ସୂଚନା ଅନୁସାରେ ଗୁୁରୁବାର ହଠାତ ସମ୍ବିତ ପାତ୍ର କରୋନା ଭଳି କିଛି ଲକ୍ଷଣ ଅନୁଭବ କରିଥିଲେ । ଏହାପରେ ତାଙ୍କୁ ଗୁରୁଗାଓଁର ମେଦାନ୍ତ ହସ୍ପିଟାଲରେ ଭର୍ତି କରାଯାଇଛି । ସେଠାରେ ତାଙ୍କ ଚିକିତ୍ସା ଚାଲିଛି ।

ସୂଚନାଯୋଗ୍ୟ ସମ୍ବିତ ପାତ୍ର ଭାରତୀୟ ଜନତା ପାର୍ଟିର ଜଣେ ଆଗ ଧାଡିର ନେତା ଭାବେ ପରିଚିତ । ଦଳର ଜାତୀୟ ମୁଖପାତ୍ର ହୋଇଥିବା କାରଣରୁ ଟିଭି ବିତର୍କରେ ଅଧିକାଂଶ ସମୟରେ ଭାଗ ନେଇଥାନ୍ତି । ସବୁବେଳେ ନିଜର ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ରହିଆସୁଥିବା ବିଜେପି ନେତା ସମ୍ବିତ ପାତ୍ର ୨୦୧୯ ଲୋକସଭା ନିର୍ବାଚନରେ ଓଡିଶାର ପୁରୀ ଆସନରୁ ପ୍ରାର୍ଥୀ ହୋଇଥିଲେ।