“ଭାରତ କେ ମନକି ବାତ, ମୋଦି କା ସାଥ” କାର୍ଯ୍ୟକ୍ରମକୁ ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକାରି

୨୦୧୯ ନିର୍ବାଚନର ସଙ୍କଳ୍ପ ପତ୍ରରେ ରହିବ ଦେଶବାସୀଙ୍କ ମନର କଥା

ଭୁବନେଶ୍ୱର : ୨୦୧୪ ନିର୍ବାଚନରେ ଜନତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ବଡ ଭରଷା କରିଥିଲେ । ୨୦୧୪ ନିର୍ବାଚନ ପୁର୍ବରୁ ଭାରତୀୟ ଜନତା ପାର୍ଟି ଯାହା ଯାହା ପ୍ରତିଶୃତି ଦେଇଥିଲା ସେ ସମସ୍ତ ପୂରଣ କରିବାରେ ସକ୍ଷମ ହୋଇଛି । ଆଉ ସେଇଥିପାଇଁ ସାରା ଦେଶର ଲୋକ ଭାରତୀୟ ଜନତା ପାର୍ଟି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଚଟାଣ ଭଳି ଅଛନ୍ତି । ୨୦୧୯ ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି ଏମିତି ଏକ ସଙ୍କଳ୍ପ ପତ୍ର ଆଣିବା ପାଇଁ ଆଣିବା ପାଇଁ ଚାହୁଁଛି ଦେଶବାସୀଙ୍କର ମନର କଥା କହୁଥିବ । “ଭାରତ କେ ମନ କି ବାତ, ମୋଦି କା ସାଥ” କାର୍ଯ୍ୟକ୍ରମ ମାଧ୍ୟମରେ ଦେଶର ଜନତାଙ୍କ ଠାରୁ ସେମାନଙ୍କର ମନ ଭିତରର ଆଶା ଆଉ ଉପଦେଶକୁ ସଂଗ୍ରହ କରାଯାଇ ଆଗାମୀ ନିର୍ବାଚନର ସଙ୍କଳ୍ପ ପତ୍ରରେ ସ୍ଥାନ ଦିଆଯିବ ବୋଲି ଓଡିଶାରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ଅବସରରେ ଆୟୋଜିତ ବୁଦ୍ଧିଜିବି ସମ୍ମିଳନିରେ କହିଛନ୍ତି କେନ୍ଦ୍ର ଭୁପୃଷ୍ଠ ପରିବହନ ଓ ରାଜପଥ ନିର୍ମାଣ ମନ୍ତ୍ରୀ ନୀତିନ ଗଡକାରୀ ।


 ଦେଶର ଜନତାଙ୍କ ଠାରୁ ସେମାନଙ୍କର ମନ ଭିତରର ଆଶା ଆଉ ଉପଦେଶକୁ ସଂଗ୍ରହ କରାଯାଇ ଆଗାମୀ ନିର୍ବାଚନର ସଙ୍କଳ୍ପ ପତ୍ରରେ ସ୍ଥାନ ଦିଆଯିବ
 ସ୍କାମ ପରେ ସ୍କାମ କରି କଂଗ୍ରେସ ଦଳ ଦେଶର ବିକାଶକୁ ବାଧା ପହଂଚାଉଥିଲା । ଗରିବି ହଟାଓର ନାରା ଦେଇ କଂଗ୍ରେସ ଦଳ ଗରିବ ଲୋକମାନଙ୍କୁ ଶୋଷଣ କରୁଥିଲା ।
 ଦେଶକୁ ଭ୍ରଷ୍ଟାଚାର ମୁକ୍ତ ଏବଂ ଆର୍ଥୀକ ସ୍ଥିତିରେ ଦେଶକୁ ମଜବୁତ କରିବାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱାଧୀନ ସରକାର ସଫଳ ହୋଇଛି
 ନିର୍ବାଚନ ଲଢିବା ପାଇଁ ବିରୋଧୀ ଦଳମାନଙ୍କ ପାଖେ କୌଣସି ପ୍ରସଙ୍ଗ ନାହିଁ । ସେଥିପାଇଁ ସେମାନ ଲୋକମାନଙ୍କ ମନରେ ଭୟ ପୁରାଇ ନିର୍ବାଚନ ଜିତିବାର ଚେଷ୍ଟା କରୁଛନ୍ତି


ଏହି ଅବସରରେ ଶ୍ରୀ ଗଡକାରୀ କହିଛନ୍ତି କି ଦେଶର ସ୍ୱାଧୀନତାର ୭୨ ବର୍ଷ ଭିତରେ ପ୍ରାୟ ଅଧିକାଶଂ ସମୟ ପାଇଁ କ୍ରମାଗତ ଶାସନ କଂଗ୍ରେସ ହାତରେ ଥିଲା । କଂଗ୍ରେସ ଶାସନ କହିଲେ ଲୋକଙ୍କ ମନରେ ଦୁର୍ନିତି ଭ୍ରଷ୍ଟାଚାର କଥା ଆଜିବି ଆସୁଛି । ଦେଶରେ ସ୍କାମ ପରେ ସ୍କାମ କରି କଂଗ୍ରେସ ଦଳ ଦେଶର ବିକାଶକୁ ବାଧା ପହଂଚାଉଥିଲା । ଗରୀବି ହଟାଓର ନାରା ଦେଇ କଂଗ୍ରେସ ଦଳ ଗରିବ ଲୋକମାନଙ୍କୁ ଶୋଷଣ କରୁଥିଲା । ହେଲେ ମୋଦି ସରକାର ଶାସନକୁ ଆସିଲା ବେଳେ ଦେଶବାସୀଙ୍କୁ ପ୍ରତିଶୃତି ଦେଇଥିଲେ ଯେ ଭାଜପାର ସରକାର ଆସିଲେ ଦେଶରେ ସ୍ୱଛ ଏବଂ ଭ୍ରଷ୍ଟାଚାର ମୁକ୍ତ ସରକାର ହେବ । ଏହା ସହ ଗରୀବ ଲୋକଙ୍କର ଦୁଃଖ ଦୁର ହେବ । ଦେଶକୁ ଭ୍ରଷ୍ଟାଚାର ମୁକ୍ତ ଏବଂ ଆର୍ଥୀକ ସ୍ଥିତିରେ ଦେଶକୁ ମଜବୁତ କରିବାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱାଧୀନ ସରକାର ସଫଳ ହୋଇଛି ।
ଶ୍ରୀ ଗଡକାରୀ କହିଛନ୍ତି କି ଭାଜପା ସରକାର ଆସିବା ପୁର୍ବରୁ ଦେଶର ୧୮% ଲୋକଙ୍କ ଘରେ ବିଜୁଳି ନଥିଲା । ପ୍ରଧାନମନ୍ତ୍ରୀ ସୌଭାଗ୍ୟ ଯୋଜନାରେ ଏବେ ପ୍ରତି ଘରେ ବିଜୁଳି ପହଂଚି ପାରିଛି । ଦେଶରେ ୨୦୧୪ ମସିହା ବେଳେ ମାତ୍ର ୩କୋଟି ଲୋକଙ୍କ ପାଖେ ବ୍ୟାଙ୍କ ଖାତା ଥିଲା । ହେଲେ ମାତ୍ର ୫ ବର୍ଷର ଶାସନରେ ପ୍ରଧାନମନ୍ତ୍ରୀ ଜନଧନ ଯୋଜନାରେ ଆଜି ୩୪କୋଟି ଲୋକଙ୍କ ପାଖେ ବ୍ୟାଙ୍କିଙ୍ଗ ସୁବିଧାର ଲାଭ ପହଂଚିଛି । ସେହିପରି ଆଗରୁ ଗରିବ ମା ଓ ଭଉଣିମାନଙ୍କୁ ରୋଷେଇ କରିବା ପାଇଁ କାଠ, କୁଟା ଆଉ ଘଷି ଉପରେ ନିର୍ଭର କରିବାକୁ ପଡିଥିଲା । ଏବେ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ଦେଶର ୬ କୋଟି ଗରିବ ପରିବାର ଆଜି ରୋଷେଇ ଧୁଆଁରୁ ମୁକ୍ତି ପାଇଛନ୍ତି । ପ୍ରଦୁଷଣ କମିବା ସହିତ ମହିଳାମାନେ ଏବେ ଧୁଆଁ ଜନିତ ରୋଗରୁ ମଧ୍ୟ ମୁକ୍ତି ପାଇଛନ୍ତି । ଏହା ହେଉଛି ଏକ ନୂଆ ଭାରତର ପରିକଳ୍ପନା । ଯାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯୋଗୁଁ ସମ୍ଭବ ହୋଇଛି ।

ସେହିପରି ଭିତିଭୂମି ନିର୍ମାଣ କ୍ଷେତ୍ରରେ ମଧ୍ୟ ଭାରତ ଦ୍ରୁତ ଗତିରେ ଆଗେଇ ଚାଲିଛି । ଆଗରୁ ୟୁପିଏ ସରକାର ସମୟରେ ଦିନକୁ ହାରାହାରି ମାତ୍ର ୨ କିମିର ଜାତୀୟ ରାଜପଥ ନିର୍ମାଣ ହୋଇପାରୁଥିଲା । ହେଲେ ଏବେ ଏନଡିଏ ସରକାର ସମୟରେ ଦିନକୁ ୨୮ କିମି ଜାତୀୟ ରାଜପଥ ନିର୍ମାଣ ହୋଇପାରୁଛି । ଆଗକୁ ଏହା ୪୦ କିମିରେ ପହଂଚାଇବା ପାଇଁ ଲକ୍ଷ୍ୟ ରଖାଯାଇଛି । କେବଳ ଓଡିଶାରେ ଜାତୀୟ ରାଜପଥ ନିର୍ମାଣରେ ୧ ଲକ୍ଷ କୋଟିରୁ ଅଧିକ ଅର୍ଥର ପ୍ରକଳ୍ପ ଜାତୀୟ ରାଜପଥ ନିର୍ମାଣ ଦିଗରେ ବ୍ୟୟବରାଦ ହୋଇଛି । ସେହିପରି ଗ୍ରାମ ସଡକ ଯୋଜନାରେ ମଧ୍ୟ ଏହି ସରକାର ଢେର ଭଲ ପଦର୍ଶନ କରିଛି । ଗତ ୫ ବର୍ଷରେ ୯୦ ହଜାର ଗାଁକୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ମାଧ୍ୟମରେ ଯୋଡା ଯାଇପାରିଛି । ଗତ ୫ ବର୍ଷରେ ଦେଶରେ ୧୦୦ଟି ବିମାନ ବନ୍ଦର ନିର୍ମାଣ ହୋଇଛି ଯାହା ଦେଶରେ କୋଣ ଅନୁକୋଣର ଲୋକଙ୍କୁ ବିମାନ ସୁବିଧା ପହଂଚାଇବାରେ ସକ୍ଷମ ହୋଇଛି ବୋଲି ଶ୍ରୀ ଗଡକାରି କହିଛନ୍ତି ।
କେନ୍ଦ୍ରରେ ମୋଦି ସରକାର କ୍ଷମତାକୁ ଆସିଲା ପରେ ସମସ୍ତଙ୍କୁ ପକ୍କା ଘର ଯୋଗାଇବାର ଭରଷା ଦେଇଥିଲେ । ଯାହା ଆଜି ସଫଳ ହେବାକୁ ଯାଉଛି । କେବଳ ସାଢେ ୪ ବର୍ଷରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦେଶରେ ୧.୫ କୋଟି ଗରିବ ଲୋକଙ୍କୁ ପକ୍କାଘର ଯୋଗାଇ ଦିଆଯାଇଛି ନୀତିନ କହିଛନ୍ତି ।

ଶ୍ରୀ ଗଡକାରି କହିଛନ୍ତି କି ଆଜି ନିର୍ବାଚନ ଲଢିବା ପାଇଁ ବିରୋଧୀ ଦଳମାନଙ୍କ ପାଖେ କୌଣସି ପ୍ରସଙ୍ଗ ନାହିଁ । ସେଥିପାଇଁ ସେମାନ ମିଛ ଅପପ୍ରଚାରରେ ଲାଗିଛନ୍ତି । ଲୋକମାନଙ୍କ ମନରେ ଭୟ ପୁରାଇ ନିର୍ବାଚନ ଜିତିବାର ଚେଷ୍ଟା କରୁଛନ୍ତି ଯାହା କେବେ ସଫଳ ହେବ ନାହିଁ । ଜାତି ଏବଂ ଧର୍ମର କଥା ଆଜି ବିରୋଧୀ ଦଳମାନଙ୍କ ପାଇଁ ନିର୍ବାଚନ ଏଜେଣ୍ଡା ହୋଇଛି । ହେଲେ ଭାରତୀୟ ଜନତା ପାର୍ଟି ବିକାଶର ଏଜେଣ୍ଡାରେ ନିର୍ବାଚନ ଲଢିବାକୁ ଯାଉଛି ।
“ଭାରତ କେ ମନକି ବାତ, ମୋଦି କା ସାଥ” କାର୍ଯ୍ୟକ୍ରମ ମାଧ୍ୟମରେ ଦେଶବାସୀ ଦେଶପାଇଁ ସରକାର କଣ କରିବା ଉଚିତ ଜଣାଇବେ । ଆଉ ବିଜେପିର ନିର୍ବାଚନ ସଙ୍କଳ୍ପ ପତ୍ରରେ ଦେଶବାସୀଙ୍କ ମନର କଥା ହିଁ ରହିବ । ଏନଡିଏ ଆଉ ଥରେ ସରକାରକୁ ଆସିଲେ ଆଗାମୀ ୫ ବର୍ଷରେ ଦେଶକୁ ବିଶ୍ୱର ୧ ନମ୍ବର ସ୍ଥାନରେ ପହଂଚାଇବ ଏଥିରେ କୌଣସି ସନ୍ଦେହ ନାହିଁ ବୋଲି ଶ୍ରୀ ଗଡକାରୀ କହିଛନ୍ତି ।
ଏହି ଅବସରରେ ଆଜି ଭ୍ରାମ୍ୟମାଣ “ଭାରତ କେ ମନକି ବାତ, ମୋଦି କା ସାଥ”ର ଗାଡି ଶୁଭାରମ୍ଭ କରାଯାଇଛି । ଗାଡି ୧୪୭ ବିଧାନସଭା ଓ ୨୧ ଲୋକସଭା କ୍ଷେତ୍ରକୁ ଯିବ ଏବଂ ଲୋକଙ୍କ ମତାମତ ସଂଗ୍ରହ କରିବ । ଲୋକମାନେ ସେମାନଙ୍କ ମତାମତ ଗାଡି ପାଖରେ ଆସି ଭିଡିଓ ମାଧ୍ୟମରେ ଦେଇପାରିବେ । ଅନଲାଇନ େଓବସାଇଟ www.bharatkemannkibaat.com ଏବଂ ଟୋଲ ଫ୍ରି ମୋବାଇଲ ନମ୍ବର ୬୩୫୭୧-୭୧୭୧୭ରେ ମିସଡ୍ କଲ ଦେଇ ଲୋକମାନେ ସେମାନଙ୍କର ମତାମତ ଦେଇପାରିବେ ।
ଏହି ଅବସରରେ ରାଜ୍ୟ ସଂକଳ୍ପ ପତ୍ରର ଅଧ୍ୟକ୍ଷ ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସଭାପତି ବସନ୍ତ ପଣ୍ଡା, ବିଧାୟକ ଦଳ ନେତା କେ.ଭି ସିଂହଦେଓ, ଉପସଭାପତି ସମୀର ମହାନ୍ତି, ସଂକଳ୍ପ ପତ୍ର ସମିତିର ଆବାହକ ସୁଦର୍ଶନ ନାୟକଙ୍କ ସମେତ ଶତାଧିକ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ । (ବିଜେପି ମିଡିଆ ସେଲ୍)