କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ମୋଦୀଙ୍କ ମନ୍ତ୍ରୀମଣ୍ଡଳରେ ସାମିଲ ହେବା ପରେ ପ୍ରଥମ ଥର ଓଡ଼ିଶା ଗସ୍ତରେ ଆସିଛନ୍ତି ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ । ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଦୁଇ କେନ୍ଦ୍ରମନ୍ତ୍ରୀଙ୍କୁ ଭାରତୀୟ ଜନତା ପାର୍ଟି ପକ୍ଷରୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ନାଚ, ଗୀତ ଓ ବାଜା କମ୍ପିଛି ବିମାନ ବନ୍ଦର ପରିସର ।

କେନ୍ଦ୍ରମନ୍ତ୍ରୀ ପଦ ପାଇବାରେ ପରେ ପ୍ରତାପ ଷଡ଼ଙ୍ଗୀ ଓ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶା ଆସିଛନ୍ତି । ବିମାନ ବନ୍ଦଳରେ ବିଜେପି ପକ୍ଷରୁ ସ୍ୱାଗତ କରାଯାଇଛି । ବଲାଙ୍ଗୀର ସାଂସଦ ବସନ୍ତ ପଣ୍ଡା, ଅପରାଜିତ ଷଡ଼ଙ୍ଗୀ, ମୟୁରଭଞ୍ଜ ସାଂସଦ ବିଶେଶ୍ୱର ଟୁଡୁ, ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି, ପ୍ରଭାରୀ ଅରୁଣ ସିଂହ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରଥମେ ସେମାନେ ପୁରୀ ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ନେବେ । ଏହା ପରେ ଅପରାହ୍ନରେ ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ସ୍ୱାଗତ ସମ୍ବର୍ଦ୍ଧନା ସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । 

ମୋଦୀ ତାଙ୍କର ଦ୍ୱିତୀୟ ପାଳିରେ ପୁଣି ଥରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସାମିଲ କରିଛନ୍ତି । ଶ୍ରୀ ପ୍ରଧାନଙ୍କୁ ତୈଳ ଓ ପ୍ରାକୃତିକ ଗ୍ୟାସ ଏବଂ ଇସ୍ପାତ ମନ୍ତ୍ରଣାଳୟ ମିଳିଛି । ସେପଟେ ବାଲେଶ୍ୱର ଲଢ଼ି ନିର୍ବାଚିତ ହୋଇଥିବା ପ୍ରତାପ ଷଡ଼ଙ୍ଗୀ ଏମ୍‌ଏସ୍‌ଏମ୍‌ଇ ଓ ମତ୍ସ୍ୟ, ଗୋ-ପାଳନ ଓ ପଶୁ ସମ୍ପଦ ବିଭାଗ ଦାୟିତ୍ୱରେ ଅଛନ୍ତି ।