ଭଞ୍ଜନଗର: ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହ ସମାପନ କରିବାକୁ ପୁଲିସ ପ୍ରଶାସନ ଯେତେ ଚେଷ୍ଟା କଲେବି କିଛି ଫଳ ମିଳୁନି । ଗତକାଲି ପୁଣିଜଣେ ବିଜେପି କର୍ମୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅଗଝୋଳ ଗାଁର ଏହି ଘଟଣା ଘଟିଛି ।
ମୃତକ ଜଣକ ହେଲେ ସଦାଶିବ୍ ପ୍ରଧାନ। ଗତକାଲି ବିଳମ୍ବିତ ରାତିରେ ଗାଁ ମଝିରେ ସଦାଶିବ୍ଙ୍କ କ୍ଷତବିକ୍ଷତ ମୃତଦେହ ପଡ଼ିଥିବା ଗ୍ରାମବାସୀ ଦେଖିଥିଲେ। ପରେ ଗ୍ରାମବାସୀ ଓ ପରିବାର ଲୋକେ ତାକୁ ଉଦ୍ଧାର କରିଥିଲେ। ତେବେ ଏହା ରାଜନୈତିକ ହତ୍ୟାକାଣ୍ଡ ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। କିଛି ଦିନ ତଳେ ଖୋର୍ଦ୍ଧା ବିଜେପି ମଣ୍ଡଳ ସଭାପତି ମଙ୍ଗୁଳି ଜେନାଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ଅଭିଯୋଗ ଆସିଥିଲା।