ବିଜେପି କ୍ଷମତାକୁ ଆସିଲେ ରାଜ୍ୟରେ କୃଷିଋଣ ଛାଡ କରିବ : ଧର୍ମେନ୍ଦ୍ର ପ୍ରଧାନ

ଭଦ୍ରକ : ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ରାଜ୍ୟରେ ଓ ଦିଲ୍ଲୀରେ ସରକାର ଗଢିବ । ବିଜେପି ସରକାରକୁ ଆସିଲେ ରାଜ୍ୟର କୃଷକ ମାନଙ୍କ କୃଷି ଋଣ ଛାଡ କରିବ ଆଜି କୃଷକ ମାନଙ୍କୁ ଏମିତି ଆଶ୍ୱସନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଆଜି ଭଦ୍ରକର ବାସୁଦେବପୁର ନିର୍ବାଚନ ମଣ୍ଡଳୀର କଂଗ୍ରେସ ଛାଡିଥିବା ଟାଣୁଆ ନେତା ମାଧବାନନ୍ଦ ମଲ୍ଲିକ ଓ ବହୁ ସଂଖ୍ୟାରେ କଂଗ୍ରେସ କର୍ମୀ ବିଜେପିରେ ଯୋଗଦାନ କରିଥିଲେ । ଏହି ଅବସରରେ ଉଦବୋଧନ ଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଲେ ଯେ କଂଗ୍ରେସ ଦଳ ରାଜ୍ୟରେ ଅସ୍ଥିତ୍ୱ ହରାଇଛି । କଂଗ୍ରେସ ଦଳ ଦିନରେ ବସନ୍ତ ଓ ରାତିରେ ବାସନ୍ତୀ ହେଉଥିବା ହେତୁ କଂଗ୍ରେସ ଦଳ ଛାଡୁଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ଯେ, ୨୦୧୯ ମସିହାରୁ ପରିବର୍ତନ ବାସୁଦେବପୁରରେ ହେବ । ରାଜ୍ୟରେ ଅପାରଗ, ସ୍ଥାଣୁ, ବ୍ୟଭିଚାର ମିଛୁଆ ସରକାର ଚାଲିଛି । ରାଜ୍ୟରେ ଯୁବକ ମାନଙ୍କ ଅବସ୍ଥା ଭଲ ନାହିଁ । ସ୍ୱାସ୍ଥ୍ୟସେବା, ପିଇବାପାଣି ମିଳୁନି, ୨୪ ଘଂଟିଆ ବିଜୁଳି ସେବା ନାହିଁ । ବିଜେପି ସରକାରକୁ ଆସିଲେ ରାଜ୍ୟରେ କୃଷିଋଣ ଛାଡ ହେବ । ଭଦ୍ରକ ବାସୁଦେବପୁରରେ ବଂଶାନୁକ୍ରମିକ ରାଜନୀତିକୁ ଲୋକେ ଗ୍ରହଣ କରିବେ ନାହିଁ । ବିଜେପି ଦଳ ସରକାରକୁ ଆସିଲେ ଭଦ୍ରକ ଜିଲାରେ ମେଡିକାଲ କଲେଜ ତିଆରି କରିବ ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଆୟୁଷ୍ମାନ ଯୋଜନା ଭାରତର ସବୁଠାରୁ ବଡ ସ୍ୱାସ୍ଥ୍ୟସେବା ଯୋଜନା । ବଡବଡ ବେମାରୀ ପାଇଁ ୫ଲକ୍ଷ ପର‌୍ୟ୍ୟନ୍ତ ସହାୟତା ସବୁଠି ମିଳିପାରିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡିଶା ଆସିଥିଲେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ ଏହି ଯୋଜନାରେ ସାମିଲ ହେବାପାଇଁ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ମହୋଦୟ ଆପରଣଙ୍କ ରାଗ ପ୍ରଧାନମନ୍ତ୍ରୀଙ୍କ ପାଖରେ ଥାଇପାରେ । ଆମକୁ ଆପଣ ହେୟଜ୍ଞାନ କରୁଛନ୍ତି ଓଡିଆ ରାଜକୋଷରୁ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରି ବିଜ୍ଞାପନ ଦେଉଛନ୍ତି । ଶିକ୍ଷକ ମାନଙ୍କ ପାଇଁ ଦରମା ନାହିଁ । ହେଲେ ହକି ଖେଳ ପାଇଁ କୋଟିକୋଟି ଟଙ୍କା ଅଛି । ଅଣଓଡିଆ ଅଫିସରଙ୍କ ପକେଟ ଗରମ ପାଇଁ ଚେଷ୍ଟା କରାଯାଉଛି । ଓଡିଶାବାସୀଙ୍କୁ ସ୍ୱୁଲରେ ଶିକ୍ଷକ ଦରକାର, ଏଆର ରେହମାନର ଗୀତ ଦରକାର ନାହିଁ । ରୋଜଗାର ଦରକାର ଶାହାରୁଖ ଖାଁ ଶୋ ଦରକାର ନାହିଁ । ତିତଲି ସମୟରେ ନବୀନ ବାବୁ ଏତମଦମସ୍ତ ହେଲେ ଜିରୋ କାଜୁଆଲିଟି କଥା କହିଲୋ ହେଲେ ଗଞ୍ଜାମ, ଗଜପତି ଓ ରାୟଗଡାରେ ୧୦୦ ରୁ ଅଧିକ ଲୋକେ ମୃତ୍ୟୁବରଣ କଲେ । ନୀରିହ ଆଦିବାସୀ ଲୋକ କଷ୍ଟରେ ଏବେବି ଅଛନ୍ତି । ଭଡାଟିଆ ଖବରକାଗଡକୁ ଲଗାଇ ଉଜ୍ଜଳା ଯୋଜନାରେ କେଳାଙ୍କାରୀ ହୋଇଥିବାର କୁହାଯାଉଛି ।

ନବୀନ ବାବୁ ଆପଣ ସ୍ଥାନ ଚିହ୍ନଟ କରନ୍ତୁ ସେହି ସ୍ଥାନକୁ ଯାଇ ଉଜ୍ଜଳାରେ ମା ଭଉଣୀ ଉପକୃତ ହୋଇଛନ୍ତି କି ନାହିଁ ତାର ଅନୁଧ୍ୟାନ କରିବା ବୋଲି ସେ କହିଥିଲେ । ଏହାସହ ଉଜ୍ଜଳା ଯୋଜନାରେ ଯଦି କେହି ସାମାନ୍ୟ ଭୁଲ କରେ ତା ବିରୋଧରେ କଠୋର ଦଣ୍ଡ ଦିଆଯିବ । ତଥ୍ୟ ପ୍ରମାଣ ଥୋଇଲେ ମୋଦି ସରକାର ସୁଧାରିବା ପାଇଁ ପଛାଇବେ ନାହିଁ । ତେବେ ପ୍ରଧାନମବୀ ଆବାସ, ବାର୍ଦ୍ଧକ୍ୟଭତା, ପାଇଖାନାରେ ଯେଉଁ ହେରଫେର ହୋଇଛି ଏହି ତ୍ରୁଟିକୁ କେବେ ମୁଖ୍ୟମବୀ ସୁଧାରିବେ ବୋଲି ସେ ପ୍ରଶ୍ନ କରିଥିଲେ ।
କେନ୍ଦ୍ରମନ୍ତ୍ରୀ ଆହୁରି କହିଛନ୍ତି ଯେ, ଖଜୁରୀ ଗଛର କି ଗୁଣ ଗାଇବି, ମୂଳରୁ ପାହଛ ପାହଛ । ଆମ ଗାଁ ଆମ ବିକାଶରେ ସାଧାରଣ ଲୋକ ଏପରିକି ସରପଂଚ ଅଜାଣତରେ କାମ ଚାଲିଛି । ଏ ସରକାରଙ୍କୁ ଅପାରଗ କହିଲେ ବାଧୁଛି ।୨୦୧୪ ବେଳକୁ ରାଜ୍ୟରେ ୨୦ ଲକ୍ଷ ଏଲପିଜି କନେକସନ ଦିଆଯାଇଥିବା ବେଳେ ମୋଦି ସରକାରଙ୍କ ସାଢେ ୪ ବର୍ଷରେ ଏହି ସଂଖ୍ୟା ୭୩ ଲକ୍ଷରେ ପହଁଚିଛି । ଭଦ୍ରକ ଜିଲାର ସାଢେ ୩ ଲକ୍ଷ ପରିବାର ମଧ୍ୟରୁ ୨୦୧୪ ବେଳକୁ ମାତ୍ର ୫୦ ହଜାର ଘରେ ଗ୍ୟାସ ଥିବା ବେଳେ ଏହି ସଂଖ।। ଏବେ ୨ ଲକ୍ଷ ୮୨ ହଜାରରେ ପହଁଚିଛି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ, ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନାରେ ୨ ମାସରେ ୧ କୋଟି ଲୋକଙ୍କୁ ସ୍ୱାସ୍ଥ୍ୟସେବା ପହଁଚିଥିବା କଥା ରାଜ୍ୟ ସରକାର ବିଜ୍ଞାପନ ଦେଇଛନ୍ତି । ବିଜ୍ଞାପନଟି ସତ ହେଲେ କଥା ଟି ମିଛ । ୨୦୧୬-୧୭ ଇକୋନମିକ୍ ସର୍ଭେ ରିପୋର୍ଟରୁ ରାଜ୍ୟ ସରକାରଙ୍କ ମିଛ ଜଣାପଡୁଛି। ସରକାରଙ୍କ ୧ କୋଟିର ଯେଉଁ ହିସାବ ଦିଆଯାଇଛି ତା ଦିନରେ ଲଣ୍ଠନ ଦେଖାଇବା ସଦୃଶ । ସେ ଯେଉଁ ହିସାବ ଦେଉଛି ତାହା ରାଜ୍ୟ ସରକାରଙ୍କ ହିସାବ । ଯଦି ଏହାକୁ କିଏ ଭୁଲ ପ୍ରମାଣିତ କରିଦେବ ତାହାହେଲେ ଧର୍ମେନ୍ଦ୍ର ପ୍ରଧାନ ଯୋଡହସ୍ତରେ ଭୁଲ ମାଗିବ । ସେହିପରି ରାଜ୍ୟ ବାହାରେ ଓଡିଆ ଲୋକମାନେ ଅଛନ୍ତି ସେମାନେ ସ୍ୱାସ୍ଥ୍ୟସେବା ପାଇପାରିବେ ନାହିଁ । ସୁରଟରେ କେଉଁ ମେଡିକାଲ ସହ ରାଜ୍ୟ ସରକାର ଅନୁବନ୍ଧିତ ହୋଇଛନ୍ତି ଏହାକୁ ସେ ପ୍ରଶ୍ନ କରିଛନ୍ତି ।
୨୦୧୪ ବେଳକୁ ରାଜ୍ୟରେ ୨୦ ଲକ୍ଷ ଏଲପିଜି କନେକସନ ଦିଆଯାଇଥିବା ବେଳେ ମୋଦୀ ସରକାରଙ୍କ ସାଢେ ୪ ବର୍ଷରେ ଏହି ସଂଖ୍ୟା ୭୩ ଲକ୍ଷରେ ପହଁଚିଛି । ଭଦ୍ରକ ଜିଲାର ସାଢେ ୩ ଲକ୍ଷ ପରିବାର ମଧ୍ୟରୁ ୨୦୧୪ ବେଳକୁ ମାତ୍ର ୫୦ ହଜାର ଘରେ ଗ୍ୟାସ ଥିବା ବେଳେ ଏହି ସଂଖ୍ୟା ଏବେ ୨ ଲକ୍ଷ ୮୨ ହଜାରରେ ପହଁଚିଥିବା ଶ୍ରୀ ପ୍ରଧାନ କହିଛନ୍ତି ।