ଏନଏମଏ ବାଇ-ଲ’ ପ୍ରତ୍ୟାହାର ପରେ କେନ୍ଦ୍ର ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଓ ଗୃହ ମନ୍ତ୍ରୀଙ୍କୁ ଭେଟି ଧନ୍ୟବାଦ ଦେଲା ବିଜେପି

ମହାପ୍ରଭୁ ଜଗନ୍ନାଥଙ୍କ ପରମ ଭକ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୀ ଓଡିଶାର କଳା, ସଂସ୍କୃତି ଓ ପରମ୍ପରାକୁ ସବୁବେଳେ ସମ୍ମାନ ଦେଇ ଆସିଛନ୍ତି - ଧର୍ମେନ୍ଦ୍ର

ନୂଆଦିଲ୍ଲୀ : ଶ୍ରୀମନ୍ଦିର ପାଇଁ ପ୍ରସ୍ତାବିତ ଏନଏମଏର ଐତିହ୍ୟ ଉପନିୟମକୁ ପ୍ରତ୍ୟାହାର କରିଥିବାରୁ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଶ୍ରୀଜଗନ୍ନାଥ ମନ୍ଦିରର ସେବାୟତ ଏବଂ ଓଡିଶା ବିଜେପିର ଏକ ପ୍ରତିନିଧୀ ମଣ୍ଡଳ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ସିଂହ ପଟେଲ ଓ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟି ଧନ୍ୟବାଦ ଜଣାଇଛନ୍ତି ।
ଦୁଇ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିବା ପରେ ଟ୍ୟୁଟ କରି ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବାଇ-ଲ’ ପ୍ରତ୍ୟାହାର କରିଥିବାରୁ କେନ୍ଦ୍ରମନ୍ତ୍ରୀ ମାନଙ୍କ କୃତଜ୍ଞତା ଜଣାଉଛି । ମହାପ୍ରଭୁ ଜଗନ୍ନାଥଙ୍କ ପରମ ଭକ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୀ ଓଡିଶାର କଳା, ସଂସ୍କୃତି ଓ ପରମ୍ପରାକୁ ସବୁବେଳେ ସମ୍ମାନ ଦେଇ ଆସିଛନ୍ତି । ଶ୍ରୀ ଜଗନ୍ନାଥଙ୍କ ଶ୍ରଦ୍ଧାଳୁ ଏବଂ ଓଡିଆ ଲୋକଙ୍କ ଭାବାବେଗକୁ ଦୃଷ୍ଟିରେ ରଖି ତତକ୍ଷଣାତ ପ୍ରସ୍ତାବିତ ଐତିହ୍ୟ ଉପନିୟମକୁ ପ୍ରତ୍‌୍ୟାହାର କରିଥିବାରୁ ପୁନର୍ବାର ଧନ୍ୟବାଦ ।


କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ସିଂହଙ୍କୁ ଭେଟି ଆଲୋଚନା କରିବା ପରେ ପତିକ୍ରିୟା ରଖିଛନ୍ତି ସଂସ୍‌ୃତି ମନ୍ତ୍ରୀ । ପୁରୀ ଶ୍ରୀମନ୍ଦିର ଏବଂ ତା’ର ଚତୁଃପାର୍ଶ୍ୱକୁ ସୌନ୍ଦର୍ଯ୍ୟୀକରଣ ଏବଂ ସଂରକ୍ଷଣ ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ଯାହା ବ୍ୟବସ୍ଥା କରାଯିବ ତାହା ସମସ୍ତ ନିଯୋଗ, ସେବାୟତ, ସ୍ଥାନୀୟ ବାସିନ୍ଦା ଓ ଷ୍ଟେକ ହୋଲଡରଙ୍କ ସହ ଚର୍ଚ୍ଚା ଆଲୋଚନା କରି ନିଷ୍ପତି ନିଆଯିବ ବୋଲି କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ କହିବା ସହ ଏଥିପାଇଁ ସେ ବ୍ୟକ୍ତିଗତ ଭାବେ ପୁରୀ ଆସି ସମସ୍ତଙ୍କ ସହ ଆଲୋଚନା କରିବେ ବୋଲି କହିଛନ୍ତି ।
ଏହା ପରେ ବିଜେପି ସଦସ୍ୟ ଓ ଶ୍ରୀମନ୍ଦିର ସେବାୟତମାନେ କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହାଙ୍କୁ ଭେଟି ଧନ୍ୟବାଦ ଜଣାଇଛନ୍ତି । ପୁରୀ ଶ୍ରୀମନ୍ଦିର ଏବଂ ତା’ର ନୀତିକାନ୍ତି, ପଂରପରା, ସେବାୟତ ଓ ଭକ୍ତ ସମସ୍ତଙ୍କର ଭାବାବେଗ ଓ ଆବଶ୍ୟକତାକୁ ଅକ୍ଷୁୁର୍ଣ୍ଣ ରଖିବା ପାଇଁ ମୋଦି ସରକାର ସଂକଳ୍ପବଦ୍ଧ । ମୋଦି ସରକାର ଥିବା ଯାଏଁ ଶ୍ରୀଜଗନ୍ନାଥ ମନ୍ଦିର ଉପରେ କୌଣସି ଆଂଚ ଆସିବ ନାହିଁ ବୋଲି ଗୃହମନ୍ତ୍ରୀ ଶ୍ରୀ ଶାହା ପ୍ରତିନିଧୀ ଦଳକୁ ପ୍ରତିଶୃତି ଦେଇଛନ୍ତି । ଏହି ଅବସରରେ ପ୍ରତିନିଧୀ ଦଳ ପୁରୀ ଜଗନ୍ନାଥ ମନ୍ଦିର, କୋଣାର୍କ ସୂର୍ଯ୍ୟ ମନ୍ଦିର ଏବଂ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରର ସଂରକ୍ଷଣ ସଂପର୍କରେ ଆଲୋଚନା ହୋଇଥିଲା । ସେବାୟତମାନେ କେନ୍ଦ୍ର ଗୃହ ମନ୍ତ୍ରୀ ଏବଂ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ପୁରୀ ଆସିବା ପାଇଁ ନିମନ୍ତ୍ରଣ କରିଛନ୍ତି ।


ଏହି ସାକ୍ଷାତକାଳରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ସିଂହ ପଟେଲଙ୍କ ସମେତ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ, ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର, ରାଜ୍ୟ ବିଜେପି ସାଧାରଣ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର, ବ୍ରହ୍ମଗିରୀ ବିଧାୟକ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ପୁରୀ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ, ଡ. ବସନ୍ତ ପତି, ଭୀମସେନ ଚନ୍ଦନ ହଜୁରୀ, ମଧୁସୂଦନ ସିଂହାରୀ, ରାମଚନ୍ଦ୍ର ସୁଆଁର, ଭବାନୀ ଶଙ୍କର ଦାସମହାପାତ୍ର ଏବଂ ସୋମନାଥ ଖୁଂଟିଆ ପ୍ରମୁଖ ଉପସ୍ଥିତ ଥିଲେ ।

bjp thanked to central minister on mna issue