କୋଟିଆ ଓଡିଶାର,ଭାବାବେଗକୁ ବୁଝିବୁ, ସଂପର୍କ ସୁଦୃଢ କରିବୁ:ସମୀର ମହାନ୍ତି

ରାଜ୍ୟ ସଭାପତିଙ୍କ କୋଟିଆ ଗସ୍ତ

ଭୁବନେଶ୍ୱର, :୧୯୩୬ ମସିହା ଅର୍ଥାତ୍ ସ୍ୱାଧାନୀତା ପୂର୍ବରୁ କୋରାପୁଟ ଜିଲ୍ଲା ପଟାଙ୍ଗୀ ଅଂଚଳର କୋଟିଆ ପଂଚାୟତ ଓଡିଶା ଭୂଖଣ୍ଡରେ ରହିଛି । କିନ୍ତୁ ଏବେ ସେଠି ଆନ୍ଧ୍ର ପ୍ରଦେଶ ସରକାର ପଂଚାୟତ ନିର୍ବାଚନ କରିବା ଲାଗି ମସୁଧା ଚଲାଇଛନ୍ତି । ଦୀର୍ଘ ଦିନ ଧରି କୋଟିଆ ପଂଚାୟତକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ବିବାଦ ଦେଖିବାକୁ ମିଳିଥିବାବେଳେ ରାଜ୍ୟ ସରକାର କୋଟିଆ ଅଂଚଳରେ ସରକାରୀ ସୁବିଧା ପହଂଚାଇବାରେ ବିଫଳ ହୋଇଛନ୍ତି । ଅନ୍ୟପଟେ ଓଡିଶା ସହ କୋଟିଆ ବାସୀଙ୍କର ଥିବାଭାବାବେଗକୁ ସୁଦୃଢ କରବା ପାଇଁ ବିଜେପି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ଉଚ୍ଚ ସ୍ତରୀୟ ପ୍ରତିନିଧୀ ଦଳ କୋଟିଆ ଅଂଚଳକୁ ଗସ୍ତ କରିଛି। କୋଟିଆ ଓଡିଶାର,ଭାବାବେଗକୁ ବୁଝିବୁ,ସଂପର୍କ ସୁଦୃଢ କରିବୁ । କୋଟିଆବାସୀଙ୍କ ସହ ପ୍ରତ୍ୟକ୍ଷ ଭାବେ ଆଲୋଚନା କରି ସେମାନଙ୍କ ସମସ୍ୟା ସଂପର୍କରେ ଅବଗତ ହେବା ପାଇଁ ଏହି ପ୍ରତିନିଧୀ ଦଳ କୋଟିଆ ଗସ୍ତ କରୁଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

 କୋଟିଆବାସୀଙ୍କ ସହ ବ୍ୟକ୍ତିଗତ ଆଲୋଚନା କରିବା ପରେ ସେମାନଙ୍କ ସମସ୍ୟାକୁ ବିଧାନସଭାରେ ଉଠାଇବେ ବିରୋଧୀ ଦଳ ନେତା
 କୋଟିଆବାସୀଙ୍କ ସହ ପ୍ରତ୍ୟକ୍ଷ ଭାବେ ଆଲୋଚନା କରି ସେମାନଙ୍କ ସମସ୍ୟା ସଂପର୍କରେ ବୁଝିବ ବିଜେପି ପ୍ରତିନିଧୀ ଦଳ
 କୋରାପୁଟ ଜିଲ୍ଲା ପଟାଙ୍ଗୀ ଅଂଚଳର କୋଟିଆ ପଂଚାୟତ ଓଡିଶା ଭୂଖଣ୍ଡରେ ରହିଛି
 ଆସନ୍ତାକାଲି କୋଟିଆରେ ପହଂଚିବେ ବିଜେପି ପ୍ରତିନିଧୀ ଦଳ
 ଆସନ୍ତାକାଲି ଦିନ ୧ ଟାରେ କୋଟିଆ ଠାରେ ସାମ୍ବାଦିକ ସମ୍ମିଳନୀ କରିବ ବିଜେପି

କୋଟିଆବାସୀଙ୍କ ସହ ବ୍ୟକ୍ତିଗତ ଆଲୋଚନା କରିବା ପରେ ସେମାନଙ୍କ ସମସ୍ୟାକୁ ବିଧାନସଭାରେ ଉଠାଇବେ ବୋଲି ବିରୋଧୀ ଦଳ ନେତା ଶ୍ରୀ ପ୍ରଦୀପ୍ତ ନାଏକ କହିଛନ୍ତି । ଆସନ୍ତାକାଲି ଦିନ ୧ ଟା ସମୟରେ କୋଟିଆବାସୀଙ୍କ ସହ ଆଲୋଚନା କରିବା ପରେ ରାଜ୍ୟ ସଭାପତି ଏବଂ ବିରୋଧୀ ଦଳ ନେତା କୋଟିଆ ଠାରେ ସାମ୍ବାଦିକ ସମ୍ମିଳନୀକୁ ସମ୍ଭୋଧିତ କରିବେ । ଏହି ପ୍ରତିନିଧୀ ଦଳରେ ପୂର୍ବତନ ସାଂସଦ ପର୍ଶୁରାମ ମାଝୀ, ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର, ରାଜ୍ୟ ସଂପାଦକ କାଳନ୍ଦୀ ସାମଲ, କୃଷକ ମୋର୍ଚ୍ଚା ସାଧାରଣ ସଂପାଦକ ସୁରଥ ବିଶ୍ୱାଳ ଏବଂରାଜ୍ୟ ମୁଖପାତ୍ର ବିରଂଚୀ ତ୍ରିପାଠୀ ପ୍ରମୁଖ ସାମିଲ ଅଛନ୍ତି ।