୨୦୧୯ ନିର୍ବାଚନ ଲାଗି ବିଜେପିର ଟି- ଟ୍ୱେଣ୍ଟି ଅସ୍ତ୍ର

ଭୁବନେଶ୍ୱର : ୨୦୧୯ ସାଧାରଣ ନିର୍ବାଚନରେ ଏହି ଟି-ଟ୍ୱେଣ୍ଟି ଫର୍ମୁଲା ଆପଣାଇବ ବିଜେପି । ଏହି ଫଣ୍ଡା ଆପଣାଇ ସାରା ଦେଶର ଭୋଟରଙ୍କ ନିକଟତର ହୋବୋକୁ ପ୍ରସ୍ତୁତ ହୋଇଛି ରଣନୀତି । ଏହାକୁ ଆଦାର କରି ବିଜେପି ପୁଣି ଥରେ ଶାସନ ଗାଦିକୁ ଫେରିବାକୁ ବ୍ଲୁ – ପ୍ରଣ୍ଟି ତିଆରି କରିଛି । ବୁଥ ସ୍ତରର ସଙ୍ଗଠନକୁ ଆଖିରେ ରଖି ଏଭଳି ମାଇକ୍ରୋ ଆନାଲିସିସ ଫର୍ମୁଲା ତିଆରି କରିଛି ଦଳ । ଏହି ଫର୍ମୁଲା ହେବ ନିର୍ବାଚନ ଲଢ଼ିବାର ଏକ ଜୋରଦାର କୌଶଳ । ଏହି କୌଶଳ ଅନୁସାରେ ଭାରତୀୟ ଜନତା ପାର୍ଟିର ଜଣେ ଜଣେ ବୁଥ୍ ସ୍ତରୀୟ କର୍ମୀ ଅତିକମ୍ରେ ତାଙ୍କ ଅଞ୍ଚଳର ୨୦ଟି ଘର ବୁଲି ମୋଦି ସରକାରଙ୍କ ସଫଳତାର ପ୍ରଚାର କରିବେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଲୋକପ୍ରିୟତା ଏବଂ ତାଙ୍କ ସରକାରର ହାସଲ ଆଧାରରେ ହିଁ ୨୦୧୯ ନିର୍ବାଚନ ମଇଦାନକୁ ଓହ୍ଲାଇବ ବିଜେପି । ଭାରତୀୟ ଜନତା ପାର୍ଟିର କେନ୍ଦ୍ରୀୟ ନେତୃତ୍ୱ ବହୁ ପୂର୍ବରୁ ଏପରି ନିଷ୍ପତ୍ତି ଗ୍ରହଣ କରିଛି । ଏହାକୁ ସାକାର କରିବା ପାଇଁ ଓଡ଼ିଶାରେ ମଧ୍ୟ ଦଳ ଏହି ଟି-ଟ୍ୱେଣ୍ଟି ଖେଳ ଆରମ୍ଭ କରିଦେଇଛି ।

‘ହର୍ ବୁଥ୍ ଦଶ୍ ୟୁଥ୍’ ଓ ‘ଘର୍ ଘର୍ ଦସ୍ତକ’ ଅଭିଯାନ
ଏସବୁ ‘ମୋ ବୁଥ୍ ମଜବୁତ୍’ କାର୍ଯ୍ୟକ୍ରମର ଅଂଶବିଶେଷ
କର୍ମୀମାନେ ନିଜ ଅଞ୍ଚଳର ଅତି କମ୍ରେ ୨୦ଟି ଘରକୁ ଯାଇ ମୋଦି ସରକାରଙ୍କ ସଫଳତାର ଗାଥା ବଖାଣିବେ
‘ହର୍ ବୁଥ୍ ଦଶ ୟୁଥ୍’ ବା ‘ପ୍ରତି ବୁଥ ଦଶ ଯୁବା’ କାର୍ଯ୍ୟକ୍ରମରେ ପ୍ରତି ବୁଥ୍ ଅଞ୍ଚଳର ଅତି କମ୍ରେ ୧୦ ଜଣ ଯୁବକଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆପ୍ ବା ନମୋ ଆପ୍ ସହିତ ଯୋଡ଼ାଯିବ
ଆସନ୍ତା ୫ ବର୍ଷ ପାଇଁ ମୋଦି ସରକାର ସେମାନଙ୍କ ପାଇଁ କ’ଣ କରିବାକୁ ଯୋଜନା କରିଛନ୍ତି ସେ ବିଷୟରେ ମଧ୍ୟ ଲୋକମାନଙ୍କୁ ଅବଗତ କରିବେ କର୍ମୀ

ଏହାକୁ ସାକାର କରିବା ପାଇଁ ଦଳର ବିସ୍ତାରକମାନେ ଏବେ ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ଜୋରଦାର ପ୍ରୟାସ ଚଳେଇଛନ୍ତି । ଦଳର ଜଣେ  ଛାମୁଆ ସଂଗଠକ ଦେଇଥିବା ସୂଚନା ଅନୁସାରେ କେବଳ ଟି୨୦ ନୁହେଁ ଦଳ ତରଫରୁ ‘ହର୍ ବୁଥ୍ ଦଶ୍ ୟୁଥ୍’ ଓ ‘ଘର୍ ଘର୍ ଦସ୍ତକ’ ଅଭିଯାନ ମଧ୍ୟ ଚାଲିବ । ଏସବୁ ‘ମୋ ବୁଥ୍ ମଜବୁତ୍’ କାର୍ଯ୍ୟକ୍ରମର ଅଂଶବିଶେଷ । ଟି-୨୦ ଫର୍ମୁଲା ଅନୁସାରେ ଦଳର କର୍ମୀମାନେ ନିଜ ଅଞ୍ଚଳର ଅତି କମ୍ରେ ୨୦ଟି ଘରକୁ ଯାଇ ମୋଦି ସରକାରଙ୍କ ସଫଳତାର ଗାଥା ବଖାଣିବେ ଓ ସେ ସଂପର୍କୀତ ପୁସ୍ତିକା ଇତ୍ୟାଦି ଦେବେ ।

ସେହିପରି ‘ହର୍ ବୁଥ୍ ଦଶ ୟୁଥ୍’ ବା ‘ପ୍ରତି ବୁଥ ଦଶ ଯୁବା’ କାର୍ଯ୍ୟକ୍ରମରେ ପ୍ରତି ବୁଥ୍ ଅଞ୍ଚଳର ଅତି କମ୍ରେ ୧୦ ଜଣ ଯୁବକଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆପ୍ ବା ନମୋ ଆପ୍ ସହିତ ଯୋଡ଼ାଯିବ । ଇତିମଧ୍ୟରେ ନମୋ ଆପ୍ର ଏକ ନୂତନ ସଂସ୍କରଣ ଚୂଡ଼ାନ୍ତ ହୋଇଛି । ଏହି ଆପ୍ରେ କର୍ମୀମାନଙ୍କ ପାଇଁ କାର୍ଯ୍ୟ ନିର୍ଦ୍ଦେଶିକା ରହିଛି । କିପରି ଅଧିକ ଲୋକଙ୍କୁ ନମୋ ଆପ୍ ସହିତ ଯୋଡ଼ାଯିବ, କିପରି ମୋଦିଙ୍କ ସଫଳତା ଓ କାର୍ଯ୍ୟକ୍ରମର ପ୍ରଚାର ହେବ ଆଦି ବିଷୟରେ ସେଥିରେ ଗ୍ରାଫିକ୍ ଓ ଭିଡିଓ କ୍ଲିପ୍ ଆଦି ରହିଛି । ଆସନ୍ତା ସପ୍ତାହରେ ଏହାକୁ ଛଡ଼ାଯିବ ।

ସେହିପରି ଘର୍ ଘର୍ ଦସ୍ତକ କୌଶଳରେ ପ୍ରତି ବୁଥ୍ ଅଞ୍ଚଳରେ ଅତି କମ୍ରେ ୨୪ ଜଣ କର୍ମୀ ଘରକୁ ଘର ବୁଲି ମୋଦି ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମର ପ୍ରଚାର କରିବେ । ମୋଦି ସରକାର ହିତାଧିକାରୀଙ୍କ ପାଇଁ କରିଥିବା ପ୍ରତ୍ୟକ୍ଷ ସୁବିଧା କାର୍ଯ୍ୟକ୍ରମଗୁଡ଼ିକର ସଫଳତା ବିଷୟରେ ବୁଝେଇବେ । ଆସନ୍ତା ୫ ବର୍ଷ ପାଇଁ ମୋଦି ସରକାର ସେମାନଙ୍କ ପାଇଁ କ’ଣ କରିବାକୁ ଯୋଜନା କରିଛନ୍ତି ସେ ବିଷୟରେ ମଧ୍ୟ ଲୋକମାନଙ୍କୁ ଅବଗତ କରିବେ । ଏହା ସହିତ ଲୋକଙ୍କ ପାଇଁ ଓ ଦେଶ ପାଇଁ ନରେନ୍ଦ୍ର ମୋଦି ଆଉ ଥରେ ପ୍ରଧାନମନ୍ତ୍ରୀ ହେବା କିପରି ଜରୁରୀ ସେ ବିଷୟରେ ମଧ୍ୟ ସେମାନଙ୍କୁ ବୁଝେଇବାକୁ ଚେଷ୍ଟା କରିବେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨୦୧୪ ନିର୍ବାଚନ ସମୟରେ ନରେନ୍ଦ୍ର ମୋଦିଙ୍କ ପ୍ରଚାର କୌଶଳ ଅନ୍ୟ ଦଳଗୁଡ଼ିକଠାରୁ ଏହିପରି ଭିନ୍ନ ଥିଲା । ସେତେବେଳେ ସେ ଭିଡ଼ିଓ ଜରିଆରେ ୩ଡି ପ୍ରଚାର କରିଥିଲେ । ଚାୟ ପେ ଚର୍ଚ୍ଚା ଜରିଆରେ ଲୋକମାନଙ୍କର ନିକଟତର ହୋଇଥିଲେ । ଏହି କୌଶଳରେ ସେ ଏକା ସମୟରେ ଦେଶର ବିଭିନ୍ନ ଅଞ୍ଚଳର ଲୋକମାନଙ୍କ ପାଖରେ ପହଞ୍ôଚଥିଲେ । ଏବେ ତା’ଠାରୁ ଅଧିକ ଉନ୍ନତ ଜ୍ଞାନକୌଶଳ ବ୍ୟବହାର କରି ସଂଗଠିତ କର୍ମୀଙ୍କ ଜରିଆରେ ସେ ଦେଶ ସାରା ଛାଇ ଯିବାକୁ ଯୋଜନା କରିଛନ୍ତି ।