କାଳିଆ ଯୋଜନା ପ୍ରସଙ୍ଗ : ଋଣ ଛାଡ ନକରି ପୁଣି ମିଛ ଡ୍ରାମା କରି ଚାଷୀଙ୍କୁ ପ୍ରତାରଣା କଲେ ନବୀନ ବାବୁ – ବିଜେପି

ଭୁବନେଶ୍ୱର : ବର୍ଷର ବିଜେଡି ଶାସନରେ ଆଜି ଚାଷୀ ସବୁଠାରୁ ପୀଡାଗ୍ରସ୍ତ । ଯୋଜନା ଅନେକ ହେଲେ ସବୁ ପ୍ରତାରଣ ପାଲଟିଛି । ରାଜ୍ୟରେ ଚାଷୀ ଆଜି ଚାହିଁ ବସିଥିଲେ ମୁଖ୍ୟମନ୍ତ୍ରୀ କୃଷି ଋଣ ଛାଡ ଘୋଷଣା କରିବେ । ହେଲେ ମୁଖ୍ୟମନ୍ତ୍ରୀ ଆଜି ପୁଣି ବୁଲାଇ ବଙ୍କାଇ ମାରିଲେ ଚାଷୀଙ୍କୁ । ସାରା ଦେଶରେ ଏବେ ଅନେକ ରାଜ୍ୟ କୃଷି ଋଣ ଛାଡ କରିସାରିଥିଲାବେଳେ ଓଡିଶାରେ ରାଜ୍ୟ ସରକାର କାହିଁକି କୃଷି ଋଣ ଛାଡ କଲେ ନାହିଁ । ଯଦି କୃଷକମାନଙ୍କ ପାଇଁ ଏତେ ଦରଦ ତାହେଲେ ଲଲିପପ୍ ଦେଖାଇବା ବନ୍ଦ କରି ତୁରନ୍ତ କୃଷି ଋଣ ଛାଡ କରନ୍ତୁ ବୋଲି ବିଜେପିର ରାଜ୍ୟ ଉପସଭାପତି ସମୀର ମହାନ୍ତି ଦାବି କରିଛନ୍ତି ।

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି କହିଛନ୍ତି ଯେ, ଠିକ୍ ନିର୍ବାଚନ ପୁର୍ବରୁ ବିନା ବଜେଟ ବ୍ୟବସ୍ଥାରେ, ଭାଗଚାଷୀ ଗଣନା ନକରି ଏପରି ଯୋଜନା କରି ମୁଖ୍ୟମନ୍ତ୍ରୀ ପୁଣିଥରେ ସାରା ଓଡିଶାର ଚାଷୀମାନଙ୍କୁ ଠକିଛନ୍ତି ।
ଶ୍ରୀ ମହାନ୍ତି କହିଛନ୍ତି କି କୃଷକଙ୍କ ଭାଗ୍ୟ ବଦଳାଇବା ପାଇଁ ୧୯ ବର୍ଷର ଶାସନ କଣ କମ ହୋଇଗଲା କି ? ରାଜ୍ୟ ସରକାର ଯୋଜନା ବଦ୍ଧ ଭାବେ କିଛି ଯୋଜନା ନକରି ଏକ ଗୋଲାପି ଚିତ୍ର ଦେଖାଇଛନ୍ତି । ବଜେଟରେ ଏଥି ପାଇଁ ଅର୍ଥ ବ୍ୟବସ୍ଥା ଅଛି କି ନାହିଁ ଜଣା ନାହିଁ । ନିର୍ବାଚନ ଆଉ ମାତ୍ର ୪ ମାସରୁ କମ ସମୟ । ଏପରି ସ୍ଥିତିରେ ଏପରି ଯୋଜନାର ମାନେ କିଛି ନାହିଁ । କେବଳ ସୁନେଲି ସ୍ୱପ୍ନ ଆଉ ତାପରେ ପୁଣି ଚାଷୀଙ୍କର ସେଇ ଦୁର୍ଦ୍ଦଶା ।

 ମୁଖ୍ୟମନ୍ତ୍ରୀ ଆଜି ପୁଣି ବୁଲାଇ ବଙ୍କାଇ ମାରିଲେ ଚାଷୀଙ୍କୁ
 ସାରା ଦେଶରେ ଏବେ ଅନେକ ରାଜ୍ୟ କୃଷି ଋଣ ଛାଡ କରିସାରିଥିଲାବେଳେ ଓଡିଶାରେ ରାଜ୍ୟ ସରକାର କାହିଁକି କୃଷି ଋଣ ଛାଡ କଲେ ନାହିଁ ?
 ନିର୍ବାଚନ ଆଉ ମାତ୍ର ୪ ମାସରୁ କମ ସମୟ ରହିଛି, ଏପରି ସ୍ଥିତିରେ ଏପରି ଯୋଜନାର ମାନେ କିଛି ନାହିଁ କେବଳ ସୁନେଲି ସ୍ୱପ୍ନ ଆଉ ତାପରେ ପୁଣି ଚାଷୀଙ୍କର ସେଇ ଦୁର୍ଦ୍ଦଶା
 ରାଜ୍ୟ ସରକାର ଏବେ ସୁଦ୍ଧା ଚାଷୀ ଆତ୍ମହତ୍ୟାକୁ ସ୍ୱୀକାର କରୁନାହାନ୍ତି
 କୁଆଡେ ଗଲା ଆଳୁ ମିଶନ, ପାର୍ବତି ଗିରି ଜଳସେଚନ ପ୍ରକଳ୍ପ, ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପର ସମସ୍ତ ଘୋଷଣା

୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ଆରମ୍ଭ କରିଥିବା ବିଜୁ କୃଷକ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଯେଉଁ ୨୫ ଲକ୍ଷ ଚାଷୀଙ୍କ ହିସାବ ଥିଲା ତାହା କଣ ସତ ? ଏବେ ୬୦ ଲକ୍ଷ ଚାଷୀ ପରବାର ଥିବା କଥା କହିଛନ୍ତି । ସରକାରଙ୍କର କେଉଁ କଥାଟି ସତ ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି ।
ରାଜ୍ୟ ସରକାର ଏବେ ସୁଦ୍ଧା ଚାଷୀ ଆତ୍ମହତ୍ୟାକୁ ସ୍ୱୀକାର କରୁନାହାନ୍ତି । ସେହିପରି କୁଆଡେ ଗଲା ଆଳୁ ମିଶନ, ପାର୍ବତି ଗିରି ଜଳସେଚନ ପ୍ରକଳ୍ପ, ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପର ସମସ୍ତ ଘୋଷଣା । କେବଳ ଯୋଜନାର ନାଁ ଘୋଷଣା କରିବା ହେଉଛି ଏହି ସରକାରଙ୍କର ଏକମାତ୍ର ସଫଳତା ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

ବିଜୁ ଜନତା ଦଳର କର୍ମୀ ମାନଙ୍କୁ ଟଙ୍କା ବଂଟା ଯିବା ପାଇଁ ଏ ଯୋଜନା କରାଯାଇଛି ବୋଲି ଶ୍ରୀ ମହାନ୍ତି ରାଜ୍ୟ ସରକାରଙ୍କୁ ଆକ୍ଷେପ କରି କହିଛନ୍ତି ।

୨୪ ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଓଡିଶା ଗସ୍ତ ପଖୋର୍ଦ୍ଧା ସମାବେଶ ପଡିଆରେ ଭୂମି ପୂଜନ କଲେ ରାଜ୍ୟ ବିଜେପି ସଭାପତି