ଫେବୃୟାରୀ ୨ ଓ ୩ରେ ଭୁବନେଶ୍ବରରେ ହେବ ବିଜେପି ଏସଟି ମୋର୍ଚ୍ଚାର ମହାଧିବେଶନ, ଅମିତ ଶାହ ଓ ମୋଦି ଯୋଗଦେବେ

ଭୁବନେଶ୍ବର : ଭୁବନେଶ୍ବରରେ ହେବ ବିଜେପି ଏସଟି ମୋର୍ଚ୍ଚାର ମହାଧିବେଶନ । ରାଜଧାନୀରେ  ଫେବ୍ରୁୟାରୀ ୨ ଓ ୩ ତାରିଖ ଦୁଇଦିନ ଧରି ଅଧିବେଶନ ଚାଲିବ । ଫେବ୍ରୁଆରୀ ୨ ଓ ୩ରେ ହେବାକୁ ଥିବା ଏହି ମହାଧିବେଶନରେ ଦେଶର ୫ ହଜାରରୁ ଅଧିକ ଆଦିବାସୀ ନେତା ଉପସ୍ଥିତ ରହିବେ । ୩ ତାରିଖରେ ଆଦିବାସୀ ହକ୍  ପାଇଁ ଏକ ବିଶାଲ ରାଲି ରାଜଧାନୀରେ ଆୟୋଜନ କରିବ ବିଜେପି । ଏହି ରାଲିରେ  ଯୋଗଦେବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହା ସହ ଏକ ଲକ୍ଷ ଆଦିବାସୀ ଏଥିରେ ଯୋଗଦେବେ ।

ଆଦିବାସୀଙ୍କୁ ଜମିପଟ୍ଟା ମିଳିଥିଲେ ମଧ୍ୟ ଜମି ନମିଳିବା, ପ୍ରତି ୬ ବର୍ଷ ରେ ୬ ମାସରେ ଜାତିଗତ ପ୍ରମାଣପତ୍ରର ନବୀକରଣ  ବ୍ୟବସ୍ଥା ବନ୍ଦ କରିବା ଆଦି ଦାବି ବିଜେପି ଏହି ଅବସରରେ ଉଠାଇବ। କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଭୁବନେଶ୍ବରରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମଳନୀରେ ଏହି ସୂଚନା ଦେଇଛନ୍ତି ।  ସେପଟେ ବିଜେଡି ପାଲଟା କେନ୍ଦ୍ର ଆଦିବାସୀ ମନ୍ତ୍ରୀଙ୍କୁ ପାଲଟା ପ୍ରଶ୍ନ କରିଛି । ପ୍ରତାପ ଦେବ କହିଛନ୍ତି । କେନ୍ଦ୍ର ସରକାର ବନଯାତ ଦ୍ରବ୍ୟର ଉଚିତ ମୁଳ୍ୟ ନିର୍ଦ୍ଧାରଣ କରୁ ନାହାନ୍ତି । ଆଦିବାସୀଙ୍କ ଲାଗି ଜଙ୍ଗଲ ଜମି ଅଧିକାର ଆିନ କେବେ ଆସିବ ଓ ଏସଟି ଛାତ୍ର ଛାତ୍ରୀଙ୍କ ଷ୍ଟାଇପେଣ୍ଡ କଟାଗଲା କହିଁକି । ଏହାର ଉତ୍ତର ସମାବେଶଷରେ ସରକାର ମନ୍ତ୍ରୀ ରଖନ୍ତୁ ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପଦଯାତ୍ରା, ରାଜ୍ୟ ସରକାରଙ୍କୁ କଲେ ଟାଗେର୍ଟ