ବିଜେପିର ସେବା ସପ୍ତାହ ଆରମ୍ଭ

ଭୁବନେଶ୍ୱର:ରାଜ୍ୟରେ ଭାରତୀୟ ଜନତା ପାର୍ଟିର ସେବା ସପ୍ତାହ ଆଜି ଉଦଘାଟିତ ହୋଇଛି । କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ତଥା ବିଜେପି ବରିଷ୍ଠ ନେତା ଧର୍ମେନ୍ଦ୍ର ପ୍ରଧାନ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି । 

ଆସନ୍ତା ୧୭ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିବସ । ଏନେଇ ରାଜ୍ୟରେ ବିଜେପିର ସେବା ସପ୍ତାହ ଆଜିଠାରୁ ଆରମ୍ଭ ହୋଇଛି । ସେପ୍ଟେମ୍ବର ୧୪ ତାରିଖରୁ ୨୦ତାରିଖ ଯାଏଁ ଏହି ସେବା ସପ୍ତାହ ପାଳନ କରାଯିବ । ଭୁବନେଶ୍ୱର ଭରତପୁରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ସେବା ସପ୍ତାହ ଉଦଘାଟନ କରି ଆରମ୍ଭ କରିଛନ୍ତି । ଏହି ସେବା ସପ୍ତାହର ଲକ୍ଷ୍ୟ ରହିଛି ପ୍ରତି ପରିବାରକୁ ପାଣି, ବିଜୁଳି, ଘର ଓ ଶୈାଚାଳୟ ଯୋଗାଇବା କାର୍ଯ୍ୟ । ମୋଦୀଭ୍କ ଜନ୍ମଦିନ ପାଇଁ ସେବା ସପ୍ତାହ ଆରମ୍ଭ କରିଛି ବିଜେପି ।  ଏହି କାର୍ଯ୍ୟକ୍ରମରେ ବିଜେପିର ସମସ୍ତ କର୍ମକର୍ତ୍ତା ତଥା ଭରତପୁର ବାସିନ୍ଦା ସାମିଲ ରହିଥିଲେ । 

ଏହି ଅବସରରେ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା, ରକ୍ତଦାନ ଶିବିର ମଧ୍ୟ ଆୟୋଜନ କରାଯାଇଛି । ଏହା ସହ ପ୍ରଧାମ୍ନ୍୍ରୀ ମୋଦୀଙ୍କ ଜୀବନୀ ଓ ଉପଲବ୍ଧୀ ସମ୍ପର୍କିତ ଏକ ପୁସ୍ତକ ମଧ୍ୟ ବରିଷ୍ଠ ନେତା ମାନେ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷଙ୍କୁ ଭେଟି ପ୍ରଦାନ କରିବେ ।