ଆଉ ୯ ଜଣ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି

ନୂଆଦିଲ୍ଲୀ: ଆସନ୍ତା ଲୋକସଭା ନିର୍ବାଚନ ପାଇଁ ବିଜେପି ଆଉ ୯ ଜଣ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ବିଜେପି ପକ୍ଷରୁ ପ୍ରକାଶ ପାଇଥିବା ଏହି ପ୍ରାର୍ଥୀମାନେ ହେଉଛନ୍ତି ଛତିଶଗଡ଼, ତେଲେଙ୍ଗାନା, ମେଘାଳୟ ଏବଂ ମହାରାଷ୍ଟ୍ରରୁ। ଜାଣିବାକୁ ମିଳିଛି ଯେ ଛତିଶଗଡ଼ର କୋର୍ବା ନିର୍ବାଚନ ମଣ୍ଡଳୀରୁ ଶ୍ରୀ ଜ୍ୟୋତି ନନ୍ଦ ଦୁବେ, ବିଲାସପୁରରୁ ଶ୍ରୀ ଅରୁଣ ସ, ରାଜନନ୍ଦଗାଓଁରୁ ଶ୍ରୀ ସନ୍ତୋଷ ପାଣ୍ଡେ, ଦୁର୍ଗରୁ ଶ୍ରୀ ବିଜୟ ବାଘେଲ, ରାୟପୁରରୁ ଶ୍ରୀ ସୁନୀଲ ସୋନି, ମହାସମୁନ୍ଦରୁ ଶ୍ରୀ ଚୁନିଲାଲ ସାହୁ, ତେଲେଙ୍ଗାନାର ମେଡକରୁ ଶ୍ରୀ ରଘୁନନ୍ଦନ ରାଓ, ମେଘାଳୟର ଟୁରାରୁ ଶ୍ରୀ ରିକମନ ଜି ମୋମିମ, ମହାରାଷ୍ଟ୍ରର ବାନ୍ଦ୍ରାରୁ ଶ୍ରୀ ସୁନୀଲ ବାବୁରାଓ ମେନ୍ଧେ।