ମହାରାଷ୍ଟ୍ର ନିର୍ବାଚନ: ବିଜେପି ଘୋଷଣା କଲା ୧୨୫ ଜଣିଆ ପ୍ରାର୍ଥୀ ତାଲିକା

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ସହଯୋଗୀ ଦଳ ଶିବସେନା ସହ ଆସନ ବୁଝାମଣାକୁ ନେଇ ଚାଲିଥିବା ଦ୍ୱିମତ ପରେ ଶେଷରେ ବିଜେପି ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର‌୍ୟ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ପ୍ରଥମ ପର‌୍ୟ୍ୟାୟରେ ୧୨୫ ଜଣ...

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ସହଯୋଗୀ ଦଳ ଶିବସେନା ସହ ଆସନ ବୁଝାମଣାକୁ ନେଇ ଚାଲିଥିବା ଦ୍ୱିମତ ପରେ ଶେଷରେ ବିଜେପି ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର‌୍ୟ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ପ୍ରଥମ ପର‌୍ୟ୍ୟାୟରେ ୧୨୫ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି । ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ ନାଗପୁର ଦକ୍ଷିଣ ପଶ୍ଚିମ ବିଧାନସଭା ଆସନରେ ନିର୍ବାଚନ ଲଢିବେ । ସେହିପରି ମହାରାଷ୍ଟ୍ର ବିଜେପିର ଅଧ୍ୟକ୍ଷ ଚନ୍ଦ୍ରକାନ୍ତ ପାଟିଲ କୋଥରୁଡରୁ ନିର୍ବାଚନ ଲଢିବାରୁ ଯାଉଥିବା ବେଳେ ଦିବଗନ୍ତ କେନ୍ଦ୍ରମନ୍ତ୍ରୀ ଗୋପିନାଥ ମୁଣ୍ଡେଙ୍କ ଝିଅ ପଙ୍କଜା ମୁଣ୍ଡେ ପାରଲୀ ବିଧାନସଭା ଆସନରୁ ମୈଦାନକୁ ଓହ୍ଲାଇବେ ।

ଦିଲ୍ଲୀ ସ୍ଥିତ ବିଜେପିର ମୁଖ୍ୟାଳୟରେ ପ୍ରଥମ ସୂଚୀ ଜାରି କରି ଦଳର ମହାସଚିବ ଅରୁଣ ସିଂ କହିଛନ୍ତି, “ତିନି-ଚତୁର୍ଥାଂଶ ବହୁମତ ସହ ପୁଣିଥରେ ଆମ ସରକାର ଆସିବା ସୁନିଶ୍ଚିତ” । ୧୨୫ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି, ଏଥିରୁ ୧୨ ଟି ବିଧାନସଭାର ପ୍ରାର୍ଥୀରେ ପରିବର୍ତ୍ତନ କରିଛି ଦଳ । ବର୍ତ୍ତମାନର ୫୨ ଜଣ ବିଧାୟକଙ୍କୁ ଟିକେଟ ଦେଇଛି ଦଳ । ଏଥିରେ ୧୨ ମହିଲା ରହିଛି । ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଅକ୍ଟୋବର ୨୧ ମତଦାନ ହେବ ଏବଂ ଅକ୍ଟୋବର ୨୪ରେ ଏହାର ପରିଣାମ ଘୋଷିତ ହେବ ।

Spread the love
Categories
ପଲିଟିକ୍ସବଡ ଖବର

RELATED BY

  • ମହାରାଷ୍ଟ୍ର ନିର୍ବାଚନ: ଘୋଷଣା ପତ୍ର ଜାରି କଲା ବିଜେପି

    ମୁମ୍ବାଇ:ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ଆଜି ଘୋଷଣା ପତ୍ର ଜାରି କରିଛି । ଏହାକୁ ସଂକଳ୍ପ ପତ୍ର ନାମ ଦିଆଯାଇଛି । ଏହାକୁ ବିଜେପିର କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡା, ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବୀସ ଓ ଅନ୍ୟ...
  • ପ୍ରଥମ ଥର ବୁକର୍‌ ପୁରସ୍କାର ଜିତିଲେ ଦୁଇ ମହିଳା

    ଲଣ୍ଡନ: ସାହିତ୍ୟ କ୍ଷେତ୍ରର ସବୁଠାରୁ ସମ୍ମାନଜନକ ବୁକର ପୁରସ୍କାର ଏଥର ଦୁଇ ଜଣ ମହିଳା ପାଇବେ। ସବୁବର୍ଷ ଜଣଙ୍କୁ ହିଁ ବୁକର ପୁରସ୍କାର ମିଳୁଥିବା ବେଳେ ୨୦୧୯ ବର୍ଷ ପାଇଁ ଜୁରି ସଦସ୍ୟ ପ୍ରଚଳିତ ନିୟମକୁ ଭାଙ୍ଗି ଦେଇଛନ୍ତି। ସର୍ବସମ୍ମତିକ୍ରମେ...
  • ଆଜିଠୁ ନୟାଗଡକୁ ଗଡିବ ସେବା ଏକ୍ସପ୍ରେସ

    ଭୁବନେଶ୍ୱର:ଆଜିଠୁ ଭୁବନେଶ୍ୱର ଓ ନୟାଗଡ ମଧ୍ୟରେ ଟ୍ରେନ ଚଲାଚଳ ଆରମ୍ଭ ହେବ । ଏହାସହ ପୂର୍ବରୁ ଏହି ରୁଟଦେଇ ଯାଉଥିବା ପାସେଞ୍ଜର ଟ୍ରେନର ସମୟରେ ପରିବର୍ତନ କରାଯାଇଛି । ଏହି ଟ୍ରେନ ଭୁବନେଶ୍ୱରରୁ ସଂଧ୍ୟା ୬ଟା ୪୦ ମିନିଟରେ ଛାଡିବା...
  • ଅର୍ଥନୀତିରେ ୩ଙ୍କୁ ନୋବେଲ: ତାଲିକାରେ ଜଣେ ଭାରତୀୟ

    ଓସ୍ଲୋ:ଭାରତରେ ଜନ୍ମିତ ଅଭିଜିତ ବାନାର୍ଜୀ ଓ ତାଙ୍କ ପତ୍ନୀ ଏସ୍ତର ଡଫ୍ଲୋଙ୍କୁ ଅର୍ଥଶାସ୍ତ୍ରରେ ନୋବେଲ ପୁରସ୍କାରରେ ସମ୍ମାନିତ କରାଯାଇଛି। ଏହା ବ୍ୟତୀତ ଏହି ବର୍ଗରେ ମାଇକେଲ କ୍ରେମରଙ୍କୁ ମଧ୍ୟ ସମ୍ମାନିତ କରାଯାଇଛି। ତିନି ଅର୍ଥଶାସ୍ତ୍ରୀଙ୍କୁ ବିଶ୍ଵରୁ ଦାରିଦ୍ର୍ୟର ଦୂରିକରଣ ପାଇଁ...