ରାଞ୍ଚି: ଝାଡଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ବିଜେପି ତୃତୀୟ ପର୍ୟ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ବିଜେପି ତୃତୀୟ ପର୍ୟ୍ୟାୟରେ ମୋଟ ୧୫ ଜଣ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି । ଏହାପୂର୍ବରୁ ବିଜେପି ୫୩ ପ୍ରାର୍ଥୀଙ୍କ ନାମ ଘୋଷଣା କରି ସାରିଥିଲା । ଗୁରୁବାର ୧୫ ପ୍ରାର୍ଥୀ ତାଲିକାକୁ ମିଶାଇ ମୋଟ ୮୧ ଆସନରୁ ବିଜେପି ୬୮ ପ୍ରାର୍ଥୀ ତାଲିକା ଜାରି କରିଛି।

ଏଠାରେ ସୂଚନା ଯୋଗ୍ୟ ଯେ ୮୧ ଆସନ ପାଇଁ ଏଠାରେ ୫ଟି ପର୍ୟ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ। ନଭେମ୍ବର ୩୦ରୁ ନିର୍ବାଚନ ହେବାକୁ ଥିବା ବେଳେ ଡିସେମ୍ବର ୨୩ରେ ଗଣତି କରାଯିବ। ତେବେ ପ୍ରଥମ ପର୍ୟ୍ୟାୟ ନିର୍ବାଚନ ନଭେମ୍ବର ୩୦, ଦ୍ୱିତୀୟ ପର୍ୟ୍ୟାୟ ଡିସେମ୍ବର ୭, ତୃତୀୟ ପର୍ୟ୍ୟାୟ ୧୨ ଡିସେମ୍ବର, ଚତୁର୍ଥ ପର୍ୟ୍ୟାୟ ୧୬ ଡିସେମ୍ବର ଓ ପଞ୍ଚମ ପର୍ୟ୍ୟାୟ ୨୦ ଡିସେମ୍ବରରେ ହେବାକୁ ଥିବାବେଳେ ଡିସେମ୍ବର ୨୩ରେ ଗଣତି କରାଯିବ ବୋଲି ସ୍ଥିର କରାଯାଇଛି।