ଓବିସି କମିଶନ ନିଯୁକ୍ତି କେବେ ?, ସଂରକ୍ଷଣ ବ୍ୟବସ୍ଥା କାହିଁକି ଲାଗୁ କରୁନି ରାଜ୍ୟ- ବିଜେପି

ଭୁବନେଶ୍ବର : ରାଜ୍ୟ ସରକାର ତୁରନ୍ତ ଓବିସି କମିଶନ ନିଯୁକ୍ତି କରନ୍ତୁ । ଏହା ସହିତ ପଛୁଆ ବର୍ଗ ପାଇଁ ସରକାର ଭଭୟ ଚାକିରୀ ଓ ପାଠ ପଢାରେ କ୍ଷେତ୍ରରେ ଥିବା  ୨୭ ଶତକଡା ସଂରକ୍ଷଣ ବ୍ୟବସ୍ଥା ଲାଗୁ କରନ୍ତୁ । ନଚେତ୍ ବିଧାନସଭା ଭିତରେ ଓ ବାହାରେ ଏବଂ ସାରା ପ୍ରଦେଶରେ ବିଜେପି ଲୋକଙ୍କ ପାଖକୁ ଯିବ ଓ ପ୍ରତିବାଦ କରିବ । ୨୦୨୧ ଜନଗଣନାରେ SEBC ଚିହ୍ନଟ ପାଇଁ କେନ୍ଦ୍ର ନିକଟରେ ଦାବି ରଖିବାକୁ ରାଜ୍ୟ କ୍ୟାବିନେଟ ପ୍ରସ୍ତାବ ପାରିତ କରିବା ପ୍ରସଙ୍ଗରେ ଆଜି ଏମିତି ଢଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି ।

ବିଜେପି ସାଧାରଣ ସଂପାଦକ ପୃର୍ଥ୍ବୀରାଜ ହରିଚନ୍ଦନ ସାମ୍ହାଦିକ ସମ୍ମଳନୀରେ ରାଜ୍ୟ ସରକାରଙ୍କ ଏପରି ପ୍ରସ୍ତାବକୁ ସମାଲୋଚନା କରି ଏହା ପଛରେ ଷଡଯନ୍ତ୍ର ଓ ରାଜନୀତିର ଥିବା କହିଛନ୍ତି ।  ସମ୍ବିଧାନର ଆର୍ଟିକଲ୍ ୧୫ ସେକ୍ସନ ୪ ଓ ଆର୍ଟିକଲ୍ ୪୬ ଏବଂ ଆର୍ଟିକଲ୍ ୧୬ ସେକ୍ସନ ୪କୁ ନେଇ ରାଜ୍ୟ ସରକାର ଜାତି ଭିତ୍ତିକ ଜନଗଣନା ପାଇଁ ଦାବି କରୁଛନ୍ତି । କିନ୍ତୁ ଏହି ଧାରା କହୁଛି ରାଜ୍ୟ ସରକାର ପଛୁଆ ବର୍ଗକୁ ସମସ୍ତ ସୁବିଧା ଦେଇପାରିବେ । ତେବେ  ରାଜ୍ୟ ସରକାର ୨୦ବର୍ଷ ଶାସନ କଲାପରେ ଆଜିକାହିଁକି ଏମାନଙ୍କ କଥା ମନେ ପକାଉଛନ୍ତି । ଆର୍ଥିକ ଓ ସାମାଜିକ ଅନଗ୍ରସର ଶ୍ରେଣୀର ଉନ୍ନତି କରାଯିବ ବୋଲି କହୁଛନ୍ତି । ଯେତେବେଳେ ଯେମିତି ସୁହାଇବ ସମ୍ବିଧାନକୁ ସେମିତି ବ୍ୟବହାର କରିବାକୁ ଚେଷ୍ଟା କରୁଛନ୍ତି । ଯଦି ପଛୁଆ ବର୍ଗର ବିକାଶ ଚାହୁଁଛନ୍ତି ତେବେ ଓବିସି କମିଶନ କାହିଁକି ନିଯୁକ୍ତି ଦେଇନାହାନ୍ତି ? ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ପଛୁଆ ବର୍ଗକୁ ସଂରକ୍ଷଣ ଦେବା କ୍ଷେତ୍ରରେ ନ୍ୟାୟାଳୟର ଦ୍ବାହି ଦେଇ ମୁହଁ ଲୁଚାଉଛନ୍ତି  କାହିଁକି । ୨୦୧୧ର ଏସ ଇ ସି ସି ତାଲିକାରେ ରାଜ୍ୟ ସରକାର ସନ୍ତୁଷ୍ଟ ନଥିଲେ । ସବୁ ରାଜ୍ୟରେ ୨୭ ଶତକଡା ସଂରକ୍ଷଣ ଦିଆଯାଉଥିବା ବେଳେ ଓଡ଼ିଶା ଏକମାତ୍ର ରାଜ୍ୟ ଏହାକୁ ଲାଗୁ କରିନି । ତ୍ରୁଟିପୂର୍ଣ୍ଣ ଓ ରାଜନୈତିକ ଉଦ୍ଦେଶ୍ୟ ରଖି ତାଲିକା କରିଥିବାରୁ ବିଭିନ୍ନ ଯୋଜନାରେ ପ୍ରକୃତ ହିତାଧିକାରୀ ବାଦ୍ ପଡୁଛନ୍ତି । ଆବାସ ଯୋଜନା ଓ ଖାଦ୍ୟ ସୁରକ୍ଷା ଯୋଜନା ତାଲିକାରେ ଗୁରୁଚଣ୍ଡାଳ ଦୋଷ କରିଛ । ଏପରିକି କାଳିଆ ଯୋଜନାରେ ମଧ୍ୟ ହିତାଧିକାରୀଙ୍କ ତଥ୍ୟ ନାହିଁ । ତେଣୁ ଏସ ଇ ସି ସି ତାଲିକା ରାଜ୍ୟ ସରକାର କରିବାରେ ସାଧାରଣରେ  ସନ୍ଦେହ ଅଛି ।

ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି 1993 ମସିହାରେ ଏ ନେଇ ନୋଟିଫିକେସନ ହୋଇସାରିଛି। ହେଲେ 20 ବର୍ଷ ଧରି ଶାସନ କରିବା ପରେ ମଧ୍ୟ ରାଜ୍ୟ ସରକାର OBC କମିଶନ ଗଠନ କରିନାହାନ୍ତି।ଏହା ପ୍ରମାଣିତ କରୁଛି ପଛୁଆ ବର୍ଗ ପାଇଁ ସରକାର ଙ୍କ ଆନ୍ତରିକତା ନାହିଁ । ଦେଶରେ ଅନ୍ୟ ରାଜ୍ୟମାବେ OBC ମାନଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା କରିଥିବା ବେଳେ କାହିଁକି ଓଡିଶା ସରକାର କରିନାହାନ୍ତି । ଆଗାମୀ ବିଧାନସଭା ଅଧିବେଶନ ପୂର୍ବରୁ OBC କମିଶନ ନିଯୁକ୍ତି ଓ ଚାକିରୀ କ୍ଷେତ୍ରରେ 27 ପ୍ରତିଶତ OBC ମାନଙ୍କ ପାଇଁ ସରଣକ୍ଷଣ ଘୋଷଣା ନ କଲେ ରାଜ୍ୟ ସରକାରଙ୍କ ବିରୋଧରେ ଉଭୟ ବିଧାନସଭା ଓ ରାଜରାସ୍ତାରେ ବଜେପି ଜୋରଦାର ଆନ୍ଦୋଳନ କରିବ ବୋଲି ସେ ଚେତାବନି ଦେଇଛନ୍ତି ।