ସ୍ମିତାରାଣୀ ପ୍ରସଙ୍ଗ ଉଠାଇ  ପୁଣି ସରକାରଙ୍କୁ ଟାର୍ଗେଟ କଲା ବିଜେପି

ବିନା ତଦନ୍ତରେ ୨ ହଜାର ପୃଷ୍ଟାର ଚାର୍ଜସିଟ ଏକ କ୍ରିଏଟିଭ ରାଇଟିଙ୍ଗ- ଲେଖାଶ୍ରୀ

ଭୁବନେଶ୍ବର :  ଯାଜପୁର ହରିଦାସପୁର PEO ସ୍ମିତାରାଣୀ ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କ ଉପରେ ପୁଣି ବର୍ଷିଲା ବିଜେପି ।ଘଟଣା ଘଟିବାର ଅଢେଇ ମାସ ଗଲା, ଘଟଣାରୁ ପରଦା ଉଠିଲାନି। ଅଢେ଼ଇ ମାସ ପରେ ମଧ୍ୟ ସ୍ମିତାରାଣୀ ମୃତ୍ୟୁ ଘଟଣାର ତଦନ୍ତ ସରୁନାହିଁ । କିନ୍ତୁ ଏସପି କେମିତି ତିନି ଦିନ ଭିତରେ ଗଣମାଧ୍ୟମରେ ଆତ୍ମହତ୍ୟା ବୋଲି ପ୍ରତିକ୍ରିୟା ଦେଇଥିଲେ ? ସେହି ସ୍ଥାନରେ ଥିବା ଅନ୍ୟ ବ୍ୟକ୍ତି ଓ ରାମକୋ ଅଧିକାରୀଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇନାହିଁ । ମୁଖ୍ୟ ଅଭିଯୁକ୍ତ ରୂପେଶ ଭଦ୍ରାଙ୍କୁ ପୋଲିସ କେବେ ମଧ୍ୟ ହେପାଜତକୁ ନେଇନାହିଁ, କିନ୍ତୁ ୨ହଜାର ପୃଷ୍ଠାର ଅଭିଯୋଗପତ୍ର କେମିତି ଦାଖଲ କରିଛନ୍ତି ? ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେବାରୁ ପୋଲିସ ଡିଜି ବି.କେ.ଶର୍ମାଙ୍କୁ ହଟାଇ ଦିଆଗଲା । ପୋଲିସ ବିଜେଡି ଓ ରାମକୋ ମିଶି ଯାଜପୁର ଜିଲ୍ଲାକୁ ଅପରାଧପ୍ରବଣ କରିଛନ୍ତି । ସ୍ଥାନୀୟ ବିଧାୟକଙ୍କ ଛତ୍ରଛାୟାରେ ସେଠାରେ ଅପରାଧୀ ସକ୍ରିୟ । ବିନା ତଦନ୍ତରେ କେବଳ ଓଡ଼ିଶାରେ ୨ହଜାର ପୃଷ୍ଠାର ଚାର୍ଜସିଟ୍ ତିଆରି ହୋଇପାରେ । ଏହା ଏସପି ଚରଣ ସିଂ ମୀନାଙ୍କ ଦୁଷ୍ଟବୁଦ୍ଧି ଯୋଗୁ ସମ୍ଭବ । ତୁରନ୍ତ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦିଅନ୍ତୁ ରାଜ୍ୟ ସରକାର । ବୋଲି ବିଜେପି ବିଜେପି ରାଜ୍ୟ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ପ୍ରେସମିଟରେ ପ୍ରଶ୍ନ ଉଠାଇଛନ୍ତି ।