ଓଡିଶାର ଶେଷ ଯୋଗ୍ୟ ହିତାଧିକାରୀ ଘର ପାଇବା ପର୍ଯ୍ୟନ୍ତ ଲଢେଇ ଜାରି ରଖିବବିଜେପି : ପୃଥ୍ୱୀରାଜ ହରିଚନ୍ଦନ

ପ୍ରଧାନମନ୍ତ୍ରୀ ଆବାସ ଯୋଜାନାକୁ ବିଜୁ ପକ୍କା ଘର ଷ୍ଟିକର ମାରି ପ୍ରଚାର କରିବା ପ୍ରସଙ୍ଗ

ଭୁବନେଶ୍ୱର : ରାଜ୍ୟସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜାନାର ଫଳକରେ ପ୍ର.ଆ.ଯୋ ଲେଖି ଷ୍ଟିକର ମାରିବା ଏବଂ ତଳେ ବିଜୁ ବାବୁଙ୍କ ବଡ ଫଟୋ ସହ ବିଜୁ ପକ୍କା ଘର ଯୋଜନା ଲେଖି ଓଡିଶାବାସୀଙ୍କୁ ଭ୍ରମିତ କରିଚାଲିଥିଲେ । କେବଳ ସେତିକି ନୁହେଁ ଏହି ଘର ବିଜୁ ବାବୁଙ୍କ ସ୍ୱପ୍ନ ପୂରଣ କରିଛି ବୋଲି ମୁଖ୍ୟମନ୍ତ୍ରୀ ଏକ ପତ୍ର ହିତାଧିକାରୀଙ୍କୁ ଦେଇ ସମସ୍ତ ଶ୍ରେୟ ନିଜେ ନେଉଥିଲେ । ଏହା ବିରୁଦ୍ଧରେ ରାଜ୍ୟବ୍ୟାପୀ ବ୍ଲକ ଘେରାଉ ହେବା ଏବଂ ସରକାରଙ୍କ ବିରୁଦ୍ଧରେ ବିଭିନ୍ନ ଥାନାରେ ସିଆରପିସି ସେକସନ ୪୨୦ ଧାରାରେ ଏତଲା ଦେବା ପରେ ରାଜ୍ୟସରକାର ନୂଆ ଷ୍ଟିକର ବାହର କରିଛନ୍ତି । ସରକାର କିଛି ନିଷ୍ପତି ନେବା ପୂର୍ବରୁ ସେ ଦିଗରେ ତର୍ଜମା କରିବା ଦରକାର । କିନ୍ତୁ ରାଜ୍ୟସରକାର ବିନା ତର୍ଜମାରେ ଅପରିଣାମଦର୍ଶୀ ଭାବରେ ଯେଉଁ ନିଷ୍ପତି ନେଉଛନ୍ତି ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକବୋଲି ବିଜେପି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ।
କୌଣସି ନ୍ୟାସନାଲ ଫ୍ଲାଗସିପ ପୋଗ୍ରାମରେ ଲୋଗୋ ବା ନୋମେନ କ୍ଲଚରକୁ ପରିବର୍ତନ କରାଯାଇପାରିବନାହିଁ ବୋଲି ନିୟମରେ ଉଲ୍ଲେଖ ରହିଛି । ଏହା ସତ୍ୱେ ରାଜ୍ୟସରକାର ଗୋଟିଏ ଖରାପ ପରମ୍ପରା ସୃଷ୍ଟି କରିଥିଲେ । ଗୋଟିଏ ଷ୍ଟିକରରେ ଦୁଇଟି ନାଁ ରଖି ରାଜ୍ୟସରକାର ଦ୍ୱନ୍ଦ୍ୱ ସୃଷ୍ଟି କରୁଛନ୍ତି । ଏହା ଆଦୌ ଗ୍ରହଣୀୟ ନୁହେଁ । କେନ୍ଦ୍ର ସରକାରଙ୍କ ଯୋଜନାର ଘରକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏବଂ ରାଜ୍ୟସରକାରଙ୍କ ଅନୁଦାନରେ ଥିବା ଘରକୁ ବିଜୁ ପକ୍କାଘର ଯୋଜନାରେ ନାମିତ କରାଯାଉ । ମୁଖ୍ୟମନ୍ତ୍ରୀଙ୍କ ଯେଉଁ ମିଥ୍ୟା ସମ୍ବଳିତ ଚିଠି ହିତାଧିକାରୀଙ୍କୁ ପଠାଉଛନ୍ତି ସେଥିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ନାଁ ନାହିଁ । ସେଥିରେ ସେ କେବଳ କହିଛନ୍ତି ବିଜୁବାବୁଙ୍କ ସ୍ୱପ୍ନ ଥିଲା । ବିଜୁବାବୁଙ୍କ ସ୍ୱପ୍ନ ପୂରଣ କରିବାକୁ ରାଜ୍ୟସରକାର ଘର ଦେବା କଥା କହିବା ସମ୍ପୂର୍ଣ୍ଣ ମିଥ୍ୟା । ଏହି ପ୍ରବଚଂନା ପୂର୍ଣ୍ଣ ଚିଠିକୁ ମୁଖ୍ୟମନ୍ତ୍ରୀ ତୁରନ୍ତ ପ୍ରତ୍ୟାହାର କରିବାକୁ ଶ୍ରୀ ହରିଚନ୍ଦନ ଦାବି କରିଛନ୍ତି ।
 ୨୦୨୨ ସୁଦ୍ଧା ଓଡିଶାର ପ୍ରତିଟି ଯୋଗ୍ୟ ହିତାଧିକାରୀକୁ ପକ୍କା ଘର ଯୋଗାଇବା ନେଇ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି
 ରାଜ୍ୟସରକାର ବିନା ତର୍ଜମାରେ ଅପରିଣାମଦର୍ଶୀ ଭାବରେ ଯେଉଁ ନିଷ୍ପତି ନେଉଛନ୍ତି ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ
 କୌଣସି ନ୍ୟାସନାଲ ଫ୍ଲାଗସିପ ପୋଗ୍ରାମରେ ଲୋଗୋ ବା ନୋମେନ କ୍ଲଚରକୁ ପରିବର୍ତନ କରାଯାଇପାରିବନାହିଁ ବୋଲି ନିୟମରେ ଉଲ୍ଲେଖ ରହିଛି
 ଗୋଟିଏ ଷ୍ଟିକରରେ ଦୁଇଟି ନାଁ ରଖି ରାଜ୍ୟସରକାର ଦ୍ୱନ୍ଦ୍ୱ ସୃଷ୍ଟି କରୁଛନ୍ତି
 କେନ୍ଦ୍ର ସରକାରଙ୍କ ଯୋଜନାର ଘରକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏବଂ ରାଜ୍ୟସରକାରଙ୍କ ଅନୁଦାନରେ ଥିବା ଘରକୁ ବିଜୁ ପକ୍କାଘର ଯୋଜନାରେ ପୃଥକ ଭାବେ ନାମିତ କରାଯାଉ
 ହିତାଧିକାରୀଙ୍କ ପାଖକୁ ପଠାଉଥିବା ପ୍ରବଚଂନା ପୂର୍ଣ୍ଣ ଚିଠିକୁ ମୁଖ୍ୟମନ୍ତ୍ରୀ ତୁରନ୍ତ ପ୍ରତ୍ୟାହାର କରନ୍ତୁ
 ଫେବୃଆରୀ ମାସରେ ବିଭିନ୍ନ ଆବେଦନ ପତ୍ର ଆଜି ବ୍ଲକ ମାନଙ୍କରେ ପଡିଛି ତାକୁ ତୁରନ୍ତ ରାଜ୍ୟସରକାର ଏକାଠି କରି ଆବାସ ପୋର୍ଟାଲରେ ଯୋଗ୍ୟ ହିତାଧିକାରୀଙ୍କ ନାଁ କୁ ଅପଲୋଡ କରନ୍ତୁ
 ସରକାର ବାରମ୍ବାର ତାଙ୍କ ନିଷ୍ପତି ବଦଳାଇ ରାଜକୋଷକୁ କ୍ଷତି ପହଁଚାଉଛନ୍ତି
 ବିଜୁ ପକ୍କା ଘରର ବଡ ଲୋଗୋ ଦେଇ ଯେଉଁ ଷ୍ଟିକର ରାଜ୍ୟସରକାର ତିଆରି କରିଥିଲେ ସେଥିରେ ୧୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହୋଇଛି
 ଅଯଥାରେ ଖର୍ଚ୍ଚ ହୋଇଥିବା ୧୦ କୋଟି ଟଙ୍କା କାହାଠାରୁ ଭରଣା କରାଯିବ ସେ ନେଇ ଉତର ରଖନ୍ତୁ ରାଜ୍ୟସରକାର
 ରାଜ୍ୟ ସରକାର ନିଜର ଆତ୍ମ ପ୍ରଚାର ଛାଡି କିପରି ଯୋଗ୍ୟ ହିତାଧିକାରୀଙ୍କୁ ପକ୍କା ଘରେ ଖଣ୍ଡେ ମିଳିବ ସେ ଦିଗରେ କାର୍ଯ୍ୟ କରନ୍ତୁ
ଯେଉଁଭଳି ଭାବରେ ଫେବୃଆରୀ ମାସରେ ବିଭିନ୍ନ ଆବେଦନ ପତ୍ର ବ୍ଲକ ମାନଙ୍କରେ ପଡିଛି ତାକୁ ତୁରନ୍ତ ରାଜ୍ୟସରକାର ଏକାଠି କରି ଆବାସ ପୋର୍ଟାଲରେ ଯୋଗ୍ୟ ହିତାଧିକାରୀଙ୍କ ନାଁ କୁ ଅପଲୋଡ କରନ୍ତୁ । ସରକାର ବାରମ୍ବାର ତାଙ୍କ ନିଷ୍ପତି ବଦଳାଇ ରାଜକୋଷକୁ କ୍ଷତି ପହଁଚାଉଛନ୍ତି । ବିଜୁ ପକ୍କା ଘରର ବଡ ଲୋଗୋ ଦେଇ ଯେଉଁ ଷ୍ଟିକର ରାଜ୍ୟସରକାର ତିଆରି କରିଥିଲେ ସେଥିରେ ୧୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହୋଇଛି । ରାଜ୍ୟ ରାଜକୋଷରୁ ଅଯଥାରେ ଯେଉଁ ୧୦କୋଟି ଖର୍ଚ୍ଚ ହୋଇଛି ସେଅର୍ଥ କାହାଠାରୁ ଭରଣାକରାଯିବ ରାଜ୍ୟସରକାର ସ୍ପଷ୍ଟ କରନ୍ତୁ ବୋଲି ଶ୍ରୀ ହରିଚନ୍ଦନ ଦାବି କରିଛନ୍ତି ।
୨୦୨୨ ସୁଦ୍ଧା ଓଡିଶାରପ୍ରତିଟି ଯୋଗ୍ୟ ହିତାଧିକାରୀକୁ ପକ୍କା ଘର ଯୋଗାଇବା ନେଇ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି । ସେହି ଅନୁଯାୟୀ ରାଜ୍ୟ ସରକାର ନିଜର ଆତ୍ମ ପ୍ରଚାର ଛାଡି କିପରି ଯୋଗ୍ୟ ହିତାଧିକାରୀଙ୍କୁ ପକ୍କା ଘରେ ଖଣ୍ଡେ ମିଳିବ ସେ ଦିଗରେ କାର୍ଯ୍ୟ କରନ୍ତୁ । ଓଡିଶାର ଶେଷ ଯୋଗ୍ୟ ହିତାଧିକାରୀ ପକ୍କା ଘର ପାଇବା ପାଇଁ ପର୍ଯ୍ୟନ୍ତ ଏହି ଆନ୍ଦୋଳନ ବିଜେପି ଜାରି ରଖିବବୋଲି ଶ୍ରୀ ହରିଚନ୍ଦନ ଚେତାବାନୀ ଦେଇଛନ୍ତି ।