ଭର୍ଚୁଆଲ ପ୍ରଚାରକୁ ନେଇ ୫ଟି ପ୍ରଶ୍ନ ପଚାରିଲେ ବିଜେପି ରାଜ୍ୟ ସଭାପତି

ଭୁବନେଶ୍ବର: ଗତାକଲି ପିପିଲି ଉପନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ପ୍ରଚାର କରିବା ପରେ ଆଜି ଏହାକୁ ଟାର୍ଗେଟ କରିଛି ରାଜ୍ୟ ବିଜେପି । ଏନେଇ ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରି ୫ ଟି ପ୍ରଶ୍ନ ପଚରାଯାଇଛି ।

ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ପଚାରିଛନ୍ତି କି, ମୁଖ୍ୟମନ୍ତ୍ରୀ ଏବେଠାରୁ ଯଦି ପିପିଲି ଦାୟିତ୍ୱ ନେବେ ତେବେ ପୂର୍ବରୁ କିଏ ନେଇଥିଲା । ସେହିଭଳି ଫନି ପରେ ଅନେକ ଲୋକ କାହିଁକି ଭଙ୍ଗା କୁଡିଆରେ ରହୁଛନ୍ତି ବୋଲି ସେ ପଚାରିଛନ୍ତି ।

ପିପିଲିର ଚାନ୍ଦୁଆ କଥା କହୁଥିବା ବେଳେ କିଏ ହିଂସ୍ର କରିଛି ମୁଖ୍ୟମନ୍ତ୍ରୀ ଉତ୍ତର ଦିଅନ୍ତୁ । ଅନ୍ୟପଟେ ବହୁ ଚର୍ଚ୍ଚିତ ବେବିନା ଓ ଇତିଶ୍ରୀ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ପୀଡିତାଙ୍କୁ ନ୍ୟାୟ ମିଳିଛି କି ବୋଲି ସମୀର ମହାନ୍ତି ପ୍ରଶ୍ନ କରିଛନ୍ତି ।