ଭୁବନେଶ୍ୱର: ୨୫ରୁ ବିଜେପି ପକ୍ଷରୁ ରାଜ୍ୟରେ ଆରମ୍ଭ ହେବ ଓବିସି ଜନ ଜାଗରଣ ଅଭିଯାନ । ରାଜ୍ୟର ପଛୁଆ ବର୍ଗକୁ ଉପଯୁକ୍ତ ସଂରକ୍ଷଣ ନେଇ ସଚେତନ କରିବା ପାଇଁ ଦଳ ପକ୍ଷରୁ ଏଭଳି ଅଭିଯାନ ଆରମ୍ଭ କରାଯିବ ବୋଲି ଆଜି ବିଜେପି ନେତା ଖାରବେଳ ସ୍ୱାଇଁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ସ୍ବାଧିନତା ପରଠାରୁ ଓଡିଶାରେ ପଛୁଆ ବର୍ଗଙ୍କୁ ୩୮.୭୫ ଭାଗ ଆରକ୍ଷଣ ଦିଆଯାଇଛି । ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ୨୭ ବଦଳରେ ୧୧.୨୫ ଭାଗ ଦିଆଯାଉଛି । ପୂର୍ବରୁ ରାଜ୍ୟରେ ୨୭ ପ୍ରତିଶତ ଆରକ୍ଷଂଣ ଦିଆଯାଉଥିଲା । କିନ୍ତୁ ରାଜ୍ୟ ସରକାର ଏନେଇ ସୁପ୍ରିମ୍ କୋର୍ଟକୁ ଯାଇପାରିଥାନ୍ତେ, ମାତ୍ର କରୁନାହାନ୍ତି। ପଛୁଆ ବର୍ଗଙ୍କୁ କିଛି ହକ୍ ମିଳୁ ସରକାର ଚାହୁଁନଥିଲେ । ସମ୍ବିଧାନର ହକ୍ ଦେବାକୁ ରାଜି ନୁହଁନ୍ତି । ଆମେ ରାଷ୍ଟ୍ରୀୟ ପଛୁଆ ବର୍ଗ କମିଶନଙ୍କ ନିକଟରେ ଫେରାଦ ହେଲୁ, କମିଶନ ଓଡିଶା ଆସିବା ପରେ ରାଜ୍ୟ ସରକାର ଭୟଭୀତ ହୋଇ ରାତି ଅଧିଆ କମିଶନ ଘୋଷଣା କଲେ ।
କର୍ଣ୍ଣାଟରେ ୭୩, ତାମିଲନାଡୁରେ ୬୯ ଭାଗ ଆରକ୍ଷଣ ଅଛି। ସେଠାରେ ଯଦି ୫୦ଭାଗରୁ ଅଧିକ ଆରକ୍ଷଣ ମିଳୁଛି, ଓଡିଶାରେ କାହିଁକି ଲାଗୁ କରାଯାଇପାରିବନି ବୋଲି ଦାବି କରିଛି ଦଳ ।
୨୭ପ୍ରତିଶତ ଆରକ୍ଷଂଣ ସରକାରୀ ଚାକିରୀ, ଉଚ୍ଚଶିକ୍ଷା ଓ ପଂଚାୟତ ଓ ମହାନଗର ନିଗମ ନିର୍ବାଚନରେ ଦେବାକୁ ଦାବୀ ହୋଇଛି । ନଚେତ ବିଜେପି ଦଳ ଓବିସି ଜାଗରଣ ଅଭିଯାନ ଫେବୃଆରୀ ୨୫ରୁ ସାରା ରାଜ୍ୟରେ କରିବେ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବିଜେପି ନେତା ଖାରବେଳ ସ୍ୱାଇଁ ।