ରାଜ୍ୟ ବିଜେପିର କିଏ ଧରିବ ପରବର୍ତୀ ସଭାପତି ମଙ୍ଗ; ଚାଲିଛି କସରତ

ଭୁବନେଶ୍ୱର: ରାଜ୍ୟ ବିଜେପିରେ ପରବର୍ତୀ ସଭାପତି କିଏ ହେବ? ତାକୁ ନେଇ ଚାଲିଛି କସରତ । ଏ ନେଇ ଆଜି ଦଳୀୟ କାର୍ଯ୍ୟାଳୟରେ ପହଂଚିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବିନୟ ସହସ୍ରବୁଦ୍ଧେ ଓ ରାଷ୍ଟ୍ରୀୟ ସମ୍ପାଦକ ଆର.ପି ସିଂ ।

ରାଜ୍ୟର ପ୍ରମୁଖ ବିଜେପି ନେତାଙ୍କ ସହ ଆଲୋଚନା କରି ଆଜି ମତାମତ ସଂଗ୍ରହ କରାଯିବ। ଏହାପରେ ଦୁଇ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନରେନ୍ଦ୍ର ସିଂ ତୋମାର ଓ ରାଜୀବ ପ୍ରତାପ ରୁଡ୍ଡୀ ଆସି ଏହାର ସମୀକ୍ଷା କରିବେ। କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ ରାଜ୍ୟ ବିଜେପି ସଭାପତି ନିର୍ବାଚନ ହେବ।