ଜାନୁଆରୀ ୮ରେ ଚାଷୀ ମେଳି କରି ସଚିବାଳୟ ଓ ନବୀନ ନିବାସ ଘେରିବ ବିଜେପି କୃଷକ ମୋର୍ଚ୍ଚା

ଭୁବନେଶ୍ୱର : ସାରା ରାଜ୍ୟରେ କୃଷକମାନଙ୍କ ସମସ୍ୟା ଦିନକୁ ଦିନ ଜଟିଳ ହେବା ସହ ଚାଷୀମାନଙ୍କର ଆର୍ଥିକ ସ୍ଥିତି ଶୋଚନୀୟ ହେଉଥିବାବେଳେ ୧୯ ବର୍ଷର ବିଜେଡ଼ି ସରକାର ସମାଧାନର ରାସ୍ତା କାଢିବା ବଦଳରେ ମିଛ ରାଜନୈତିକ ନାଟକ ବାଜିରେ ବ୍ୟସ୍ତ ରହିଛି । ଏହାର ପ୍ରତିବାଦରେ ଆସନ୍ତା ଜାନୁଆରୀ ୮ ତାରିଖରେ ସାରା ରାଜ୍ୟରୁ ଚାଷୀ ଭୁବନେଶ୍ୱର ଆସି ନିଜ ହକ୍ ଦାବିରେ ମେଳି କରିବା ସହ ରାଜ୍ୟ ସଚ୍ଚିବାଳୟ ଆଗରେ ଓ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନବୀନ ନିବାସ ଆଗରେ ବିକ୍ଷୋଭ କରିବେ ବୋଲି ବିଜେପି ରାଜ୍ୟ ସଭାପତି ଶ୍ରୀ ବସନ୍ତ ପଣ୍ଡା କହିଛନ୍ତି । ବିଜେପି କୃଷକ ମୋର୍ଚ୍ଚା ତରଫରୁ ଏକ ସାମ୍ବାଦିକ ସମ୍ମିଳନୀରେ ଏହା ଘୋଷଣା କରାଯାଇଛି ।

ରାଜ୍ୟର ୩୦ଟି ଜିଲ୍ଲାରେ ଚାଷୀ ମାନଙ୍କର ମୁଖ୍ୟ ଅମଳ ଧାନ ଓ ଏଥିରୁ ରୋଜଗାର ହିଁ ବର୍ଷ ଯାକର କୃଷକ ପରିବାରର ମୂଳ ସମ୍ବଳ । ଚାଷୀ ଧାନ ଅମଳ କରି ବିକିବାକୁ ବସିଥିବା ବେଳେ କେଉଁଠି ମଣ୍ଡି ନାହିଁ, ମଣ୍ଡିରେ ବ୍ୟାପକ ଅବସ୍ଥା ଓ ଚାଷୀ ସରକାର ଶାସକ ଦଳ ଓ ଅସାଧୁ ବ୍ୟବସାୟୀଙ୍କ ମଧୁଚନ୍ଦ୍ରିକାର ଶିକାର ହୋଇ ନିଜ ହକ୍ ପାଇବାର ବଂଚିତ ହୋଇଛନ୍ତି । ଏହାର ପ୍ରତିବାଦରେ ଚାଷୀମାନଙ୍କୁ ଏକାଠି କରି ସାରା ରାଜ୍ୟରେ ୪୦୦୦ରୁ ଅଧିକ ମଣ୍ଡିମାନଙ୍କରେ ଚାଷୀମାନେ ନିଜ ଅଧିକାର ପାଇଁ ରାଜ୍ୟସରକାରଙ୍କୁ ଜବାବ ମାଗିବା ପାଇଁ ଆଜିଠାରୁ ଜାନୁୟାରୀ ୭ ପର୍ଯ୍ୟନ୍ତ ବିଜେପି କୃଷକମୋର୍ଚ୍ଚା ମେଳି କରିବ । ୮ ତାରିଖ ଦିନ ଚାଷୀମାନେ ଭୁବନେଶ୍ୱରରେ ନିର୍ଣ୍ଣାୟକ ଲଢେଇ କରିବା ପାଇଁ ନବୀନ ନିବାସ ଘେରାଉରେ ଯୋଗ ଦେବେ ବୋଲି ଏହି ସାମ୍ବାଦିକ ସମ୍ମିଳନୀରେ କୃଷକ ମୋର୍ଚ୍ଚାର ରାଜ୍ୟ ସଭାପତି ଶ୍ରୀ ଶିବାଜୀ ମହାନ୍ତି ଘୋଷଣା କରିଛନ୍ତି ।

କୃଷକଙ୍କ ପାଇଁ ନବୀନ ପଟ୍ଟନାୟକ ଦେଇଥିବା ପ୍ରତିଶୃତି ବିଶେଷ ଭାବରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଉପରେ ବୋନସ୍ ପ୍ରଦାନ ନକରିବାକୁ ରାଜ୍ୟ ବିଜେଡ଼ି ସରକାର କୃଷକ ବିରୋଧୀ ଆଭିମୁଖ୍ୟ ସ୍ୱଷ୍ଟ କରୁଛି ବୋଲି କୃଷକ ମୋର୍ଚ୍ଚା ତରଫରୁ ଅଭିଯୋଗ କରାଯାଇଛି । ୧୦୦ ଟଙ୍କା ସର୍ବନିମ୍ନ ସହାୟକ ମୂଲ୍ୟ ଉପରେ ବୋନସ୍ ଦେବା ପାଇଁ ମୁଖ୍ୟମନ୍ତ୍ରୀ ବରଗଡ଼ ଜିଲ୍ଲାର ସୋହଲା ଜନସଭାରେ ଘୋଷଣା କରିଥିଲେ । ଏହି ବୋନସ ରାଜ୍ୟସରକାର କାହିଁକି ଦେଉନାହାଁନ୍ତି ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି ।

 କାଲି ଠାରୁ ମଣ୍ଡି ଜଗିବ 
 ଚାଷୀ ଧାନ ଅମଳ କରି ବିକିବାକୁ ବସିଥିବା ବେଳେ କେଉଁଠି ମଣ୍ଡି ନାହିଁ, ମଣ୍ଡିରେ ବ୍ୟାପକ ଅବସ୍ଥା
 ଶାସକ ଦଳ ଓ ଅସାଧୁ ବ୍ୟବସାୟୀଙ୍କ ମଧୁଚନ୍ଦ୍ରିକାର ଶିକାର ହୋଇ ଚାଷୀ ନିଜ ହକ୍ ପାଇବାରୁ ବଂଚିତ
 ୧୭୫୦ ଟଙ୍କା ମୋଦି ପଠାଉଥିବା ବେଳେ ଚାଷୀମାନେ ୧୦୦୦/୧୨୦୦ ଟଙ୍କାରେ ନିଜର କଷ୍ଟ ଅର୍ଜିତ ଧାନକୁ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି
 ୪-୫ କିଲୋରୁ ଅଧିକ ଧାନ ନକାଟିଲେ ଧାନ କିଣା ନଯିବା ଗତ ବର୍ଷରୁ ମଣ୍ଡି ଜଗି ଥିବାବେଳେ ବିଜେପି ତଥ୍ୟ ପ୍ରମାଣ ସରକାରଙ୍କୁ ଦେବା ସତ୍ୱେ ଅସାଧୁ ବ୍ୟକ୍ତିମାନଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ନେଉ ନାହାଁନ୍ତି ସରକାର
 ସାରା ରାଜ୍ୟରେ ମଣ୍ଡିମାନଙ୍କରେ ଚାଷୀମାନେ ନିଜ ଅଧିକାର ପାଇଁ ରାଜ୍ୟସରକାରଙ୍କୁ ଜବାବ ମାଗିବା ପାଇଁ ଜାନୁୟାରୀ ୮ ସନ୍ଧ୍ୟା ପର୍ଯ୍ୟନ୍ତ ହେବ ଚାଷୀ ମେଳି
 ସର୍ବନିମ୍ନ ସହାୟକ ମୂଲ୍ୟ ଉପରେ୧୦୦ ଟଙ୍କା ବୋନସ୍ ଦେବା ପାଇଁ ମୁଖ୍ୟମନ୍ତ୍ରୀ ବରଗଡ଼ ଜିଲ୍ଲାର ସୋହେଲା ଜନସଭାରେ ଘୋଷଣା କାର୍ଯ୍ୟକାରୀ କରିବା ପାଇଁ ଦାବି
 ରାଜ୍ୟରେ ଆଜି ଦିନରେ କେନାଲ ଯୋଗେ ଜଳସେଚନ ୩୦ ପ୍ରତିଶତରୁ କମ୍ ଜମିକୁ ମିଳିଛି ।
 ଶୀତଳ ଭଣ୍ଡାର ସଂଖ୍ୟା ବଢିପାରିଲା ନାହିଁ । ଆଳୁ, ପିଆଜ ମିଶନ ଫେଲ୍ । ପରିବା, ଫଳ, ଅଣ୍ଡା, ତଥା ଦୁଗ୍ଧ ପାଇଁ ଓଡ଼ିଶା ବାହାର ରାଜ୍ୟ ଉପରେ ନିର୍ଭରଶୀଳ ।
 ଓଡ଼ିଶାର ପରିଶ୍ରମୀ କୃଷକ ଅମଳ କରିବାକୁ ସକ୍ଷମ ହୋଇଥିବାବେଳେ ସରକାରୀ ଉଦାସୀନତା ତାର ଅଂଟା ଭାଙ୍ଗି ଦେଇଥିବାରୁ ଚାଷୀ ମେଳି ରାଜ୍ୟସରକାରଙ୍କଠୁ ଜବାବ ମାଗିବ

କେନ୍ଦ୍ର ସରକାର ଧାନର ଉତ୍ପାଦନ ମୂଲ୍ୟରୁ ଦେଢଗୁଣ ମୂଲ୍ୟ କରି ସର୍ବନିମ୍ନ ସହାୟକ ମୂଲ୍ୟ ୧୭୫୦ ଟଙ୍କା ହିସାବରେ ମୋଦି ସରକାର ଯୋଗାଇ ଦେଉଛନ୍ତି । ଓଡ଼ିଶାରେ ସରକାର ଓ ଅସାଧୁ ବ୍ୟବସାୟିଙ୍କ ମଧୁଚନ୍ଦ୍ରିକାରେ କାହିଁକି ଚାଷୀମାନେ ୧୦୦୦/୧୨୦୦ ଟଙ୍କାରେ ନିଜର କଷ୍ଟ ଅର୍ଜିତ ଧାନକୁ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି ଏ ସମ୍ବନ୍ଧରେ ଓଡ଼ିଆ ଚାଷୀମାନେ ରାଜ୍ୟସରକାରଙ୍କୁ ଜବାବ ମାଗୁଛନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି । ୪-୫ କିଲୋରୁ ଅଧିକ ଧାନ ନକାଟିଲେ ଧାନ କିଣା ନଯିବା ଗତ ବର୍ଷରୁ ମଣ୍ଡି ଜଗି ଥିବାବେଳେ ବିଜେପି ତଥ୍ୟ ପ୍ରମାଣ ସରକାରଙ୍କୁ ଦେଇଛି । ଯୋଗାଣ ବିଭାଗ ଚାଷୀ ସ୍ୱାର୍ଥ କଥା ପାଟିରେ କହି ଚାଷୀଙ୍କୁ ଶୋଷଣ କରୁଥିବା ଅସାଧୁ ବ୍ୟକ୍ତିମାନଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ନେଉ ନାହାଁନ୍ତି ଚାଷୀମାନେ ମଧ୍ୟ ଏହାର ଜବାବ ମାଗିବେ ବୋଲି କୃଷକମୋର୍ଚ୍ଚା ସଚେତନ କରାଇ ଦେଇଛି ।
କୃଷି କମିଶନ ୨୦୧୨ରେ ତିଆରି ହୋଇଥିବା ସତ୍ୱେ କୃଷକ କଲ୍ୟାଣ ରିପୋର୍ଟ ଆଜି ପର୍ଯ୍ୟନ୍ତ କାହିଁକି ସର୍ବଜନୀନ ହୋଇନାହିଁ ଓ ଏହାର ସୁପାରିସ୍ କେବେ କାର୍ଯ୍ୟକାରୀ ହେବ ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି ।

ରାଜ୍ୟରେ ଆଜି ଦିନରେ କେନାଲ ଯୋଗେ ଜଳସେଚନ ୩୦ ପ୍ରତିଶତରୁ କମ୍ ଜମିକୁ ମିଳିଛି । ଶୀତଳ ଭଣ୍ଡାର ସଂଖ୍ୟା ବଢିପାରିଲା ନାହିଁ । କୃଷି ମିଶନ, ଆଳୁ, ପିଆଜ ମିଶନ ମରୁଡି ସମସ୍ୟା, ବାତ୍ୟା ଜନିତ କ୍ଷୟକ୍ଷତି ଦେବାରେ ରାଜ୍ୟସରକାର ଫେଲ୍ । ପରିବା, ଫଳ, ଅଣ୍ଡା, ତଥା ଦୁଗ୍ଧ ପାଇଁ ଓଡ଼ିଶା ବାହାର ରାଜ୍ୟ ଉପରେ ନିର୍ଭରଶୀଳ । ଓଡ଼ିଶାର ପରିଶ୍ରମୀ କୃଷକ ଅମଳ କରିବାକୁ ସକ୍ଷମ ହୋଇଥିବାବେଳେ ସରକାରୀ ଉଦାସୀନତା ତାର ଅଂଟା ଭାଙ୍ଗି ଦେଉଛି ବୋଲି ଚାଷୀ ଏହା ବିରୋଧରେ ପ୍ରତିବାଦ କରିବ ବୋଲ ଶ୍ରୀ ମହାନ୍ତି କହିଛନ୍ତିି ।
ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମରେ ସବୁଠାରୁ ଅଧିକ ଧାନ ଦଲାଲମାନଙ୍କ ଦ୍ୱାରା କମ୍ ଦରରେ ଧାନ କିଣା ଯାଇ ଆନ୍ଧ୍ର ଏବଂ ଛତିଶଗଡରେ ଏହାକୁ ଅଧିକ ଦରରେ ବିକ୍ରି କରାଯାଉଛି । ବିଜେଡି ସାସଂଦ ପ୍ରଶନ୍ନ ଆର୍ଚାଯ୍ୟ ଏବଂ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ରଙ୍କ ଜିଲ୍ଲାରେ ଧାନର ସବୁଠୁ ଅଧିକ ଅଭାବି ବିକ୍ରି କରାଯାଉଛି । ଚାଷୀମାନଙ୍କ ସମସ୍ୟା ପ୍ରତିବାଦରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ରଙ୍କ କୁଶପୁତଳିକା ଦାହ କପରାଯିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି । ଦୀର୍ଘଦିନ ତଳୁ ମୁଖ୍ୟମନ୍ତ୍ରୀ କୃଷି ଋଣ ଛାଡ଼ ସରକାରଙ୍କ ବିଚାରାଧିନ ରହିଛି ବୋଲି ସର୍ବଜନୀନ ବକ୍ତବ୍ୟ ଦେଇଛନ୍ତି । ରାଜ୍ୟସରକାର ତୁରନ୍ତ କୃଷି ଋଣ ଛାଡ଼ କରନ୍ତୁ ବୋଲି ଶ୍ରୀ ମହାନ୍ତି ଦାବି କରିଛନ୍ତି । ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଟିତ ସାମ୍ବାଦିକ ସମ୍ମିଳନୀରେ ମୋର୍ଚ୍ଚାର ରାଷ୍ଟ୍ରୀୟ ଉପସଭାପତି ମହେଶ୍ୱର ସାହୁ, ରାଜ୍ୟ ସାଧାରଣ ସଂପାଦକ ସୁରଥ ବିଶ୍ୱାଳ ଓ ସମୀର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।