ପିପିଲି ଦୁର୍ଷ୍କମ ଏବଂ ହତ୍ୟା ମାମଲା : ୩୧ରେ କ୍ରାଇମବ୍ରାଂଚ ଅଫିସ ଘେରିବ ବିଜେପି ମହିଳା ମୋର୍ଚ୍ଚା

ଭୁବନେଶ୍ୱର : ପିପିଲିର ଦଳିତ ଝିଅ ଗଣଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ମାନେ ନିର୍ଦ୍ଦୋଷରେ ଖଲାସ ହେବା ପଛରେ କ୍ରାଇମବ୍ରାଂଚର ହାତ ରହିଛି । କ୍ରାଇମବ୍ରାଂଚ ଯେପରି ଦୋଷୀକୁ ଧରିବା ଅପେକ୍ଷା ଖସାଇବା ପାଇଁ ଯେପରି ତତ୍ପର ଥିଲା ସେଥିରୁ ଜଣାପଡୁଛି କି ଏ ସମସ୍ତ ଘଟଣା ପାଇଁ ମୁଖ୍ୟମନ୍ତ୍ରୀ ହିଁ ଦାୟୀ ବୋଲି ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତୀ ପ୍ରଭାତି ପରିଡା ଅଭିଯୋଗ କରିଛନ୍ତି ।
ଶ୍ରୀମତୀ ପରିଡା କହିଛନ୍ତି ଯେ, ମନ୍ତ୍ରୀ ପ୍ରଦୀପ ମହାରଥୀ ମହିଳା ଜାତି ପ୍ରତି ସମ୍ବେଦନହୀନ ବୟାନ ଦେବା ପରେ ବି ମୁଖ୍ୟମନ୍ତ୍ରୀ ତାଙ୍କୁ ମନ୍ତ୍ରିମଣ୍ଡଳରେ ସୁରକ୍ଷା ଯୋଗାଇବାରୁ ଜଣାପଡୁଛି କି, ମୁଖ୍ୟମନ୍ତ୍ରୀ ମହିଳାମାନଙ୍କୁ ନ୍ୟାୟ ଦେବା ପରିବର୍ତେ ବଳକ୍ରାରୀ ଦୋଷୀ ମାନଙ୍କୁ ଘଂଟ ଘୋଡାଇ ଚାଲିଛନ୍ତି । ଖୋଦ୍ ମୁଖ୍ୟମନ୍ତ୍ରୀ ଗୃହ ବିଭାଗର ମୁଖ୍ୟ ହୋଇଥିବାରୁ ତାଙ୍କ ତଦନ୍ତକାରୀ ସଂସ୍ଥାଗୁଡିକର ସେ ଦୁରୂପଯୋଗ କରୁଛନ୍ତି । ଯେଉଁଥିପାଇଁ ଆଜି ଦୋଷୀ ଖସିଗଲା ଏବଂ ଜଣେ ନିରିହି ଝିଅର ନ୍ୟାୟ ପାଇବାରୁ ବଂଚିତ ହେଲା ।
କୁନ୍ଦୁଲି ଗଣଦୁର୍ଷମ ମାମଲାରେ ବି କ୍ରାଇମବ୍ରାଂଚ ପୀଡିତାଙ୍କୁ ନ୍ୟାୟ ଦେବ କଣ ବରଂ ଧର୍ଷଣକାରୀଙ୍କ ସପକ୍ଷରେ କାମ କରୁଥିଲା । କ୍ରାଇମବ୍ରାଂଚଙ୍କର କାର୍ଯ୍ୟକଳାପକୁ ଦେଖିଲେ ଲାଗୁଛି ଯେ, ମା ଭଉଣୀଙ୍କର ଇଜ୍ଜତକୁ ସୁରକ୍ଷା ନଦେବା ପାଇଁ ଯେପରି ସେମାନେ ବଦ୍ଧପରିକର । କ୍ରାଇମବ୍ରାଂଚର ଏପରି ନିଷ୍କ୍ରିୟତା ଏବଂ ମହିଳା ବିରୋଧି ଆଚରଣ ପାଇଁ ଆସନ୍ତା ଡିସେମ୍ବର ୩୧ ତାରିଖ ସୋମବାର ଦିନ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ କ୍ରାଇମବ୍ରାଂଚ ଅଫିସ ଘେରାଓ କରାଯିବ ବୋଲି ଶ୍ରୀମତୀ ପରିଡା ସୂଚନା ଦେଇଛନ୍ତି ।