ଗୌତମ ସାମନ୍ତରାୟଙ୍କୁ ଜୟପୁର ବିଧାନସଭା ଆସନ ପାଇଁ ପ୍ରାର୍ଥୀ କଲା ବିଜେପି

ନିର୍ବାଚନ ପାଇଁ ରାଜ୍ୟ ରାଜନୀତି ସରଗରମ ରହିଛି। ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ନେଇ ନାମାଙ୍କନ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଛି। ଏସବୁ ଭିତରେ ବିଜେପି ପକ୍ଷରୁ ରବିବାର ଜୟପୁର ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି।

ଗୌତମ ସାମନ୍ତରାୟଙ୍କୁ ଏଠାରୁ ଦଳ ପ୍ରାର୍ଥୀ କରିଛି। ପୂର୍ବରୁ ବିଜେଡି ଏବଂ କଂଗ୍ରେସ ଏଠାରୁ ପ୍ରାର୍ଥୀ ଘେଷଣା କରିସାରିଛି।